29.8 C
Bhubaneswar
Thursday, April 18, 2024
Homeଓଡିଶାସରକାରଙ୍କ ନିୟମକୁ ଫୁ ,ସାପ ଗଡ଼ିଆ ୟୁଜିୟୁପି ବିଦ୍ୟାପୀଠ ଖୋଲା ଅଛି

ସରକାରଙ୍କ ନିୟମକୁ ଫୁ ,ସାପ ଗଡ଼ିଆ ୟୁଜିୟୁପି ବିଦ୍ୟାପୀଠ ଖୋଲା ଅଛି

ଯାଜପୁର : କରୋନା ଭୁତାଣୁ ନ ବ୍ୟାପିବା ପାଇଁ ସରକାରଙ୍କର ଏତେ ନିୟମ କାନୁନ୍ ମଧ୍ୟରେ ସବୁଆଡ଼େ ସ୍କୁଲ୍‌,କଲେଜ ଗୁଡ଼ିକ ବନ୍ଦ ଥିବା ସତ୍ତ୍ୱେ ବ୍ୟାସନଗର ସହରର ୱାର୍ଡ଼ ନଂ ୩ ସାପ ଗଡ଼ିଆ ଛକ ଉପରେ ଥିବା ସାପଗଡ଼ିଆ ୟୁଜୟୁପି ବିଦ୍ୟାପୀଠଟି ମଂଗଳବାର ଖୋଲା ଅଛି । ବିଦ୍ୟାପୀଠଟି ପ୍ରଥମରୁ ଅଷ୍ଟମ ଯାଏଁ ଥିବା ବେଳେ ଆଜି ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଅଛନ୍ତି । ଏହି ବିଦ୍ୟାପୀଠର କର୍ମକର୍ତ୍ତା ମାନଙ୍କର କରୋନା ଭୁତାଣୁ ସଂକ୍ରାମକ ଉପରେ ଦୃଷ୍ଟି ନାହିଁ । ଜିଲ୍ଲାପାଳଙ୍କ ଅଦେଶନାମାକୁ ହେୟମନେ କରି ବିଦ୍ୟାପୀଠଟି ଖୋଲାଅଛି । ଯେପରି ସବୁଦିନେ ବିଦ୍ୟାଳୟ ଖୋଲାଯାଏ ସେହିପରି ଆଜି ଠିକ୍ ସମୟରେ ଖୋଲାଯାଇଛି । ଯାଜପୁର ଜିଲ୍ଲାରେ କରୋନା ପାଇଁ ବିଦ୍ୟାପୀଠ ଗୁଡ଼ିକୁ ବନ୍ଦ କରାଯିବା ପାଇଁ ଜିଲ୍ଲା ସ୍ତରରେ ନୋଟିସ ମଧ୍ୟ କରାଯାଇଥିଲା । ହେଲେ କିପରି ଏବଂ କାହିଁକି ବିଦ୍ୟାପୀଠଟିକୁ ଶିକ୍ଷକମାନେ ଖୋଲା ରଖି ବିଦ୍ୟାପୀଠରେ ଶିକ୍ଷାଦାନ କରାଯାଉଛି ତାହା ବୁଝିବା ବଡ଼ ଦୁଃଖଦ ଘଟଣା । ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠେ ସାରା ଦେଶ କରୋନାରେ ଜଳୁଥିବାବେଳେ ଏହି ବିଦ୍ୟାପୀଠରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କର କ’ଣ ହିତାହିତ ଜ୍ଞାନ ହଜିଯାଇଛି ଯେ ଏପରି ଭୁଲ୍ ପଦକ୍ଷେପ ନେଇ ନିଜେ କରୋନା ଆକ୍ରାନ୍ତ ହେବା ସହିତ କୁନିକୁନି ପିଲାମାନଙ୍କର ଭାଗ୍ୟ ସହିତ ଖେଳୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking