40.1 C
Bhubaneswar
Thursday, April 25, 2024
Homeଓଡିଶାଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳର ଗୋପାଳ ସମ୍ପ୍ରଦାୟ ପଂଚୁଦୟ ପାଳିଳେ ରାଧା କୃଷ୍ଣଙ୍କର ଫଗୁ ସଙ୍କିର୍ତନ

ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳର ଗୋପାଳ ସମ୍ପ୍ରଦାୟ ପଂଚୁଦୟ ପାଳିଳେ ରାଧା କୃଷ୍ଣଙ୍କର ଫଗୁ ସଙ୍କିର୍ତନ

ଯାଜପୁର(ଓଏନଏ) : ଏବେ ଆଧୁନିକ ସ୍ପର୍ଶରେ ପରମ୍ପରା ସଂସ୍କୃତିକୁ ଲୋକ ମାନେ ଭୁଲିଯାଇ ଆଧୁନିକତା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । କିନ୍ତୁ ଯାଜପୁର ଜିଲ୍ଲାରେ ବସବାସ କରୁଥିବା ଗୋପାଳ ସମ୍ପ୍ରଦାୟ ମାନେ ସେମାନଙ୍କର ପରମ୍ପରା ସଂସ୍କୃତିକୁ ପୂର୍ଣ୍ଣଉଦଜୀବତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଦ୍ୱାପରଯୁଗରେ ଭଗବାନ ଶ୍ରୀକୃଷ୍ଣ ଗୋପରେ ଫଗୁ ଯାତ୍ରା ଆରମ୍ଭ କରିଥିଲେ । ରାଧା କୃଷ୍ଣଙ୍କ ଓ ଗୋପାଙ୍ଗନା ଓ ଗୋପାଳଙ୍କର ଲହୁଡି ଖେଳ ,ଗୋପାଳଙ୍କୁ ଚଳିତ ବର୍ଷ ଚାରି ଦିନ ବ୍ୟାପି ପାଳନ କରୁଛନ୍ତି । କୋରେଇ ବ୍ଳକର ଧନେଶ୍ୱର ,ଖିଲିପଙ୍ଖା ,ବ୍ୟାସନଗର ପୌର ପରିଷଦର ଝାଟିଆ ସାହି ସୁକିନ୍ଦା ଦାନଗଦୀ ବ୍ଲକର ଦେଉଳିକଣ ,ପାଟବାଲି ପ୍ରଭୃତି ଅଂଚଳରେ ଗୋପାଳ ସମ୍ପ୍ରଦାୟ ମାନେ ରାଧା କୃଷ୍ଣଙ୍କ ପ୍ରେମରେ ବିଭୋର ହୋଇ ବାଡି ଖେଳି ରାଧା କୃଷ୍ଣଙ୍କ ଫଗୁ ସଂକିର୍ତନ ଗାନ କରୁଛନ୍ତି । ଏହା ଅତ୍ୟନ୍ତ ଚିତାକର୍ଷକ ହେଉଛି । ଲୋକମାନେ ଏହି ଫଗୁ ଉତ୍ସବକୁ ଦେଉଳିକଣ ପାଟବାଲିର ଗୋପାଳ ସମ୍ପ୍ରଦାୟ ମାନେ ଧୁମଧାମରେ ପାଳନ କରିଛନ୍ତି । ଏହାକୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ଉଦଘାଟନ କରିଥିଲେ । ଗୋପାଳ ପୁଅ ମାନେ ବିଭିନ୍ନ ବେଶରେ ସୁଶଜିତ ହୋଇ ଶ୍ରୀ ରାଧାକୃଷ୍ଣଙ୍କ ସଂକିର୍ତନ ଗାଇ ନାଚର ମାହୋଲ ସୃଷ୍ଟି କରିଥିଲେ । ଗୋପାଳଙ୍କ ଘରେ ଏବେ ପର୍ବ ରାଧାକୃଷ୍ଣଙ୍କ ପ୍ରତିମୂର୍ତି ନିର୍ମାଣ କରି ପୂଜାର୍ଚ୍ଚନା କରି ପଂଚୁଦୋଳରେ ନିଜର ମନକୁ ରାଧାକୃଷ୍ଣଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗୋପାଳ ଘରେ ପିଠା ପଣା ଓ ଭୋଜୀଭାତରେ ଉତ୍ସବ ମୁଖରିତ ହେଉଛି । ଅନ୍ୟପକ୍ଷରେ ଯାଜପୁର ବ୍ୟାସନଗର ପୌରପରିଷଦର ଝାଟିଆ ସାହିର ଗ୍ରାମରେ ସୋମବାର ଦିନ ଯାଦବ ସମାଜ ପକ୍ଷରୁ ରାଉତ ସାହି ପଡିଆରେ ଦୋଳ ପୂର୍ଣ୍ଣିମା ମହୋତ୍ସବ ପାଳିତ ହୋଇଯାଇଛି । ଦୋଳ ଗୋବିନ୍ଦ ପୂଜା ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ହୋଇ ମହୋତ୍ସବ ଚାରି ଦିନ ଧରି ଚାଲିବ । ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସ୍ଥାନୀୟ ଗୋପାଳ ସମ୍ପ୍ରଦାୟର ଯୁବକ ମାନଙ୍କ ଦ୍ୱାରା ଏଠାରେ ରାଧାକୃଷ୍ଣଙ୍କ ପୂଜ।ର୍ଚ୍ଚନା ଅନୁଷ୍ଠିତ ହୋଇଛି । ୧୨ରିଖ ଦିନ ମହୋତ୍ସବ ସମାପନ ହେବା ସହ ରାଧାକୃଷ୍ଣଙ୍କ ମୂର୍ତି ବିର୍ସଜନ କରାଯିବ । ଏହି ଉତ୍ସବରେ ସଭାପତି କାହ୍ନୁଚରଣ ଦାସ, ସମ୍ପାଦକ ଅଜୟ କୁମାର ବାହାଲିଆ, କାଳନ୍ଦୀ ବାରିକ,ପ୍ରହ୍ଲାଦ ଦାସ, ତତ୍ନାକର ଦାସ, ମଦନ ମୋହନ ବାରିକ, ବିଜୟ କୁମାର ଦାସ, ସରେନ୍ଦ୍ର ବାହାଲିଆ, ଗୋବିନ୍ଦ ଚନ୍ଦ୍ର ବାରକ ଓ ଗୋପାଳ ସମ୍ପ୍ରାଦାୟର ଗୌରହରି ଦାସଙ୍କ ନେତୃତ୍ୱରେ  ଉତ୍ସବଟି ବହୁ ଜାକଜମକରେ ପାଳିତ ହେଉଛି । ଏହି ଉତ୍ସବ ଯୁବକ ମାନଙ୍କ ପ୍ରେରଣାରେ ସଫଳ ହୋଇପାରିଛି ବୋଲି ବୁଦ୍ଧିଜୀବୀ ମାନେ ବେଶ ଉତ୍ସାହ ଓ ଆନନ୍ଦିତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking