30.1 C
Bhubaneswar
Thursday, April 25, 2024
Homeଅପରାଧବିକାଶ ନାଁ ରେ ଦୁର୍ନୀତି ହେଉଛି : ବିଜେପି

ବିକାଶ ନାଁ ରେ ଦୁର୍ନୀତି ହେଉଛି : ବିଜେପି

ଯାଜପୁର : ବରୀ ରେ ବିକାଶ ନାଁ ରେ ଦୁର୍ନୀତି ହେଉଛି ବୋଲି ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି | କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା କୋରାନା ପାଇଁ ମାଗଣା ଡାଲି କୁ ସ୍ଥାନୀୟ ରାଜନେତା ଓ ପ୍ରଶାସନ ଲୁଟ କରିବାକୁ ଉଦ୍ୟମ କରୁଛନ୍ତି | ପାଟନାଲି ପୁନଉଧାର ନାଁରେ ଘାଶ ଚାଂଛି ୧୦ ଲକ୍ଷ ଟଙ୍କା ହଡ଼ପ କରି ନେବାକୁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଉଦ୍ୟମ କରୁଥିବା ବିଜେପି ନେତା ବିଶ୍ୱରଂଜନ ମଲ୍ଲିକ କହିଛନ୍ତି |,ସେହିପରି ବ୍ରାହ୍ମଣୀ ନଦୀରେ ଖରାଦିନିଆ ରାସ୍ତା ନିର୍ମାଣ କାର୍ଯ୍ୟ ନାଁ ରେ ଅର୍ଥ ହଡ଼ପ କରିନେବାକୁ ଯନ୍ତ୍ରୀ ଓ ଠିକାଦାର ଉଦ୍ୟମ କରିଛନ୍ତି |, ଏସବୁକୁ ତଦନ୍ତ କରି କାର୍ଯ୍ୟାନୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି |ଏହି ସାମ୍ବାଦିକ ସମ୍ମିଳନୀରେ ବରୀ ବ୍ଲକ ଅଧକ୍ଷ ସୁଭାସିନୀ ଶର୍ମା ,ବିଜେପି ନେତା ଦିଲୀପ ମହାନ୍ତି ,ଅଲିପୁର ସରପଞ୍ଚ ବିରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |
 

ଜେଲରୁ ମୁକୁଳିଲେ ରୁପେଶ


 
ଯାଜପୁର : ବହୁ ଚର୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ରୁପେଶ ଭଦ୍ର ଜେଲରୁ ମୁକୁଳିଛନ୍ତି | ରଗଡି ଉପ କାରାଗାରରୁ ରୁପେଶ ଭଦ୍ର ବାହାରିବା କ୍ଷଣି ଉତ୍ତରୀୟ ଦେଇ ତାଙ୍କ ଶୁଭେଚ୍ଛୁ ତାଙ୍କୁ ସ୍ୱାଗତ୍ କରିବା ସହିତ ତୁରନ୍ତ ସେଠାରୁ ପାଛୋଟି ନେଇଥିଲେ | ରୁପେଶ ଜେଲ କାରାଗାର ଭିତରୁ ବାହାରିବା ପୂର୍ବରୁ ତାଙ୍କର ଶତାଧିକ ସମର୍ଥକ ଜେଲ ବାହାରେ ତାଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା |

ଗତକାଲି ରୁପେଶଙ୍କ ଜାମିନ ମଞ୍ଜୁର ହୋଇଥିବା ବେଳେ ଆଜି ସେ ରଗଡି ଉପ କାରାଗାରରୁ ବାହାରକୁ ବାହାରି ପ୍ରଥମେ ଜେଲ କାରାଗାରକୁ ପ୍ରଣିପାତ କରି ଗାଡି ରେ ବସି ନିଜ ଘର ଅଭିମୁଖେ ବାହାରିଥିଲେ | ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇ ଗତ 8 ମାସ ହେବ ଜେଲରେ ଥିଲେ ରୂପେଶ ଭଦ୍ର । ଗତକାଲି ରୁପେଶଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ ମାନ୍ୟବର ହାଇକୋର୍ଟ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking