26.1 C
Bhubaneswar
Friday, March 29, 2024
Homeଓଡିଶାଶାଳିଜଙ୍ଗା ଗ୍ରାମ ପଞ୍ଚାୟତ ରେ ବିଜେଡ଼ି ର ବହୁ ଉନ୍ନୟନ କାଯ୍ୟ ର ଉଦଘାଟନ ଓ...

ଶାଳିଜଙ୍ଗା ଗ୍ରାମ ପଞ୍ଚାୟତ ରେ ବିଜେଡ଼ି ର ବହୁ ଉନ୍ନୟନ କାଯ୍ୟ ର ଉଦଘାଟନ ଓ ମିଶ୍ରଣ ପର୍ବ

 

ଯାଜପୁର : ଆଜି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଗ୍ରାମପଞ୍ଚାୟତ ର ବଜରପଲ୍ଲୀ ଠାରେ ନୂତନ ସ୍କୁଲ ଗୃହ ର ଭିତ୍ତି ପ୍ରସ୍ତର ଓ ଶାଳିଜଙ୍ଗା ଠାରେ ନୂତନ ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ଉଦଘାଟନ।ଶାଳିଜଙ୍ଗା ଠାରେ ଥିବା ୟୁ ଜି ଏମ ସ୍କୁଲ ର ନୂତନ ଅତିରିକ୍ତ ଶ୍ରେଣୀ ଗୃହ ଭିତିପସ୍ତର ସହ ନହୁରାଣୀପଶି ଠାରେ ହନୁମାନ ମଣ୍ଡପ ର ଶିଳାନାସା କରାଇଥିଲେ।ଏହାପରେ ନିଳକଣ୍ଠପୁର ଠାରେ ବିଜୁ ଜନତା ଦଳ ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ତଥା ସୁକିନ୍ଦା ର ପ୍ରିୟ ବିଧାୟକ ଇଂ.ପ୍ରୀତିରଞ୍ଜନ ଘଡେଇ ଯୋଗଦେଇଥିଲେ ।ନିଳକଣ୍ଠପୁର ,କୁଲାପିଟା ବହୁ ବଜେପି ଦଳ ର କର୍ମୀ ଓ କଂଗ୍ରେସ ଦଳ କର୍ମୀ ଦଳ ଛାଡି ବିଧାୟକ ଙ୍କ ଉପସ୍ଥିତ ରେ ବିଜେଡ଼ି ଦଳ ରେ ସାମିଲି ହୋଇଥିଲେ ।ଶାଳିଜଙ୍ଗା ପଞ୍ଚାୟତର ଥିବା ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମର୍ଧନା କରିବା ସହିତ ଶ୍ରୀ ଘଡେଇ କହିଛନ୍ତି ଦଳର ସଂଗଠନ ସୁଦୃଢ଼ ସଂପର୍କରେ ଖୋଲା ମଞ୍ଚ ରେ ଆଲୋଚନା ହୋଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡିର ସଭାପତିଙ୍କ ଆଦର୍ଶ,ସେମାନଙ୍କୁ ଆକୃଷ୍ଟ କରିଛି ଏବଂ ଏହି ଯୋଗଦାନ ଫଳରେ ଶାଳିଜାଙ୍ଗ ପଞ୍ଚାୟତ ଆହୁରି ମଜଭୁତ ହେବ।ମିଶ୍ରଣ ପର୍ବ କାଯ୍ୟକ୍ରମ ରେ ଉପସ୍ଥିତ ଥିବା ଦାନଗଦି ବ୍ଲକ ଯୁବ ସଭାପତି ଜୟପ୍ରକାଶ ସାହୁ,ଶାଳିଜାଙ୍ଗା ପଞ୍ଚାୟତ ର ସରପଞ୍ଚ ଚକ୍ରଧର ତାମାସଏ ,ସମିତି ସଭ୍ୟ ତପନ କୁମାର ନାୟକ, ପଞ୍ଚାୟତ ର ସଭାପତି ଅଧର କୁମାର ମିଶ୍ର ଓ ଯୁବ ବିଜେଡ଼ି ଦେବେନ୍ଦ୍ର ବାନର ମଧ୍ୟ ଉପସ୍ଥିତ ଥିଲେ।
: ରିପୋର୍ଟ ଅଭିମନ୍ୟୁ ମିଶ୍ର , ଓଏନଏ ଯାଜପୁର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking