34.1 C
Bhubaneswar
Thursday, April 25, 2024
Homeଓଡିଶାଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ଧାରଣା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ଧାରଣା

ଯାଜପୁର:ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତକାଲି ଧାରଣା ଦିଆଯାଇଥିଲା   । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ସଂଗଠନର ବହୁ ସଦସ୍ୟ ଶାନ୍ତପୂର୍ଣ୍ଣ ଧାରଣାରେ ବସିଥିଲେ । ମୁଖ୍ୟତଃ ଖରିଫ ଋତୁରେ ଧାନ ବିକ୍ରୀ ପାଇଁ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରୀ କରିନପାରିବା, ଫନି, ଫାଇଲିନ,ହୁଡହୁଡ ଓ ଅମ୍ପନ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସଠିକ ତଦନ୍ତ କରାଯାଇ ସହାୟତା ପ୍ରଦାନ, ପ୍ରତ୍ୟେକ ଚାଷୀଙ୍କ ଠାରୁ ମୁଗ କ୍ରୟ କରିବା, ବର୍ଷ ବର୍ଷ ଧରି ରିଲିଫ କୋଡ ସଂଶୋଧନ ନହେବା ଫଳରେ ବିପର୍ଯ୍ୟୟ ସମୟରେ ଲକ୍ଷ ଲକ୍ଷ ଟଙ୍କାର ଫସଲ ହରାଇ ଉଚିତ ସହାୟତା ପାଇପାରୁନଥିବା ଆଦି ଦାବି ଉଠାଇଥିଲେ । ଏଥିସହ ସରକାର କରୋନା ମୁକାବିଲା ନାମରେ ଚାଷୀକୂଳକୁ ତଳିତଳାନ୍ତ କରିଥିବା ଭଳି ଗୁରୁତର ଅଭିଯୋଗ ଉଠାଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପ-ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
 

ସେଲନ ଗୁଡିକୁ ଖୋଲିବା ପାଇଁ ଦାବି

ଯାଜପୁର;କୋରୋନା ପାଇଁ ସବୁ ଆଡେ ଲକ ଡାଉନ ଜାରି ରହିଥିବା ବେଳେ ସେଲନ ଗୁଡିକୁ ଖୋଲିବା ପାଇଁ ଅଦ୍ୟାବଧି ଅନୁମତି ମିଳିନାହିଁ। ଫଳରେ ଗତ 3 ମାସ ହେଲା ବାରିକ ସମ୍ପ୍ରଦାୟର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ସେମାନଙ୍କୁ ତୁରନ୍ତ ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ଦାବି ହୋଇଛି। ଆଜି ଯାଜପୁର ରେ ବାରିକମାନଙ୍କ ପକ୍ଷରୁ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି।

 

ଟେଂଟ ହାଉସ ନେଇ ରହିଥିବା କଟକଣାକୁ ପ୍ରତ୍ୟାହାର  ଦାବୀ


 
ଯାଜପୁର:କୋରୋନା ଯୋଗୁଁ ଲକ ଡାଉନ ଜାରି ରହିଛି । କିନ୍ତୁ ବିବାହ ଓ ବ୍ରତ ଭଳି ସାମାଜିକ କାର୍ଯ୍ୟ କରିବାକୁ ନାନା ବାରଣ କରାଯାଇଛି । ସେଥିପାଇଁ ବିବାହ ମଣ୍ଡପ,ଟେଂଟ ହାଉସ ମାଲିକ ମାନେ ଗତ ୩ ମାସ ଧରି ନାନା ହଇରାଣ ହରକତ ହେଉଛନ୍ତିି । ଧାର କରଜ କରି ଟେଂଟ ହାଉସ ଗୁଡିକରେ ପୁଂଜି ଖଟାଇଥିବା ବେଳେ ସରକାରଙ୍କ କଟକଣା ଯୋଗୁଁ ମାଲିକ ମାନେ ହତାଶ ହୋଇପଡିଛନ୍ତି । ନିକଟରେ ଯାଜପୁର ରେ ଜଣେ ଟେଂଟ ହାଉସ ମାଲିକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି ଏହାର ପ୍ରତିବାଦରେ ଟେଂଟ,ଲାଇଟ ସପ୍ଲାୟର ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଯାଜପୁର ଜିଲାପ୍ରଶାସନକୁ ପ୍ରଦାନ କରିଛନ୍ତି । ତୁରନ୍ତ ଟେଂଟ ହାଉସ,ଲାଇଟ୍ ସାଉଣ୍ଡ ବ୍ୟବହାର ନେଇ ରହିଥିବା କଟକଣାକୁ ପ୍ରତ୍ୟାହାର କରିବା ସହିତ ଆର୍ଥିକ କ୍ଷତି ସହିଥିବା ପରିବାରକୁ କ୍ଷତିପୁରଣ ପ୍ରଦାନ କରିବାକୁ ଦାବୀ କରିଥିଲେ ।

କାର୍ଯ୍ୟ ରେ ଅବହେଳା ପାଇଁ କର୍ମଚାରୀ ନିଲମ୍ବିତ

ଯାଜପୁର : କାର୍ଯ୍ୟ ରେ ଅବହେଳା ଅନଧିକୃତ ଭାବେ ଛୁଟି ରେ ରହିବା ଓ ଉପରିସ୍ଥ ଅଧିକାରୀ ଆଦେଶର ଅବମାନନା ଅଭିଯୋଗ ରେ ଜିଲ୍ଳାଗ୍ରାମୀ ଉନ୍ନୟନ ସଂସ୍ଥାର ବରିଷ୍ଠ ରାଜସ୍ବ ସହାୟକ SRS ରୋଜାଲିନ ଦାସ ଙ୍କୁ ସୋମବାର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ନିଲମ୍ବନ କରିଛନ୍ତି !ଓଡିଶା ସିଭିଲ ସର୍ଭିସ ରୁଲ ୧୯୬୨ ର ରୁଲ ୧୨ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ କୁ ଗ୍ରହଣ କରାଯାଇଛି !ନିଲମ୍ବନ ସମୟ ରେ ତାଙ୍କର କାର୍ଯ୍ୟ ସ୍ଥଳ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ସ୍ଥିର କରାଯାଇଛି ବୋଲି ଜିଲ୍ଲା ପାଳ ଶ୍ରୀ ଦାସ ଆଦେଶ କରିଛନ୍ତି !
-ରିପୋର୍ଟ ଅଭିମନ୍ୟୁ ମିଶ୍ର

 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 

କୁ ଦାବୀ କରିଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking