33.1 C
Bhubaneswar
Thursday, April 25, 2024
Homeଅପରାଧଶ୍ରମିକ ସ୍ପେସିଆଲ ଟ୍ରେନ ରୁ ପ୍ରଵାସୀ ଫେରିଲେ ୧୬୮ ଜଣ

ଶ୍ରମିକ ସ୍ପେସିଆଲ ଟ୍ରେନ ରୁ ପ୍ରଵାସୀ ଫେରିଲେ ୧୬୮ ଜଣ

 ଯାଜପୁର : ଆଜି ସକାଳ 6.54 ମିନିଟ ରେ ପ୍ରଵାସୀ ଶ୍ରମିକ ସ୍ପେସିଆଲ ଟ୍ରେନ  ନମ୍ବର 06490 ତୀରପୁର ବାଲେଶ୍ୱର ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ରେ ଆସିପହଂଚ ଥିଲା !ମିଳିଥିବା ସୂଚନା ଅନୁସାରେ  168 ପ୍ରବାସୀ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ରେ ଓଲ୍ଲାହି ଥିଲେ ସେମାନଂକୁ ସାମାଜିକ ଦୂରତା ରେ ଅସ୍ଥାୟୀ ଶିବିର କୁ ନିଆଯାଇ ହାତରେ ଷ୍ଟାମ୍ପପିଙ୍ଗ ସହ ପଞ୍ଜିକରଣ କରାଯାଇଥିଲା !ସେମାନଙ୍କ ମଧ୍ଯ ରୁ  ଯାଜପୁର ଜିଲ୍ଲା ର ୯୭ ଜଣ  କେନ୍ଦ୍ରପଡ଼ା ଜିଲ୍ଲା ର ୬୩  ଜଗତସିଂହପୁର ର ୫ ଜଣ ଦେଓଗଡ଼ ର ୩ ଜଣ ଆସିଥିଲେ !ପରେ ସ୍ୱତନ୍ତ୍ର ବସ ସାହାଯ୍ୟ ରେ ନିଜ ନିଜ ଜିଲ୍ଲା କୁ ପଠାଇ ଦିଆଯାଇଛି !

ରାସ୍ତା କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଯାଜପୁର ରୋଡ ଥାନା ଅନ୍ତର୍ଗତ ଯୋକଡିଆ ଆନିକଟ୍ ନିକଟ ରାସ୍ତା କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ମୃତ ଯୁବକ ସୁକିନ୍ଦା ଥାନା ବୈରୀମାଳ ଗାଁର ଭିକାରୀ ପରିଡା ବୋଲି ଜଣାପଡିଛି । ଗତକାଲି ଅପରାହ୍ନରେ ତାଙ୍କ ମୋବାଇଲ ଫୋନରେ ଏକ କଲ୍ ଆସିବା ପରେ ଭିକାରୀ ଏକ ସାଇକେଲରେ ଘରୁ ବାହାରି ଆସିଥିଲେ । ତେବେ ସେ କେଉଁଆଡେ ଯାଇଥିଲେ ତାହା ପରିବାର ଲୋକଙ୍କୁ ଜଣାଇନଥିଲେ । ଭିକାରୀ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ଶିଳ୍ପସଂସ୍ଥାରେ କାର୍ଯ୍ୟ କରୁଥିବା ଜଣାପଡିଛି । ତେବେ ଯୁବକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ୍ ଏହି ଘଟଣାରେ ମୃତଦେହକୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଇଛି । ତେବେ ସେ ଜଣେ ବ୍ୟକ୍ତିଙ୍କୁ ଫୋନ ପେ ରେ ଅଢେଇ ଲକ୍ଷ ଟଙ୍କା ପଠାଇଥିବା ପରିବାର ଲୋକେ ପୋଲିସ୍ ନିକଟରେ ଜଣାଇଛନ୍ତି । ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବୀ କରିଛନ୍ତି ।

ଜିଲ୍ଲା ରେ ଆଜି ଆଉ ୧୯ ଜଣ ଚିନ୍ହଟ ହୋଇଛନ୍ତି

ଯାଜପୁର : ଜିଲ୍ଲା ରେ  ଆଉ  ୧୯  ଜଣ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି !ସେମାନଙ୍କ ମଧ୍ୟ ରୁ ଯାଜପୁର ବ୍ଲକ ରୁ ୯ ଜଣ, ଦଶରଥପୁର ବ୍ଲକ  ରୁ ୪ଜଣ, ବଡ଼ଚଣା ବ୍ଲକ ରୁ ୪ଜଣ, ରସୁଲପୁର ରୁ ୨ ଜଣ +ve ଚି଼ହ୍ନଟ ହୋଇଛନ୍ତି !ସେଥି ମଧ୍ୟ ରୁ ସୁରତ ଫେରନ୍ତା ୧୨ ଜଣ, କଲିକତା ଫେରନ୍ତା ୨ ଜଣ, ତାମିଲନାଡୁ ଫେରନ୍ତା ୨ ଜଣ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ହରିୟାଣା  ଫେରନ୍ତା ଜଣେ ସମୁଦାୟ ୧୯  ଜଣ , +ve ଚି଼ହ୍ନଟ ପରେ ସେମାନଂକୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ ପଠାଯାଇଛି !
-ରିପୋର୍ଟ ଅଭିମନ୍ୟୁ ମିଶ୍ର
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking