31.1 C
Bhubaneswar
Tuesday, April 23, 2024
Homeଓଡିଶାଶିକ୍ଷାବୃତ୍ତି ନେବାକୁ ଆସିଥିବା ଜନୈକା ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ

ଶିକ୍ଷାବୃତ୍ତି ନେବାକୁ ଆସିଥିବା ଜନୈକା ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ

ଯାଜପୁର(ଓଏନଏ) : ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଶିକ୍ଷାବୃତ୍ତି ନେବାକୁ ଆସିଥିବା ଜନୈକା ଯୁକ୍ତଦୁଇ ନାବାଳିକା ଛାତ୍ରୀଙ୍କୁ ଚାରିଜଣ ଯୁବକ ଜଣ ଜଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଗତ 7ତାରିଖ ଡୁବୁରୀ ଅଞ୍ଚଳର ଜଣେ ଯୁକ୍ତଦୁଇ ଛାତ୍ରୀ ନିଜର କଲେଜ ପଢୁଆ ଯୁବକ ବନ୍ଧୁ ସହ ବ୍ରହ୍ମଣୀପାଳ ସ୍ଥିତ ଏକ ଘରୋଇ କାରଖାନାକୁ ମେଧାବୀ ଛାତ୍ରୀବୃତ୍ତି ନେବାକୁ ଆସିଥିବା ବେଳେ କୌଣସି କାରଣରୁ ସେମାନେ କାଳିଆପାଣିରେ ରାତିରେ ରହିଥିଲେ। ଏବଂ କାଳିଆପାଣି ବଜାରକୁ ଯାଉଥିବା ସମୟରେ କାଳିଆପାଣି ଖଣିଅଞ୍ଚଳର କଲରଙ୍ଗୀ ନିକଟରେ ସେମାନଙ୍କୁ ଫଲୋ କରି ପଛେପଛେ ଯାଇଥିଲେ। ସମ୍ପୃକ୍ତ ଚାରିଜଣ ଦୁର୍ବୃତ୍ତ ନିଛାଟିଆ ରାସ୍ତାରେ ଅଟକାଇ ନାବାଳିକାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଅସହାୟ ଅବସ୍ଥାରେ ଛାତ୍ରୀ ଜଣକ ନିରୁପାୟ ହୋଇ ଅର୍ଦ୍ଧନଗ୍ନ ଅବସ୍ଥାରେ ନିକଟରେ ଥିବା ଜଣେ ମହିଳା ହୋମଗାର୍ଡଙ୍କ ଘରେ ଦୌଡ଼ି ଦୌଡ଼ି ପଶିଯାଇଥିଲେ। ହୋମଗାର୍ଡଙ୍କ ପାଖରୁ ଖବର ପାଇ କାଳିଆପାଣି ପୋଲିସ ରାତିସାରା ଖୋଜାଖୋଜି କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ OISFର ରୋଷେୟା ଭାବେ କାମକରୁଥିବା ସନ୍ତୋଷ ପୃଷ୍ଟି, ସତ୍ୟବ୍ରତ ବେହେରା ଓରଫ୍ ବବଲୁ, ଉମେଶ ଚନ୍ଦ୍ର ମହାନ୍ତ ଓରଫ୍ ସିଲୁ ଓ ରବି ନାଏକ ନାମକ 4ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ସୂଚନା ମିଳିଛି। ସନ୍ତୋଷର ବୟସ 31 ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ 20 ବର୍ଷ ମଧ୍ୟରେ ବୋଲି ଜଣାପଡିଛି।ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking