ଶାଳିଜାଙ୍ଗ ପଞ୍ଚାୟତ ରେ ଦୁଇ ଟି ଜାଗାରେ ବଡଧରଣର ଡକାୟତି

ଯାଜପୁର:,ଜିଲ୍ଲାର କଳିଙ୍ଗ ନଗର ଥାନ ଅନ୍ତର୍ଗତ ଶାଳିଜାଙ୍ଗ ଗ୍ରାମର ବିପିନି ବିହାରି ମିଶ୍ର ପିତା ଲଟେ ନାରାୟଣ ମିଶ୍ରଙ୍କ କାଲି ଅନୁପସ୍ଥିତ ଥିଲେ ରେ ଘରେ ଡକାୟତ ହୋଇଥିଲା।ସୂଚନା ମୁତାବକ ଘରେ ରାତି 12ଟା ସମୟରେ ଡକାୟତ ଘରେ ତାଲା ଭାଙ୍ଗି ଘରେ ପଶିଥିଲେ ଏବଂ ବହୁ ଆସବା ଜିନିଷ ନଷ୍ଟ କରିଥିଲେ। ବେଡ଼ ରୁମ ର ଭିତର ଚାବି ଭାଙ୍ଗି ଭିତରକୁ ପଶିଥିଲେ ଗୋଡେରେଜ କୁ ଭାଙ୍ଗି ଥିଲେ ଏବଂ ଭିତରେ ଥିବା ସୁନା ଓ ପଇସା ନେବାରେ ସକ୍ଷମ ହୋଇଥିଲେ।ବିପିନି ବିହାରି ମିଶ୍ର ତାଳଚେର, ସରାଙ୍ଗରେ ଚାକିରୀ କରନ୍ତି।ତାଙ୍କ ସାନ ଭାଇ ଙ୍କ ଠାରୁ ଖବର ପାଇ ସଖାଳେ ଆସି ପହଁଞ୍ଚି ଥିଲେ l ଓ ଏତଲା କରିଥିଲେ କଳିଙ୍ଗ ନଗର ଥାନରେ ।ଠିକ ସେହି ରାତି ଏକ ଘଣ୍ଟା ପରେ କେଦାର ପାତ୍ର,ପିତା-ଅଇଁଠୁ ପାତ୍ର ଘରେ ଚୋରି ହୋଇଥିଲା ।ତାଙ୍କ ଗ୍ରୀଲି ଖୋଲି ଡକାୟତ ଘରେ ପଶିଥିଲେ ।ଘରେ ଭିତରେ ପଶି ଅଇଁଠୁ ପାତ୍ର ବାରଣ୍ଡାରେ ସୋଇଥିଲା ତାଙ୍କ ବେକରେ କତା ଲଗେଇ ଦେଇଥିଲେ ଏବଂ ଅନ୍ୟ ଘରେ ପୁଅ କୁ ଚାବି ପକାଇ ଦେଇଥିଲେ।ଅଇଁଠୁ ପାତ୍ର କହିବା ମୁତାବକ 4ଜଣ ଡକାୟତ ମୁହଁରେ କପଡା ବାନ୍ଧି ଆସିଥିଲେ ଚାବି ମାଗିଥିଲେ ନଦେବାରୁ ଗୋଡ଼ରେଜ ଭାଙ୍ଗି ,ସୁନା ଗହଣା ମୁଲ୍ୟ ପାଖାପକ୍ଷୀ 80000 ଟଙ୍କା ର ଲୁଟି ନେଇ ଥିବା ର ହେବ ବୋଲି ଆକଳନ କରାଯାଇଛି।ବହୁତ ଜିନିଷ ନଷ୍ଟ କରି ଗେଟେ ଦେଇ ପଳେଯାଇଥିଲେ।ଏବେ ସାଧାରଣ ରେ ପ୍ରଶ୍ନ ଉଠୁଛି ଯେ ପୋଲିସ ପ୍ରଶାସନ ଏଠି କରୁଛି କଣ ? କଳିଙ୍ଗ ନଗର ଅଞ୍ଚଳ ରେ ଦିନ କୁ ଦିନ ଚୋରି ଡକାୟତି ରାହାଜାନି ବୃଦ୍ଧି ପାଉଛି ପୋଲିସ ନିରବ ଦ୍ରଷ୍ଟା ସାଜିଛି ।ପୋଲିସ 2ଟି ଚୋରି ଘଟଣା ର ତଦନ୍ତ ଜାରି ରଖିଛି l.

LEAVE A REPLY

Please enter your comment!
Please enter your name here