27.1 C
Bhubaneswar
Friday, March 29, 2024
Homeଓଡିଶାତାରାକୋଟ ପଂଚାୟତ ପକ୍ଷ ରୁ   କରୋନା ଯୋଦ୍ଧା ମାନଂକୁ  ସମ୍ମାନିତ

ତାରାକୋଟ ପଂଚାୟତ ପକ୍ଷ ରୁ   କରୋନା ଯୋଦ୍ଧା ମାନଂକୁ  ସମ୍ମାନିତ

ଯାଜପୁର : କୋରାଇ ବ୍ଲକ ଅନ୍ତର୍ଗତ ତାରାକୋଟ ପଞ୍ଚାୟତ ତରଫରୁ ରଘୁନାଥ ସାହୁ ନୋଡାଲ ବିଦ୍ୟାଳୟ ଟିଏମସି କେନ୍ଦ୍ର ପରିସର ରେ କୋରାଇ ପୋଲିସ ଥାନା ଅଧିକାରୀ ରଂଜିତ ମହାନ୍ତି, କୋରାଇ ବିଡ଼ିଓ ଶ୍ଵେତା ସିଗଧା, କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସୁଧାଂଶୁ ଶେଖର, କୋରାଇ ପ୍ରେସ କ୍ଳବ ଅନେକ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡ଼ିଆ,ସହ ସ୍ୱେଚ୍ଛାସେବୀ  କମଳାକାନ୍ତ ନାୟକ ଏସ ଏଫ ୟେଜ଼ଦାନ ଆଶା  କର୍ମୀ, ଅଙ୍ଗନବାଡି କର୍ମୀ ମାନଂକୁ  କରୋନା ଯୋଦ୍ଧା ରେ ସମ୍ବଦ୍ଧନା  କରାଯାଇ ଅଛି !ଏହି ସମ୍ବଦ୍ଧନା ସଭା କୁ ତାରାକୋଟ ସରପଞ୍ଚ ପାର୍ବତୀ ଜେନା ଅଧକ୍ଷତା କରି ମାନ ପାତ୍ର ସହ ପୁଷ୍ପଗୁଚ୍ଛ ଦେଇ କରୋନା  ଯୋଦ୍ଧା ରୂପ ସମ୍ମାନିତ କରି ଥିଲେ ! ବିଶିଷ୍ଟ ସମାଜ ସେବି ହରେକୃଷ୍ଣ ସାହୁ   କୋଭିଡ 19 ସହ କିପରି ମୁକାବିଲା କରାଯାଇ ପାରିବ ତାହା ଆଲୋକପତ କରିଥିଲେ   ନାଏବ ସରପଞ୍ଚ ଅତାରୁଦିନ,ସମିତି ସଭ୍ୟ ଉମାକାନ୍ତ ବେହେରା ସଭା ରେ ସହ ଯୋଗ କରି ଥିଲେ,  ମୁଖ୍ୟ ଅତିଥି ଭାବେ କୋରାଇ ସମତି ଜିପିଓ  ପୂର୍ଣ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ଥିଲେ !

୮୦ତମ ଦିବସରେ ନାଟକ ମାଧ୍ୟମରେ କରୋନା ସଚେତନ କଲେ ବିକ୍ରମ ବେତାଳ


 
ଯାଜପୁର :  ସଚେତନତା ଦ୍ୱାରା ବିଶ୍ଵରୁ ମହାମାରୀ  କରୋନାକୁ ବିନାଶ କରିବା ପାଇଁ ଆନ୍ତର୍ଜାତିୟ ସ୍ତରରେ ବହୁ ପଦକ୍ଷେପ ମାନ ନିଆଯାଉଅଛି।  ଆଜକୁ ଦୀର୍ଘ ୮୦ଦିନ ଧରି ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରୀରହିଛି।ସାରା ରାଜ୍ୟରେ ରିଲିଫ ବଣ୍ଟନ ସହ ବିଭିନ୍ନ ସଚେତନତା ମୂଳକ  ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଉଥିବାବେଳେ ଆଜି ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ  ଦେଖିବାକୁ ମିଳିଥିଲା ନାଟକ “ବିକ୍ରମ ବେତାଳ” ମାଧ୍ୟମରେ ରାଜା ବିକ୍ରମାଦିତ୍ୟ ଓ କରୋନା ବେତାଳ ଉଭୟଙ୍କ କଥୋପକଥନସହ ସମାଜକୁ ସଚେତନତାର ବାର୍ତ୍ତା।  ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯାଜପୁରଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ସାମାଜିକ ଦୂରତା ରକ୍ଷା କରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ସଚେତନତା ସୃଷ୍ଟି କରୁଥିବାର ଦେଖାଯାଇଅଛି। ଏତଦ୍ଭିନ୍ନ କର୍ମକର୍ତ୍ତାମାନେ ଗାଁ ଗାଁ ବୁଲି ଲୋକମାନଙ୍କୁ ମାସ୍କ,ସାବୁନ, ସାନିଟାଇଜର,ପରିବା ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା।ଏଥିରେ ନାଟ୍ୟକାର ତଥା ନିର୍ଦ୍ଦେଶକ ସାଧୁ ନିଲୁବାବା, ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶ,ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମିହିର କୁମାର ମଲ୍ଲିକ,କମାରଡ଼ିହି ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରିୟବ୍ରତ ବିଶ୍ୱାଳ,ସମିତିସଭ୍ୟ ମଳୟ କୁମାର ପଣ୍ଡା, ଯୁବ ସଂଗଠକ ତଥା ଛାତ୍ର ନେତା ଦୀପକ ବାରିକ,ଅଧ୍ୟାପକ ଭରତ ଚନ୍ଦ୍ର ବେହେରା,ଅଭିନେତା ଶଶୀକାନ୍ତ ପଣ୍ଡା,ସେକ ମମିନ ଅଲି,ମାନସ ସେଠ,ଗୋଲକ ଦାସ,ରୁଦ୍ର ପ୍ରକାଶ ଦାସ,ପ୍ରକାଶ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗଦାନ  କରିଥିଲେ।

ଆଜି  ସୁଦ୍ଧା ଜିଲ୍ଲା ରୁ  ୨୭ ଜଣ ସୁସ୍ଥ ହୋଇ ଫେରିଲେ


 
ଯାଜପୁର : ଜିଲ୍ଲା ରୁ ଆଜି ଓ ଗତ କାଲି ସୁଦ୍ଧା ୨୭  ସୁସ୍ଥ ହୋଇ ଫେରିଲେ ମିଳିଥିବା ସୂଚନା ଅନୁଯାଇ ରସୁଲପୁର, ଯାଜପୁର, କୋରାଇ, ଦାନଗଦି ବ୍ଲକ ରୁ  ଯଥା ୧୨, ୨, ୧, ୧ ଜଣ ସହ ଦଶସରଥପୁର ବ୍ଲକ ରୁ ୫, ଧର୍ମଶାଳା ଓ  କୋରାଇ ବ୍ଲକ ୩ ରୁ ଡିସ୍ଚାର୍ଜ ହୋଇ ଫେରିଛନ୍ତି !ସେହି ପରି  ଯାଜପୁର ଜିଲ୍ଲା ର ବିଂଝାରପୁର ବ୍ଲକ ର ମାଳିଆ  ଗ୍ରାମ ର କରୋନା +ve ୧  ଚି଼ହଟ ହୋଇଛନ୍ତି !ସେ ହୋମ କ୍ୱାରନ୍ଟାଇନ ରେ ରହିଥିଲେ   !
-ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking