26.1 C
Bhubaneswar
Friday, March 29, 2024
HomeUncategorizedକୋଟି କୋଟି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ

କୋଟି କୋଟି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ

ଯାଜପୁର : ସାରା ରାଜ୍ୟରେ କୋରୋନା ଯୁଦ୍ଧ ନାଁରେ କୋଟି କୋଟି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ଆଜି ଜିଲାପାଳ ଅପିଂସ ସମ୍ମୁଖରେ ମାସ୍କ କିଣାରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ କରି ଏକ ପ୍ରତିବାଦ କରିଥିଲା । ଜିଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ପଦକ୍ଷେପ କୁ ନିନ୍ଦା କରିଥିଲେ । ଏହି ମାସ୍କ ଓ ପିପିଇ କିଣାରେ ବ୍ୟାପକ ଦୁର୍ନିତିରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତପାଂ ଦାବୀ କରିଥିଲେ । ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ସନ୍ତୋଷ ନନ୍ଦ, ବଳଭଦ୍ର ଦାସ, ନାରାୟଣ ସାମନ୍ତ, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

କୋରୋନା ମୁକାବିଲାରେ ଅନେକ କିଛି ଗଡବଡ ହେଉଥିବା ଅଭିଯୋଗ

ଯାଜପୁର :ଯାଜପୁର ଜିଲାରେ କୋରୋନା ମୁକାବିଲାରେ ଅନେକ କିଛି ଗଡବଡ ହେଉଥିବା ଅଭିଯୋଗ କରିଛି ଯାଜପୁର ଜିଲା ସେବା ସଂଘ । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କୋରୋନା ଚିକିତ୍ସା ନାଁରେ ବ୍ୟାପକ ଅନିୟମିତତା କରାଯାଇଛି । ରସୁଲପୁର ବ୍ଲକ ଅଂଚଳର ସୌଭାଗ୍ୟନନ୍ଦ ମିଶ୍ରଙ୍କୁ ପ୍ରଥମେ କୋରୋନା ପଜିଟିଭ ଭାବେ ଚିହ୍ନଟ କରାଯାଇ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଅଳ୍ପ କିଛି ଦିନ ରହିବା ପରେ ତାଙ୍କୁ ସୁସ୍ଥ ହୋଇଥିବା ଦର୍ଶାଇ ଛାଡି ଦିଆଯାଇଥିଲା । କିନ୍ତୁ ଏ ନେଇ କୌଣସି ପ୍ରମାଣ ପତ୍ର ଦିଆଯାଇନଥିବା ଅଭିଯୋଗ କରିଛି ସେବା ସଂଘ । ସେହିପରି ବିଭିନ୍ନ ଟିଏମସିରେ ନାନା ଅନିୟମିତତା ହେଉଥିବା ଅଭିଯୋଗ କରାଯାଇଛି । ସରକାର କୋରୋନା ରୋଗୀଙ୍କୁ ସୁସ୍ଥ ହେଉଥିବା ଦର୍ଶାଉଥିବା ବେଳେ ରୋଗୀଙ୍କୁ କୌଣସି ପ୍ରକାର ପ୍ରମାଣ ପତ୍ର କାହିଁକି ଦେଉନାହାଁନ୍ତି ବୋଲି ପ୍ରଶ୍ନ କରାଯାଇଛି । ଜିଲା ପ୍ରଶାସନ ର ଏପରି ବିପଂଳତା ପ୍ରତିବାଦରେ ସୌଭାଗ୍ୟନନ୍ଦ ମିଶ୍ର ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେଣୁ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେବା ସଂଘ ପକ୍ଷରୁ ଦାବୀ କରାଯାଇଛି ।
ରିପୋର୍ଟ – ଅଭିମନ୍ୟୁ ମିଶ୍ର
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking