35.1 C
Bhubaneswar
Tuesday, April 23, 2024
Homeଅପରାଧଦରମା ନପାଇ ନୀଳାଚଳ କର୍ମଚାରି ଇସ୍ପାତ କର୍ମଚାରୀଙ୍କ ଆତ୍ମହତ୍ୟା

ଦରମା ନପାଇ ନୀଳାଚଳ କର୍ମଚାରି ଇସ୍ପାତ କର୍ମଚାରୀଙ୍କ ଆତ୍ମହତ୍ୟା

 ଯାଜପୁର (ଅଭିମନ୍ୟୁ ମିଶ୍ର) : ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ନୀଳାଚଳ ଇସ୍ପାତ ନିଗମର ଚାରିମାସରୁ ଉର୍ଦ୍ଧ୍ବ ହେଲା ଦରମା ମିଳିନି ।କର୍ମଚାରୀ ମାନଙ୍କୁ ଦରମା ପ୍ରଦାନ ପାଇଁ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ତରଫରୁ ବାରମ୍ବାର ଜିଲା ପ୍ରଶାସନ ,ଶ୍ରମ ବିଭାଗ,କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଚିଠିଦ୍ୱାରା ଜଣାଇଥିବା ସହ  ଶାନ୍ତିପୂର୍ଣ୍ଣ ଭାବେ  ଆନ୍ଦୋଳନ ଜାରି ରହିଥିବା ସତ୍ୱେ କିଛି ସୁଫଳ ମିଳିନଥିଲା ।ସରକାରଙ୍କ ସ୍ଥାନୀୟ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନଙ୍କ ସହିତ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ପାର୍ଯ୍ୟାଲୋଚନା କରାଯାଇଥିଲେ ମଧ୍ୟ ରଜ ପୂର୍ବରୁ ଏକ ମାସର ଦରମା ଦେବା ସହିତ ଅତିଶୀଘ୍ର କାରଖାନାକୁ କାର୍ଯ୍ୟକ୍ଷମ କରିବାପାଇଁ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ନିଳାଚଳ ଇସ୍ପାତ ର ମୁଖ୍ୟ ଅଂଶୀଦାରଏମଏମଟିସି କୁ ଲିଖିତଭାବେ ଜଣାଇଦିଆଯାଇଥିଲା।ଫଳସ୍ୱରୂପ ଏମଏମଟିସି କର୍ତ୍ତୃପକ୍ଷ ଙ୍କ ତରଫରୁ ଜିଲ୍ଲା ପ୍ରଶାସନ ପାଖକୁ ଚିଠି ମାଧ୍ୟମରେ ଜଣେଇଦେଲେକି,ଏମଏମଟିସି ନୀଳାଚଳ ଇସ୍ପାତ କୁ ଦରମା କିମ୍ବା କାରଖାନା ଚାଲିବା ପ୍ରସଙ୍ଗରେ କୌଣସି ପ୍ରକାରେ ସହଯୋଗ କରିପାରିବେନାହିଁ ।ଏମଏମଟିସି ର ଏହିପ୍ରକାର ଶ୍ରମିକ କର୍ମଚାରୀ ଙ୍କ ପ୍ରତି ଅନ୍ୟାୟ ଓ ଅବହେଳା ,ସମସ୍ତ କର୍ମଚାରୀଙ୍କ ମନରେ ଘୋର ଅସନ୍ତୋଷ ସୃଷ୍ଟି ହେବାସହ ଉତେଜନା ପ୍ରକାଶ ପାଇଛି।ଯାହାଫଳରେ ଦୁଇଦିନତଳେ ନିଳାଚଳର ଜଣେ ଶ୍ରମିକ ଦରମାନପାଇ ଚିକତ୍ସା ଅଭାବରୁ ରୋଗାଶଯ୍ୟାରେ ମୃତ୍ୟୁ ବରଣ କରିଥିଲେ,ସେମିତି ଆଜି ମଧ୍ୟ ଆଉଜଣେ ସାରଙ୍ଗପୁର ଗ୍ରାମର କିଶୋର ଜେନା ନାମକ ନୀଳାଚଳ ଇସ୍ପାତ ର ସିଣ୍ଟର ପ୍ଲାଣ୍ଟର କର୍ମଚାରୀ  ଦରମା ନପାଇ  ମାନସିକ ଭାରସାମ୍ୟ ହରାଇ ବେକରେ ରସିଲାଗେଇ ଆତ୍ମହତ୍ୟା କରିଛନ୍ତି।ଯାହାଫଳରେ ସମସ୍ତ ଶ୍ରମିକ କର୍ମଚାରୀ ଓ ଅଂଚଳ ବାସିଙ୍କ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଉଛି କି ଏହାକୁ ଗୁରୁତର ସହ ବିଚାର କରି ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଗଲେ ମୁଣ୍ଡଟେକୁଥିବା ବୃହତ ଜନଆନ୍ଦୋଳନକୁ ଏଡେଇଦିଆଯାଇପାରିବା ଏବଂ କର୍ମଚାରୀ ଙ୍କ ଜୀବନ ଜୀବକା ସୁରକ୍ଷିତ ହେଇପାରିବ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking