40.1 C
Bhubaneswar
Thursday, April 25, 2024
Homeଓଡିଶାସହର ବଜ଼ାର ଗାଁ ଗହଳି ଜନ ଶୂନ୍ୟ

ସହର ବଜ଼ାର ଗାଁ ଗହଳି ଜନ ଶୂନ୍ୟ

ଯାଜପୁର(ଅଭିମନ୍ୟୁ ମିଶ୍ର ): ସମଗ୍ର ଯାଜପୁର ଜିଲ୍ଲା ରେ କୋରାନା  କୁ ମୁକାବିଲା କରିବା ପାଇଁ ସହର ବଜ଼ାର ଗାଁ ଗହଳି ଜନ ଶୂନ୍ୟ ଦେଖା ଦେଇଛି !କୋରାନ କୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷ ରୁ କଡ଼ା କଡ଼ି ପାଳନ କରାଯାଉଛି ! ଜିଲ୍ଲାପାଳ,  ଏସ ପି ଯାଜପୁର ଓ    ଯାଜପୁର ରୋଡ ସହର କୁ ଏହି ନିୟମ କୁ ପାଳନ କରିବା ପାଇଁ ଘନ ଘନ ପରିଦର୍ଶନ କରିବା ସଙ୍ଗେ !ଜିଲ୍ଲା ର ଚଣ୍ଡିଖୋଲ, ଛତିଆ, ବାଲିଚନ୍ଦ୍ରପୁର, ଜାରକା, କୁଆଖିଆ, ପାଣିକୋଇଲି i, ରଗଡି, କୋରାଇ, ବୈତରଣୀ ରୋଡ, ସଠି ପୁର, ବିଂଝାରପୁର, ସିଙ୍ଘ ପୁର, ହରିପୁର, ବରୁଆ ଛକ, ପ୍ରମୁଖ ମୁଖ୍ୟ ସ୍ଥାନ  ଗୁଡିକ ରେ ଶସ୍ତ୍ର ପୋଲିସ ପାଇତାର  ଦେଉଛି ! ଦୋକାନ ବଜାର ଖାଁ ଖାଁ ଦେଖା ଦେବା ସହ ବନ୍ଦ ଅଛି !ପୋଲିସ ପକ୍ଷ ରୁ ବିଭିନ୍ନ ପଦକ୍ଷେପ ନିଆଯାଉଅଛି ଯାଜପୁର ରୋଡ ସହର ରେ ପରିବା ଆକାଶ ଛୁଆ ଦେଖା ଦେଇଛି ! ଗାଁ ଗହଳି ରେ ରାସନ ମିଳୁନାହିଁ ! ଏଥି ପ୍ରତି ପ୍ରଶାସନ ର ନଜର ନାହିଁ ବୋଲି କେତେ ବୁଦ୍ଧିଜୀବୀ ମାନେ  କୁହୁଛନ୍ତି !  ଗରିବ ଲୋକ ମାନେ ଭୋକ ରେ ଦିନ ବିତାଉଛନ୍ତି ! କାମ ଧନ୍ଦା ନ ପାଇଁ ଘରେ ରହୁଛନ୍ତି  ! ଗ୍ୟାସ ସିଲିଣ୍ଡର, ମେଡ଼ିସିନ  ନେଇ ଫେରିଲା ବେଳେ ପୋଲିସ ଅଯଥା ଘୋଡ଼ାଉଛି  ! ଗାଁ ଗହଳି ରେ ପ୍ରଶାସନ ର ସଚେତନା  ର ଅଭାବ ସେଥି ପାଇଁ ଗରିବ ଲୋକେ ହଇରାଣ  ହେଉଛନ୍ତି ! ଚାଷୀ ମାନେ ଧାନ ଚାଉଳ ବିକ୍ରି କରି ପାରୁନଥିବା ରୁ ତାଙ୍କ ପାଇଁ ପରିବାର ଚଳାଇବା କୁ କଷ୍ଟ କର ହେଉଛି !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking