40.1 C
Bhubaneswar
Thursday, April 25, 2024
Homeଓଡିଶାଊଚ୍ଚ ପ୍ରଶିକ୍ଷଣ ପାଇଁ ଯାଜପୁର କିକ ବକ୍ସିଂ ଦଳର ଢେଙ୍କାନାଳ ଗସ୍ତ

ଊଚ୍ଚ ପ୍ରଶିକ୍ଷଣ ପାଇଁ ଯାଜପୁର କିକ ବକ୍ସିଂ ଦଳର ଢେଙ୍କାନାଳ ଗସ୍ତ

ଯାଜପୁର ଟାଉନ :  ଆସନ୍ତା ୨୦॰୫॰୨୨ ରୁ ୨୨॰୫॰୨୨ରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଷ୍ଟାଡିୟମରେ ଏକ ରାଜ୍ୟ ସ୍ତରୀୟ କିକ ବକ୍ସିଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ଭାଗ ନେବା ପାଇଁ ଯାଜପୁରରୁ ଦଶ ଜଣ କିକ ବକ୍ସର ମନୋନୀତ ହୋଇଛନ୍ତି । ଶ୍ରୀଯୁକ୍ତ ସଞ୍ଜୟ ମହାରଣାଙ୍କ ନେତୃତ୍ଵରେ ରିତେନ୍ଦ୍ର ବିଶ୍ଵାଳ , ଭାଗ୍ୟଶ୍ରୀ ମହାପାତ୍ର , ସୋନାଲୀ ଅସୀମା ସୁତାର , ସ୍ମୃତି ସୃଜନିକା ନାଯକ, ଜୟଶ୍ରୀ ମାଝି, ଏମ ॰ ସୁନନ୍ଦା , ସାନଭି ଜେନା, ସାଇ ତ୍ରିଷା, ମଧୁସ୍ମିତା ପୃଷ୍ଟି ଓ ଋତୁରାଜ ମଣ୍ଡଲ ଉକ୍ତ ଶିବିରରେ ଯୋଗଦେବା ପାଇଁ ଢେଙ୍କାନାଳ ଯାତ୍ରା କରିଛନ୍ତି। ଜୁନ ମାସରେ କୋଲକାତା ରେ ହେବାକୁଥିବା ରାଷ୍ଟ୍ରୀୟ ସ୍ତର ପ୍ରତିଯୋଗିତା ପାଇଁ ଏହି ପ୍ରଶିକ୍ଷଣ ଶିବିରରୁ ଖେଲାଲି ଚୟନ କରା ଯିବ। ଯାଜପୁର ସ୍ପୋର୍ଟସ କିକ ବକ୍ସିଂ ଆସୋସିଏସନ ସଭାପତି ଶ୍ରୀଯୁକ୍ତ ଭବ ପ୍ରସାଦ ଦାସ , ବରୁଣେଶ୍ବର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବଟକୃଷ୍ଣ ମହାପାତ୍ର , ଯାଜପୁର କିକ ବକ୍ସିଂ ସଂଘର ସମ୍ପାଦକ ଶ୍ରୀ ରଞ୍ଜନ ସୁତାର , ଶ୍ରୀ ଜ୍ୟୋତିର୍ରମୟ ନାଥଶର୍ମା, ଶ୍ରୀ ଲୋକନାଥ ମହାପାତ୍ର, ଶ୍ରୀ ରାଜେନ୍ଦ୍ର ବାରିକ, ଶ୍ରୀ ପ୍ରକାଶ ଲାଲା ଓ ଶ୍ରୀ ଜିତେନ୍ଦ୍ର ମହାନ୍ତି ଶୁଭେଛା ପ୍ରଦାନ କରିବା ସହ ଉତ୍ତୋରୋତ୍ତର ଉନ୍ନତି କାମନା କରିଅଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking