39.8 C
Bhubaneswar
Thursday, April 18, 2024
Homeଅପରାଧଜଣେ ବୃଦ୍ଧା ଭାସିଯାଉଥିବା ବେଳେ ଉଦ୍ଧାର

ଜଣେ ବୃଦ୍ଧା ଭାସିଯାଉଥିବା ବେଳେ ଉଦ୍ଧାର

ଯାଜପୁର :ପ୍ରବଳ ନଦୀ ସ୍ରୋତରେ ଜଣେ ବୃଦ୍ଧା ଭାସିଯାଉଥିବା ବେଳେ ଉଦ୍ଧାର କଲେ ଯୁବକ । ଆଉ ଏହି ସମୟରେ ଭିଡିଓ କଏଦ ହୋଇଛି ମୋବାଇଲ କ୍ୟାମେରାରେ । ଯାଜପୁର ଜିଲା ବିଂଝାରପୁର କଲ୍ୟାଣେଶ୍ୱର ଅଂଚଳର ଘଟଣା । ପାଖ ଖରସ୍ରୋତା ନଦୀରେ ମାଂସଡା ଦଧିବାବନପୁର ଅଂଚଳର ୭୨ ବର୍ଷୀୟ ବୃଦ୍ଧା ମଲ୍ଲୀ ବେହେରା ଗାଧୋଇଥିବା ବେଳେ ପ୍ରଖର ନଦୀ ଜଳରେ ଭାସିଯାଇଥିଲେ । ନଦୀରେ କିଛି ବାଟ ଭାସିଯାଉଥିବା ଦେଖି  ରଣପୁର ଅଂଚଳର ସାହସୀ ଯୁବକ ମହେଶ୍ୱର ମଲ୍ଲିକ ତୁରନ୍ତ ନଦୀ ଭିତରକୁ ଯାଇ ଉଦ୍ଧାର କରିଥିଲେ । ଆଉ କେତେକ ବ୍ୟକ୍ତି ଦଉଡା ସାହାଯ୍ୟରେ ଉଭୟଙ୍କୁ ନଦୀ କୂଳକୁ ଟାଣି ଆଣିଥିଲେ । ଏ ହେଉଛି ସେହି ଉଦ୍ଧାର ସମୟର ଦୃଶ୍ୟ । ବୃଦ୍ଧାଙ୍କୁ ଉଦ୍ଧାର କରିବା ପରେ ତାଙ୍କ ହୋସ ପେଂରିଥିଲା । ଏବେ ସେ ସୁସ୍ଥ ଥିବା ଜଣାପଡିଛି । ତେବେ ବୃଦ୍ଧାଙ୍କୁ ଉଦ୍ଧାର କରିଥିବା ସାହସୀ ଯୁବକ ମହେଶ୍ୱର ମଲ୍ଳିକଙ୍କ କାର୍ଯ୍ୟକୁ ନେଇ ସବୁଆଡେ ପ୍ରଶଂସାର ସୁଅ ଛୁଟୁଛି ।

ମୁଖ୍ୟ କରୋନା ଯୋଦ୍ଧା ସାଜିଥିବା କଳିଙ୍ଗ ନଗର ଏଡ଼ିଏମଙ୍କୁ ସମ୍ବର୍ଦ୍ଧନା


 
ଯାଜପୁର ସୁକିନ୍ଦା ଓ କୋରାଇ ନିର୍ବାଚନ ମଣ୍ଡଳୀ ରେ କରୋନା କୁ ପ୍ରତିହତ କରିବା ପାଇଁ ମୁଖ୍ୟ ଯୋଦ୍ଧା ସାଜି ଥିବା କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ସନ୍ତୋଷ କୁମାର ମିଶ୍ର ଙ୍କୁ ଆଜି ଏଡ଼ିଏମ ଙ୍କ ଅଫିସ ପରିସରରେ ସୁକିନ୍ଦା କଲେଜ ପକ୍ଷ ରୁ ଛାତ୍ର ଛାତ୍ରୀ ମାନେ କରୋନା ଯୋଦ୍ଧା ରୂପେ ସମ୍ବର୍ଦ୍ଧନା ଦେଇ ଥିଲେ !ଶ୍ରୀ ମିଶ୍ର ସହର ରେ ସାନିଟାଇଜର, ମାସ୍କ ବଣ୍ଟନ ଓ ବିଭିନ୍ନ ଜାଗା ଜନସଚେତନ କରିବା ସହ ଯାଜପୁର ରୋଡ ଷ୍ଟେସନ କୁ ଆସୁଥିବା ପ୍ରଵାସୀ ଓଡ଼ିଆ ମାନଙ୍କୁ ନିଜ ନିଜ ଜିଲ୍ଲାର କ୍ୱାରନ୍ଟାଇନ କେନ୍ଦ୍ର କୁ ପଠାଇଵା ଏହି ମହାନ କାର୍ଯ୍ୟ ରେ ନିଜକୁ ସୈନିକ ଭଳି ନିୟୋଜିତ କରି ଏକ ଯୋଦ୍ଧା ର ପରି ପରିଚୟ ଦେଇଥିଲେ ! ଗାଁ ଗହଳି ରେ କରୋନା ମହାମାରୀ ଉପରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଜନସଚେତ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀ ମିଶ୍ର ଉପଦେଶ ଦେଇଥିଲେ !
 
ରିପୋର୍ଟ – ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking