37.2 C
Bhubaneswar
Friday, April 19, 2024
Homeଓଡିଶାସାମ୍ବାଦିକଙ୍କ ଦାବି ଲକଡାଉନ ସମୟରେ ମାସକୁ ଦଶ ହଜାର ଟଙ୍କା ଲେଖାଏଁ ଦିଅ

ସାମ୍ବାଦିକଙ୍କ ଦାବି ଲକଡାଉନ ସମୟରେ ମାସକୁ ଦଶ ହଜାର ଟଙ୍କା ଲେଖାଏଁ ଦିଅ

ରାଜ୍ୟ ର ସର୍ବ ପୁରାତନ ସାମ୍ବାଦିକ ସଙ୍ଘ ଭାବେ ସରକାରୀ ସ୍ୱୀକୃତି ପ୍ରାପ୍ତ  ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଯାଜପୁର   ଜିଲ୍ଲା ସଭାପତି ହରି ହର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ଏକ ଦାବି ପତ୍ର ଦିଆଯାଇଛି। ଯାଜପୁର ଜିଲ୍ଲା ମଧ୍ୟରେ ବିଭିନ୍ନ ସମ୍ବେଦନ ମୂଳକ ପରିସ୍ଥିତି ଓ ଜରୁରୀ ଆବଶ୍ୟକତା ସମୟ ରେ ଆମ୍ଭେ ନିରବଚ୍ଛିନ୍ନ ଭାବେ ସେବା ପ୍ରଦାନ କରିଆସୁଛନ୍ତି । ସମ୍ପ୍ରତି ମହାମାରୀ କରନା କୁ ନେଇ ସାରା ବିଶ୍ୱ ଦେଶ ରାଜ୍ୟ ଓ ରାଜ୍ୟସରକାର ବେଶ ଚିତିନ୍ତ ଥିବା ବେଳେ ସାମ୍ବାଦିକ ଆବେଗ ଦାଇତ୍ୱ ଓ କର୍ତ୍ତବ୍ୟ ବୋଧ ବଡିଯାଇଛି ଏଭଳି ପରିସ୍ଥିତିରେ ସାମ୍ବାଦିକ ମାନେ ଜୀବନ ଓ ଜୀବିକା କୁ ବିପନ୍ନ କରି ସାଧାରଣ ଲୋକଙ୍କ ସେବା ରେ ଅଛନ୍ତି। ତେଣୁ ଏ କ୍ଷେତ୍ରରେ ନିଃସ୍ୱାର୍ଥପର ଭାବେ ସେବା କରିଆସୁଥିବା ପେଷାଦାର ସାମ୍ବାଦିକ ମାନଙ୍କୁ ସରକାରୀ ଯୋଜନାରେ ତାଲିକା ଭୁକ୍ତ କରିବା ପାଇଁ ବିଶେଷ ଅନୁରୋଧ କରିବା ସହ ପଚାଶ ଲକ୍ଷ ଟଙ୍କାର ଜୀବନ ବୀମା ଓ ଲକଡାଉନ ସମୟରେ ମାସକୁ ଦଶ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି |
ଏହି କାର୍ଯ୍ୟକ୍ରମ ରେ  ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ଶାଖା ର ସାଧାରଣ ସମ୍ପାଦକ ରବିନାରାୟଣ କର ,ରାଜ୍ୟ କାର୍ଯ୍ୟକାରୀ ସଭାପତି ହରାଧାନ ବାନାର୍ଜୀ, ଉପସଭାପତି ପୀତବାସ ଭୁଇଁଆ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସଞ୍ଜୟ ଖଣ୍ଡାଇ ,ଜିଲ୍ଲା ଉପସଭାପତି ପୀତବାସ ଭୁଇଁଆ, ପ୍ରିୟ ରଂଜନ କର ପ୍ରମୁଖ ଉପସ୍ଥିତ ଥିଲେ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking