37.1 C
Bhubaneswar
Thursday, March 28, 2024
Homeଓଡିଶାପାଣି ପାଇଁ ଅନ୍ଧାରୀ ଗ୍ରାମବାସୀ କ୍ୱାରେଣ୍ଟାଇନ ସେଣ୍ଟରକୁ ବିରୋଧ

ପାଣି ପାଇଁ ଅନ୍ଧାରୀ ଗ୍ରାମବାସୀ କ୍ୱାରେଣ୍ଟାଇନ ସେଣ୍ଟରକୁ ବିରୋଧ

ଯାଜପୁର(ଅଭିମନ୍ୟୁ ମିଶ୍ର) ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ। ଅନ୍ଧାରୀ ଗ୍ରାମପଞ୍ଚାୟତ ର ଅନ୍ଧାରୀ ଗ୍ରାମରେ 50 ରୁ ଉର୍ଦ୍ଧ୍ବ ପରିବାର ଆଛନ୍ତି।ସେଠାରେ ପାଣି ପାଇଁ ସବୁବେଳେ ବଡ ସମସ୍ୟା ହଉଛି। ଏଠି ଗୋଟିଏ ମାତ୍ର ଟିବଲ ଅଛି ଗ୍ରାମର ସମସ୍ତ ଲୋକ ଏହି ଟିବଲ ଟିରେ ନିରିଭର କରନ୍ତି। ସେହି ଟିବଲ୍ ଟି ରାଧା କୃଷ୍ଣ ନୋଡାଲ ଉପ୍ରାବିଦ୍ୟାଳୟ ର ଗେଟେ ପାଖରେ ଅଛି ।ଏବେ ସେଠାରେ କୋଭିଡି-୧୯ ସେଣ୍ଟର ହେବାକୁ ଯାଉଛି ତାହା ହେଲେ ଏହି ଗ୍ରାମରେ ପାଣି ର ସମସ୍ୟା ବଢିବ କାରଣ ଏଠି ଆଉ କେଉଁଠି ପାଣି ର ସୁବିଧା ନାହିଁ। ଏବଂ ବିଦ୍ୟାଳୟ ପାଚିରିକୁ ଲାଗି ଘର ମଧ୍ୟ ରହିଛି। ଏସବୁକୁ ନେଇ ଗ୍ରାମ ବାସୀ ଜିଲ୍ଲାପାଳ ଓ ସରପଞ୍ଚ ଙ୍କୁ ଜଣାଇ ଥିଲେ ସରପଞ୍ଚ ଏସବୁକୁ ଗୁରୁତର ନଦେଇ ମହିଳା ମାନକୁ ଜାତି ଗତ କୁ ନେଇ କହି ଥିଲେ। ତେଣୁ ଗ୍ରାମବାସୀ  ଜିଲ୍ଲା ପ୍ରଶାସନ ସରକାର ଙ୍କୁ ଓ ନିବେଦନ କରୁଛନ୍ତି ଯେ ଅନ୍ଧାରୀ ବିଦ୍ୟାଳୟ ଠରେ କୋଭିଡି-୧୯ ସେଣ୍ଟର କରନ୍ତୁ ନାହିଁ । ତଥା କୋଭିଡି-୧୯ କୁ ନେଇ ସାରା ରାଜ୍ୟରେ ଲକ ଡାଉନୁ  ଚାଲିଥିବା ସମୟରେ ଏଠି ବଡ ସମସ୍ୟ ଦେଖା ଦେଇଛି ଏ ସମସ୍ୟ ର ସମାଧାନ ନହେଲେ  ବିଦ୍ୟାଳୟ ସମୁଖରେ ଆତ୍ମହତ୍ୟା କରିବୁ  ବୋଲି ଗ୍ରାମବାସୀ କହିଛନ୍ତି।

ସାମ୍ବାଦିକଙ୍କ ଉପରେ  ଆକ୍ରମଣ ଘଟଣା ପ୍ରତିବାଦ

ଯାଜପୁର:ପୁରୀ ରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପ୍ରତିବାଦ ରେ ଆଜି ଯାଜପୁର ରେ ସାମ୍ବାଦିକ ସଂଗଠନ ଏସ ୟୁ ଜେ ର ଜିଲା ଶାଖା ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ନାୟକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଜପୁର ଏସ ପି ଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକ ଙ୍କୁ ଆକ୍ରମଣ କରିଥିବା ଫରେଷ୍ଟ ଗାର୍ଡ ଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ଏହି ପ୍ରତିନିଧି ଦଳ ରେ ସାମ୍ବାଦିକ ଚିନ୍ତାମଣି ପାଢ଼ୀ,ସୁବାସ ଧଳ,ସଂଦୀପ୍ତ ରାୟ ଏବଂ ଜ୍ଞାନରଞ୍ଜନ ଓଝା ସାମିଲ ଥିଲେ।

ଦୋକାନ ଖୋଲିବାକୁ ଆସି କ୍ୱାରେଣ୍ଟାଇନରେ ଫସିଲେ

ଯାଜପୁର :କଂଟେନମେଂଟ ଅଂଚଳରୁ ଲୁଚି କରି ଆସି ଦୋକାନ ଖୋଲିଥିବା ବ୍ୟକ୍ତିକୁ କାବୁ କରି ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ଛାଡିଲା ପୋଲିସ । ଯାଜପୁର ଥାନା ବିରଜାପୁର ଅଂଚଳରେ କୋରୋନା ରୋଗୀ ଚିହ୍ନଟ ହୋଇଥିବାରୁ ସେହି ଅଂଚଳକୁ କଂଟେନମେଂଟ କରିଛି ପ୍ରଶାସନ । ସେହି ଅଂଚଳର ସାଗର ଦାସ ନାମକ ଯୁବକ ଗାଁରୁ ଲୁଚି ଆସି ଯାଜପୁର ଟାଉନ ଯୋଡିକୂଅ ଛକରେ ଥିବା ଗ୍ୟାରେଜ ଖୋଲିଥିଲେ । ଏ ସଂପର୍କରେ ପୋଲିସ ଖବର ପାଇ ଯୁବକକୁ କାବୁ କରି ଏକ ଆମ୍ବୁଲାନ୍ସରେ ସରକାରୀ କ୍ୱାରେଣ୍ଟାଇନକୁ ପଠାଯାଇଥିଲା । ପରେ ଯାଜପୁର ପୌରପାଳିକା ପକ୍ଷରୁ ଗ୍ୟାରେଜକୁ ସଂପୁର୍ଣ୍ଣ ସାନିଟାଇଜ କରାଯାଇଛି । କଂଟେନମେଂଟ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଯୁବକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking