43.9 C
Bhubaneswar
Friday, April 19, 2024
Homeଓଡିଶାପ୍ରବାସୀ ଙ୍କୁ ମିଳୁନି ଖାଦ୍ୟ ଓ ପାନୀୟ ଜଳ

ପ୍ରବାସୀ ଙ୍କୁ ମିଳୁନି ଖାଦ୍ୟ ଓ ପାନୀୟ ଜଳ

ଯାଜପୁର : ଜିଲ୍ଲାର ବରୀ ବ୍ଲକ ରେ ପ୍ରବାସୀ ଓଡ଼ିଆ ଙ୍କୁ ମିଳୁନି ଖାଦ୍ୟ, ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କଲେ ଆଉ ଖାଦ୍ୟ ମିଳିବ ନାହିଁ  ବୋଲି ଅଭିଯୋଗ କରିଛନ୍ତି ପ୍ରବାସୀ ଓଡ଼ିଆ | ଜଣାଯାଇଛି ଯେ ସ୍ୱାଇଖଣ୍ଡ ପଂଚାୟତ ଜଂପଡ଼ା ଗ୍ରାମର ୧୨ ଜଣ ପ୍ରବାସୀ ଓଡ଼ିଆ ବାଙ୍ଗାଲୋର ରୁ ୮ ତାରଖ ଦିନ ଆସି ସ୍ୱାଇଖଣ୍ଡ ପଂଚାୟତ  କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ  | ସ୍ଥାନୀୟ ସରପଞ୍ଚ ଙ୍କ ସ୍ୱାମୀ ସେମାନଙ୍କୁ ବାଲିଆ ପଂଚାୟତର ରାଜୀବ ସେବା କେନ୍ଦ୍ର ରେ ଟିଏମସି ଅଛି ସେଠାରେ ରହିବାକୁ କହିଥିଲେ | ଏହି ପ୍ରବାସୀ ଓଡ଼ିଆ ମାନେ ସେଠାରେ ନରହି ନିଜ ପଂଚାୟତ ଜଂପଡା ୟୁପି ସ୍କୁଲ ରେ ରହିଥିଲେ | ଇତି ମଧ୍ୟରେ ୪ ଦିନ ବିତି ଯାଇଥିଲା ବେଳେ ପ୍ରଶାସନ ପକ୍ଷରୁ କୋଣସି ବ୍ୟବସ୍ଥା କରାଯାଇ ନାହିଁ | ଏପରିକି ଖାଦ୍ୟ ଓ ପାନୀୟ ଜଳ ଟୋପେ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି | ବାଧ୍ୟ ହୋଇ ନିଜ ନିଜ ପରିବାର ଲୋକ ଖାଦ୍ୟ ଆଣି ଦେଉଥିବା ଦେଖିବାକୁ ମିଳିଛି | ଏସଂକ୍ରାନ୍ତରେ  ସରପଞ୍ଚ ଙ୍କ ସ୍ୱାମୀ ଅକ୍ଷୟ କୁମାର ଜେନା କୁହନ୍ତି  ଆମ ପଂଚାୟତରୁ ଟିଏମସି   ବ୍ଲକ ପ୍ରଶାସନ ଉଠାଇ ଦେଇଛି  |ବାଲିଆ ପଂଚାୟତର ରାଜୀବ ସେବା କେନ୍ଦ୍ର ରେ ଟିଏମସି ରହିଛି, ସେଠାରେ ରହିବାକୁ କହିଥିଲି | ଅଭିଯୋଗ କାରୀ ମାନେ ରହିଲେ ନାହିଁ | ସେଠାରେ ଖାଦ୍ୟ ପେୟ ସବୁ ସୁବିଧା ଅଛି |ଏସଂକ୍ରାନ୍ତରେ ବିଡ଼ିଓ ଶିବାନନ୍ଦ ସ୍ୱାଇଁ କୁହନ୍ତି, ସେମାନେ ଅମାନିଆ ,ବ୍ଲକରେ ୪ ଟି ସ୍ଥାନରେ ଟିଏମସି ରହିଛି, ସେମାନଙ୍କ ପାଇଁ ବାଲିଆ ରାଜୀବ ସେବା କେନ୍ଦ୍ର ଟିଏମସି  ସୁବିଧା ହେବ  | କିନ୍ତୁ ସେମାନେ ଅମାନିଆ ହୋଇ ଜିଦିରେ ଜଂପଡା ରେ ଅଛନ୍ତି |,ଆସନ୍ତା କାଲି ସେମାନଙ୍କ ସ୍ୱାବ ଟେଷ୍ଟ କରାଇଦେବା ବୋଲି କହିଛନ୍ତି |
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking