ଯାଜପୁର : କୋରୋନା ସଂକଟ ସମୟରେ ଡାକ୍ତର ମାନଙ୍କୁ ଯୋଦ୍ଧାର ମାନ୍ୟତା ଦେଇଛନ୍ତି ରାଜ୍ୟସରକାର । ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏଭଳି ପରିସ୍ଥିତିରେ ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ର୍ଦୁବ୍ୟବହାର କରାଯାଇଛି । ଅଭିଯୋଗ ମୁତାବକ ଡାକ୍ତର ଜ୍ୟୋତି ପ୍ରକାଶ ଚୌଧରୀ ରୋଗୀଙ୍କୁ ଚିକିତ୍ସା କରୁଥିବା ସମୟରେ ସ୍ଥାନୀୟ ଅଂଚଳର ସୁଧାଂଶୁ ଶତପଥି ନାମକ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିଥିଲା । ଏ ନେଇ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ କୁ ଗିରପଂ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
ପଞ୍ଜିକରଣ ବୈଠକ
ଯାଜପୁର : ବ୍ୟାସନଗର ପୌର ପାଳିକା ସଭା ଗୃହ ରେ ନିର୍ବାହୀ ଆଧିକାରୀ ଶୁଭେନ୍ଦୁ କୁମାର ଜେନା ଙ୍କ ସଭାପତିତ୍ୱ ରେ ୱାର୍ଡ ଅଧିକାରୀ, ଗୋଷ୍ଟିସାଙ୍ଗଠିକା, ସ୍ୱାସ୍ଥ୍ୟ ସାଥୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ମାନଂକୁ ନେଇ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା !ଉକ୍ତ ବୈଠକ ରେ ପୌର ପାଳିକା ଅନ୍ତର୍ଗତ ସମସ୍ତ ୱାର୍ଡ ଗୁଡିକ ରୁ ରାଜ୍ୟ ବାହାରେ ବାସ କରୁଥିଵା ଶ୍ରମିକ ଶ୍ରେଣୀ ର ବ୍ୟକ୍ତି ମାନଂକୁ ଫେରାଇ ଆଣିବାପାଇଁ ପୌର ପାଳିକା ରେ ନାମ ପଞ୍ଜିକରଣ କରିବା ସମ୍ଭଦ୍ଧ ରେ ଆଲୋଚନା କରାଯାଇ ଥିଲା |
ପ୍ରଵାସୀ ଓଡ଼ିଆ ମାନଙ୍କ ପରିବାର କୁ କାର୍ଯ୍ୟାଳୟ ତରଫରୁ ପଞ୍ଜିକରଣ ଫର୍ମ ସୁବିଧା ରେ ଯୋଗାଇ ଦେବା ନିମନ୍ତେ ନିର୍ବାହୀ ଆଧିକାରୀ କହିଥିଲେ !
ରିପୋର୍ଟ -ଅଭିମନ୍ୟୁ ମିଶ୍ର