28.1 C
Bhubaneswar
Thursday, March 28, 2024
HomeUncategorizedଗୋଳକୁଣ୍ଡ ଗ୍ରାମରେ ଅଗ୍ନିକାଣ୍ଡ, ଲକ୍ଷା ଧିକ ଟଙ୍କାର ସମ୍ପତି ନଷ୍ଟ

ଗୋଳକୁଣ୍ଡ ଗ୍ରାମରେ ଅଗ୍ନିକାଣ୍ଡ, ଲକ୍ଷା ଧିକ ଟଙ୍କାର ସମ୍ପତି ନଷ୍ଟ

ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଗୋଳକୁଣ୍ଡ ପଂଚାୟତ କାଟଣା ଗ୍ରାମର ପ୍ରତାପ ଜେନା ଙ୍କ ଛଣ ଛପର ଘରେ ଗତକାଲି ବିଳମ୍ବିତ ରାତିରେ କୋଣସି କାରଣରୁ ଅଗ୍ନିକାଣ୍ଡ ଘଟିଯାଇଛି |, ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି | ପ୍ରତାପଙ୍କ ଘରେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ର କେତକ ସାମଗ୍ରୀ ରହୁଥିଲା ବେଳେ ସେ ମଧ୍ୟ ପୋଡି ପାଉଁଶ ହୋଇଯାଇଛି | ଘଟଣା ସ୍ଥଳରେ ଅଗ୍ନିସେବା କେନ୍ଦ୍ରର ଟିମ ପହଂଚି ନିଆଁକୁ ଆୟତ୍ତ କରିଥିଲେ | ପରେ ସରପଞ୍ଚ ଶରତ ଜେନା ବିପନ୍ନଙ୍କ ପରିବାର ଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି | ଶନିବାର ବରୀ ତହସିଲଦାର ସରୋଜ କାନ୍ତ ଜେନା ପହଂଚି ତଦନ୍ତ ଆରମ୍ଭ କରିଛନ୍ତି | ତହସିଲ ପକ୍ଷରୁ ପଲିଥିନ ଦିଆଯାଇଛି |, ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି କରାଯାଇଛି |

୪ବଖରା ଛଣ ଛପର ଘରେ  ଅଗ୍ନି କାଣ୍ଡ ଘଟି ସର୍ବସ୍ବ ପୋଡି ପାଉଁଶ


 
ଯାଜପୁର :ବରୀ ବ୍ଲକ ଅଧିନ କିଂବିରିଆପାଳ ପଂଚାୟତର ଭଳି ନୂଆଗାଁ  କାଁହୁ ମାଲିକ,ବେନୁ ମାଲିକ,ମିଥୁନ ମାଲିକଙ୍କ ୪ବଖରା ଛଣ ଛପର ଘରେ  ଅଗ୍ନି କାଣ୍ଡ ଘଟି ସର୍ବସ୍ବ ପୋଡି ପାଉଁଶ ହୋଇଯାଇଛି|  ସ୍ଥାନୀୟ ଆରାଇ ପରିଦର୍ଶନ କରି ପଲିଥିନ ପ୍ରଦାନ କରିଛନ୍ତି |, ଅଗ୍ନିସେବା ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ | ସରପଞ୍ଚ ପ୍ରତିମା ସାହୁ ଓ ତାଙ୍କ ପ୍ରତିନିଧି ମୁରଲୀଧର ସାହୁ ପହଂଚି ସହାୟତା ପ୍ରଦାନ କରିଥିଲେ | ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସନ୍ଧ୍ୟାରେ ତହସିଲଦାର ଓ ବିଡ଼ିଓ ନିକଟରେ ଶ୍ରୀ ସାହୁ ଦାବି କରିଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking