40.1 C
Bhubaneswar
Thursday, April 25, 2024
Homeଓଡିଶାଉତ୍କଳ ଗୌରବ ମଧୁସୁଦନ ଦାସଙ୍କର ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳୀ

ଉତ୍କଳ ଗୌରବ ମଧୁସୁଦନ ଦାସଙ୍କର ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳୀ

 
ଯାଜପୁର (ଯାଜପୁର) : ଯାଜପୁର ଜିଲ୍ଲାର ବ୍ୟାସନଗର ତହସିଲ ପରିସରରେ ଥିବା ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୮୬ତମ ତିରୋଧାନ ଦିବସ ପାଳନ କରାଯାଇଥିଲା । ଏହି ଉତ୍ସବକୁ କଳିଙ୍ଗନଗର ବାର୍ ଆସୋସିଏସନ ପକ୍ଷରୁ କରାଯାଇଥିଲା । ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୀବନୀ ଉପରେ ଆଲୋଚନା କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଏବେବି ଶୁଣିବାକୁ ମିଳୁଛି ପାଠ ପଢିବି, କାଳିଆ ଘୋଡାରେ ଚଢିବି, ମଧୁବାବୁ ସଂଗେ ଲଢିବି । ମଧୁବାବୁ ଥିଲେ ପ୍ରଥମ ଓକିଲ, ପ୍ରଥମ ଓଡିଆ ମନ୍ତ୍ରୀ ଓ ସ୍ୱାଭୀମାନର ପ୍ରତୀକ ଥିଲେ ବୋଲି ବକ୍ତାମାନେ କହିଥିଲେ । ବରିଷ୍ଠ ଆଇନଜୀବି ବ୍ରଜକିଶୋର ପତି, କଳିଙ୍ଗନଗର ବାର ଆସୋସିଏସନର ସଭାପତି ମନିନ୍ଦ୍ର କୁମାର ଧଳ, ସଂପାଦକ ଉମେଶ ଚନ୍ଦ୍ର ଦାଶ, ନବକିଶୋର ସାହୁ, ବେଣୁଧର ଖଣ୍ଡାଇ, ରବିନାରାୟଣ ରାଉତ, ବିନୋଦ ବିହାରୀ ମହାନ୍ତି, ଯତିନ୍ଦ୍ର କୁମାର ବାରିକ, ସରୋଜ ଚନ୍ଦ୍ର ଖଣ୍ଡାଇ, ପ୍ରକାଶ ଜେନା ଓ ରମାକାନ୍ତ ମଲ୍ଲିକ୍ ପ୍ରମୂଖ ବହୁ ଆଇନଜୀବି କାର୍ଯ୍ୟକ୍ରମରେ ଯୋଗଦେଇ ମଧୁବାବୂଙ୍କ ଓଡିଶା ଓ ଦେଶପ୍ରତି ଥିବା ଅବଦାନ ସଂପର୍କରେ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking