30.1 C
Bhubaneswar
Wednesday, April 24, 2024
Homeଓଡିଶାହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ  

ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ  

ଯାଜପୁର : ଜିଲ୍ଲାର ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ,ସଂଖଚିଲା ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ଭାବେ ଦୀର୍ଘ ୭୧ ବର୍ଷ ହେଲା ଏ ଅଞ୍ଚଳରେ ବିଦ୍ୟାର ଆଲୋକ ବାଣ୍ଟିବା ସହିତ ବହୁ ଜ୍ଞାନୀ ଗୁଣୀ ଛାତ୍ର ଛାତ୍ରୀ ସୃଷ୍ଟିକରି ଚାଲିଛି,ଯେଉଁ ମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରି ଆମ ଦେଶର ନାମ ଉଜ୍ଜ୍ୱଳ କରୁଛନ୍ତି।ଆଜି ଏହି ପୁରାତନ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରୀ ଶୁଭାଞଳି ସାହୁ, ଏ (୧) ପାଇଥିବାରୁ,ତାକୁ ବିଦ୍ୟାଳୟର ୬୯ ବ୍ୟଚ ଛାତ୍ରଛାତ୍ରୀ ମାନେ ୧୦୦୦ ଟଙ୍କା ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରିଥିବାବେଳେ,ବିଦ୍ୟାଳୟ ତରଫରୁ ଉପହାର ଓ ପୁଷ୍ପଗୁଛ ଦେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିରିନା ମହାନ୍ତି ସୁଭାଞଳିର ଉତ୍ତରୋତ୍ତର ଶୁଭକାମନା କରିଥିଲେ।ଏହି ଉତ୍ସବରେ ଖମଣ ପଞ୍ଚାୟତର ସରପଞ୍ଚ ସୁଶାନ୍ତ ସାହୁ ଓ ମୋ ସ୍କୁଲ ଅଭିଯାନର ଦିଲ୍ଲୀପ କୁମାର ସାହୁ, ପୁରାତନ ଛାତ୍ର ଅମିୟ ସାହୁ,ରବୀନ୍ଦ୍ର ମହାରଣା,ବାବାଜୀ ଚରଣ ସାହୁ,ଅଶୋକ କୁମାର ପଣ୍ଡା,ମାଧବାନନ୍ଦ ସାହୁ,ବିଶ୍ଵନାଥ ସାହୁ, ସ୍ନେହାସିଶ ସାହୁ,ତରୁଣ ଗୁରୁଙ୍କ ସହିତ ଶିକ୍ଷକ,ଶିକ୍ଷୟିତ୍ରୀ ଯୁଗପ୍ରଭା ସାବତ,ସଂଯୁକ୍ତା ମହାପାତ୍ର,ଅଭିମନ୍ୟୁ ନାୟକ, ଅଟଳ ବିହାରୀ ବେହେରା,ହରିପ୍ରୀୟା ସାହୁ, ସୁଭସ୍ମିତା ସାହୁ,ମଧୁସ୍ମିତା ମହାନ୍ତି, ରନିତା ବେହେରା,କାର୍ତ୍ତିକ ଚନ୍ଦ୍ର ସାହୁ ,ଘନଶ୍ୟାମ ନାୟକ,ମାନସ ରଞ୍ଜନ ଶତପଥୀ,ଶାନ୍ତି ଲତା ସାହୁ,ପଦ୍ମାବତୀ ସାହୁ,ଜୟନ୍ତୀ ମୁର୍ମୁ, ନୟନଦିପ୍ତ ବେହେରା ଓ କର୍ମଚାରୀ ନିରଞ୍ଜନ ପଣ୍ଡା ନାରାୟଣ ଚନ୍ଦ୍ର ଦାସ,ଭୀମସେନ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟର ସଫଳତାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking