37.1 C
Bhubaneswar
Thursday, March 28, 2024
HomeUncategorizedସରପଞ୍ଚଙ୍କ ସ୍ୱାମୀକୁ ଆକ୍ରମଣ

ସରପଞ୍ଚଙ୍କ ସ୍ୱାମୀକୁ ଆକ୍ରମଣ

ଯାଜପୁର : ବରୀ ବ୍ଲକ ଅଧିନ ଇସାନପୁର ପଂଚାୟତ ସରପଞ୍ଚ ଙ୍କ ସ୍ୱାମୀକୁ ଆକ୍ରମଣ ହୋଇଛି | ସେହି ଗ୍ରାମର ଚିନୁ, ଭାଗିରଥ, ରାହୁଲ ପ୍ରମୁଖ ମାରଣାସ୍ତ୍ର ରେ ଆକ୍ରମଣ କରିଥିବା ବରୀ ଥାନାରେ ଅଭିଯୋଗ ହୋଇଛି | ଏନେଇ ପୋଲିସ ପକ୍ଷରୁ କେଶ ନମ୍ବର ୧୨୮/୨୦୨୦ଦଫା୩୪୧/୩୨୩/୨୯୪/୫୦୬/୩୪ଆଇପିସି ରେ ତଦନ୍ତ ଜରୀରହିଛି | ସରପଞ୍ଚ ଙ୍କ ସ୍ୱାମୀ ମାଧବ ମହାନ୍ତି ଙ୍କୁ ଅଭିଯୁକ୍ତ ମାନେ ବାରମ୍ବାର ଟଙ୍କା ମଗନ୍ତି | ଟଙ୍କା ନଦେବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ରୁ ଜଣାପଡିଛି | ଏଥି ପୂର୍ବରୁ ସରପଞ୍ଚ ରାଞ୍ଜୁ ଲତା ମହାନ୍ତି ଲିଖିତ ଅଭିଯୋଗ ଥାନା ଅଧିକାରୀ ଙ୍କ ନିକଟରେ କରିଥିଲେ ବୋଲି କୁହାଯାଇଛି | ସରପଞ୍ଚ ଙ୍କ ସ୍ୱାମୀ ମାଧବ ଚିକିତ୍ସା ଧୀନ ଥିଲାବେଳେ ଅଭିଯୁକ୍ତ ମାନେ ଗାଁ ଦାଣ୍ଡରେ ଖୋଲମ ଖୋଲା ବୁଲୁଛନ୍ତି | ଏବେ ସରପଞ୍ଚ ଙ୍କ ପରିବାର କୁ ହତ୍ୟା ଧମକ ମିଳୁଥିବାରୁ ପରିବାର ଲୋକେ ଭୟଭୀତ ରେ କାଳାତିପାତ କରୁଛନ୍ତି | ତୁରନ୍ତ ଗିରଫ କରି ନ୍ୟାୟ ପ୍ରଦାନ କରିବାକୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି କରାଯାଇଛି |

କଣ୍ଟାଇନମେଣ୍ଟ ଜୋନ ଘୋଷଣା କରାଗଲା


 
ଯାଜପୁର : ଯାଜପୁର ବ୍ଲକ ଅନ୍ତର୍ଗତ ଭଉଁଇପୁର ପଂଚାୟତ ହରିପୁର ଗ୍ରାମ କତରପୁର ନିବାସୀ ଙ୍କ ସ୍ଵବ ଟେଷ୍ଟ ନମୁନା ରୁ କରୋନା ଭାଇରସ ଚି଼ହ୍ନଟ ହୋଇ ଥିବାରୁ ତା ୧୭.୬.୨0 ସକାଳ ୭ ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜିଲ୍ଲା ପ୍ରସାଶନ ତରଫରୁ  କଣ୍ଟନମେଣ୍ଟ ଅଂଚଳ ଘୋଷଣା କରାଯାଇଛି !
 

ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ କୋଭିଡ ସହାୟତା ପାଇଁ ୫ହଜାର ଟଙ୍କା ର ଚେକ ପ୍ରଦାନ


 
ଯାଜପୁର : ବରୀ ବ୍ଲକ ସଂକୀର୍ତ୍ତନ କଳାପରିଷଦ ପକ୍ଷରୁ ଗୁରୁବାର ବରୀ ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ କୋଭିଡ ସହାୟତା ପାଇଁ ୫ହଜାର ଟଙ୍କା ର ଚେକ ପ୍ରଦାନ କରାଯାଇଛି | କଳାପରିଷଦ ର ନଟବର ମହାନ୍ତି, ଗଙ୍ଗାଧର ସାହୁ, ଜଗବନ୍ଧୁ ଦାସ ଓ ଅନାଦି ଜେନା ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଥିଲେ|
-ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking