43.9 C
Bhubaneswar
Friday, April 19, 2024
Homeଓଡିଶାଶିଳ୍ପ ସଂସ୍ଥା ରେ କାର୍ଯ୍ୟ ଚାଲୁ ରଖିବାକୁ ନିୟମାବଳୀ ଅନୁପାଳନ ସହ  କଡାକଡି କରାଯାଉ :...

ଶିଳ୍ପ ସଂସ୍ଥା ରେ କାର୍ଯ୍ୟ ଚାଲୁ ରଖିବାକୁ ନିୟମାବଳୀ ଅନୁପାଳନ ସହ  କଡାକଡି କରାଯାଉ : ଜିଲ୍ଲାପାଳ

ଯାଜପୁର କଳିଙ୍ଗ ନଗର ଶିଳ୍ପ ସଂସ୍ଥା ମାନଙ୍କ ରେ ସାମାଜିକ ଦୂରତା ସହ ସରକାରୀ ନିୟମା ବଳୀ  କୁ ଅନୁପାଳ କରି ଉତ୍ପାଦନ  ଚାଲୁ କରିବାକୁ ସରକାରୀ ନିଦ୍ଧେଶନାମା କଡ଼ା କଡ଼ି ଭାବେ ଜାରି କରିଛନ୍ତି !ତେଣୁ ସମସ୍ତ ଶିଳ୍ପା ନୁଷ୍ଠାନ ନିୟମାବଳୀ କୁ ନିଷ୍ଠାର  ସହ ପାଳନ କରିବା କୁ ଜିଲ୍ଲା ପାଳ ରଞ୍ଜନ କୁମାର ଦାସ ନିର୍ଦେଶ ଦେଇଛନ୍ତି !ସୋମବାର  କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ ସମ୍ବିଳନୀ କକ୍ଷ ରେ ଶିଳ୍ପାନୁଷ୍ଠାନ ର ପ୍ରତିନିଧି ମାନଙ୍କ ସହ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି !ଏହି ବୈଠକ ରେ  ଜିଲ୍ଲା ପାଳ ଅଧ୍ୟକ୍ଷତା କରି ଶ୍ରୀ ଦାସ ସରକାରୀ ନିର୍ଦେଶନାମା ଅନୁସାରେ କରୋନା ପ୍ରତି ହତ ସହ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡ ଵା ଏସ. ଓ. ପି କୁ ପ୍ରତେକ ମାନିବା ଓ ଅଂଶୁଘାତ ରୁ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ  ଅନୁରୋଧ କରି ଥିଲେ !ଏହି ପ୍ରକ୍ରିୟା ରେ ଜଡିତ ଶ୍ରମିକ, ଟେକ୍ନନିସିଆନ, ସୁପର ଭାଇଜର, ଓ ଅନ୍ୟନ୍ୟ ଅଧିକାରୀ କର୍ମଚାରୀ ଙ୍କ ମଧ୍ୟ ରେ ସାମାଜିକ ଦୂରତା କୁ କଡାକଡି ପାଳନ କରାଯିବ !କାର୍ଯ୍ୟ କ୍ଷେତ୍ର ରେ ଓ ବାହାରେ ମାସ୍କ ଲଗାଇବା ଅପରିହାର୍ଯ୍ୟ !ଶ୍ରମିକ ଵା କର୍ମଚାରୀ ଙ୍କୁ ନେବା ଆଣିବା କରୁଥିବା ଯାନ ଗୁଡିକ କରେ ବହନ କ୍ଷମତା ର ଶତକଡା ଚାଳିଶ ଭାଗ ବ୍ୟବହାର କରିପାରିବେ !କାର୍ଯ୍ୟକ୍ଷେତ୍ର ରେ ଶ୍ରମ ଶିବିର ର ବ୍ୟବସ୍ଥା କରାଯାଇ ଖାଇବା, ବସିବା ଶୋଇବା ଇତ୍ୟାଦି ସାମାଜିକ ତୁରତା ଆଧାର ରେ ହେବ !କର୍ମଚାରୀ ଶ୍ରମିକ ମାନଙ୍କୁ ହାତ ଧୋଇବା ସହ, ବ୍ୟାନର ଲଗାଇ , ପି ଏ  ସିଷ୍ଟମ ଦ୍ଵାର ସଚେତନତା କରାଇବା ଏବଂ 60 ବର୍ଷ ରୁ ଅଧିକ ବୟସ୍କ ମାନଂକୁ  କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବ ନାହିଁ !କୌଣସି ଅସୁସ୍ଥ, ଥଣ୍ଡା କାଶ, ଛିଙ୍କ ର ଲକ୍ଷଣ  ଥିବା ବ୍ୟକ୍ତି ଙ୍କୁ କାର୍ଯ୍ୟ ରେ  ନିୟୋଜିତ କରାଯିବ ନାହିଁ !ଏଭିଳି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଚିକିତ୍ସାଳୟ ରେ ଚିକିତ୍ସା ଯୋଗାଇ ଦିଆଯିବା ର ବ୍ୟବସ୍ଥା କରାଇବେ ଓ ଏହି ବ୍ୟକ୍ତି ମାନଙ୍କୁ ତୁରନ୍ତ ସରକାରୀ ଅନୁଷ୍ଠାନ କୁ ପ୍ରଦାନ କରାଯିବ, କାର୍ଯ୍ୟ ସ୍ଥଳ ରେ ପାନ ଗୁଟଖା ଉପରେ ନିଷେଧ କରାଯିବା ସହ ବାହାରେ ଛେପ ନ ପକାନ୍ତୁ ବୋଲି ଶ୍ରୀ ଦାସ ସୂଚନା ଦେବା ସହ ପାଳନ କରିବା କୁ ନିର୍ଦେଶ ଦେଇଥିଲେ !ଏହି ବୈଠକ ରେ କଳିଙ୍ଗ ନଗର ର ଅତିରିକ୍ତ ଜିଲ୍ଲା ପାଳ  ଶ୍ରୀ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ଅକ୍ଷୟ କୁମାର ମଲ୍ଲିକ, କଳିଙ୍ଗ ର ଅତିରିକ୍ତ ଏସ. ପି  ରାଜକୁମାର ଡୋରା ଓ ବିଭିନ୍ନ ଶିଳ୍ପ ସଂସ୍ଥା ର ପ୍ରତିନିଧି ମାନେ ଯୋଗ ଦେଇ ଥିଲେ !-ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking