39.4 C
Bhubaneswar
Thursday, April 18, 2024
Homeଓଡିଶାକରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା, ଦିବ୍ୟାଙ୍ଗଙ୍କୁ ଶୁଖିଲା ଖାଦ୍ୟ ଓ ମାଙ୍କଡଙ୍କୁ ଦୈନିକ ଆହାର

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା, ଦିବ୍ୟାଙ୍ଗଙ୍କୁ ଶୁଖିଲା ଖାଦ୍ୟ ଓ ମାଙ୍କଡଙ୍କୁ ଦୈନିକ ଆହାର

 ଯାଜପୁର  : କରୋନା ମହାମାରୀ ପାଇଁ ଆଜି ସାରା ବିଶ୍ବ ଚିନ୍ତିତ । ସମଗ୍ର ଦେଶରେ ଲକ୍ ଡାଉନ୍ । ଏହି ପରିସ୍ଥିତିରେ ମଧ୍ୟବିତ୍ତ ପରିବାର ଓ ଦିବ୍ୟାଙ୍ଗ ପରିବାରଙ୍କ ଅବସ୍ଥା କହିଲେ ନ ସରେ । ଏହି ପରିସ୍ଥିତିରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବିଜେପି ଯୁବନେତା ବିକ୍ରମ ବିଶ୍ଵାଳ । ତାଙ୍କ ପ୍ରଚେଷ୍ଟା ଓ ଅନେକ ଯୁବବନ୍ଧୁ ମାନେ ଆଜି ଚନ୍ଦନ ପୂର୍ଣ୍ଣିମା ଓ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଜହ୍ନା ପଞ୍ଚାୟତର ଶତାଧିକ ଦିବ୍ୟାଙ୍ଗ ଭାଇ ଭଉଣୀମାନଙ୍କୁ ଶୁଖିଲା ଖାଦ୍ୟ(ଚାଉଳ, ଡାଲି, ଚୁଡ଼ା, ଚିନି) ବଣ୍ଟନ କରାଯିବା ସହ ମାସ୍କ, ସାବୁନ୍ ବନ୍ତ ଯାଉଥିଲା । କିଛି ଲୋମହର୍ଷଣକାରୀ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା । ଏମିତି କିଛି ଲୋକ ଆସିଥିଲେ ଯେଉଁ ମାନଙ୍କ ଦୁଇ ହାତ ନ ଥିଲା ଖାଦ୍ୟ ପୁଡିଆ ଧରିବାକୁ  ତ କାହାର ଦୁଇ ଗୋଡ଼ ନ ଥିଲା ଛିଡ଼ା ହୋଇ ଖାଦ୍ୟ ନେବାକୁ ।
କିଛି ମୁକ , ବଧିର, ଦୁଃସ୍ତ, ଅସହାୟ ଲୋକଙ୍କୁ ବଣ୍ଟନ କରାଯାଇଥିଲା ।
      ଆଉ ମଧ୍ୟ କିଛି ଦିନ ଧରି ଅନେକ ମାଙ୍କଡ଼ ମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ବିକ୍ରମ । ପ୍ରତିଦିନ ସନ୍ଧ୍ୟା ସମୟରେ ମାଙ୍କଡମାନେ ସେହି ଗୋଟିଏ ସ୍ଥାନକୁ ଆସି ବାଦାମ, ପରିବା, ବିସ୍କୁଟ, କଦଳୀ ହାତରୁ ନେଇ ଖାଉଥିବାର ଦେଖିବାକୁ ମିଳୁଛି ।
        ଏହି ଅବସରରେ ଗାଁର ଦୁଇ ଆଶା ଦିଦିଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଦିନରାତି ପରିଶ୍ରମ କରି, ଜନ ଜୀବନ ସୁରକ୍ଷିତ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କୁ *କରୋନା ଯୋଦ୍ଧା* ଭାବେ ଗ୍ରାମବାସୀଙ୍କ ତରଫରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ।
ଏଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ସୂଚନା ମିଳିଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking