29.1 C
Bhubaneswar
Thursday, April 25, 2024
Homeଓଡିଶାଗାଡ଼ି ଚେକିଙ୍ଗରେ ବେହାଲ ଚାଳକଙ୍କର ଅଭିନବ ଉପାୟ

ଗାଡ଼ି ଚେକିଙ୍ଗରେ ବେହାଲ ଚାଳକଙ୍କର ଅଭିନବ ଉପାୟ

ଯାଜପୁର- ମଟରଯାନ ଧର ପକଡ଼ ଚେକିଙ୍ଗରେ ବ୍ୟାସନଗରବାସୀ ନାକେଦମ ହୋଇ ଏଥିରୁ ନିସ୍ତାର ପାଇବା ପାଇଁ ନୂତନ ସାଇକେଲ କିଣି ଚଲାଇ ଅଭିନବ ଉପାୟ ଆପଣେଇଛନ୍ତି । ସାଇକେଲ ଚଲାଇବାକୁ ହେଲେ ଡ୍ରାଇଭିଂ ଲାଇସେନ୍ସ, ରୋଡ଼ ପରିମିଟି କରିବା ଦରକାର ନାହିଁ । ସେହିପରି ପେଟ୍ରୋଲ ପକାଇବାର ଝାମେଲା ନାହିଁ କି ଫାଇନ୍ ଦେବାର ଡ଼ର ନାହିଁ । ଟ୍ରାଫିକ୍‌ରେ ଘଣ୍ଟା ଘଣ୍ଟା ଛିଡ଼ାବାର ଆବଶ୍ୟକ ନାହିଁ । ସବୁଠାରୁ ବଡ଼ କଥା ହେଲା ସ୍ୱାସ୍ଥ୍ୟ ପ୍ରତି ସାଇକେଲ ଚଳାଇବା ବହୁତ ଭଲ । ଏତେ ସବୁ ଉପକାର ଥାଉଥାଉ ଏତେ ଝାମେଲା ଗାଡ଼ି ଚେକିଙ୍ଗରେ ବେହାଲ ହେବା ଅପେକ୍ଷା ନୂଆ ସାଇକେଲ କିଣି ବଜାର ଘାଟରେ ଚଲାଇବା ସବୁଠାରୁ ବଢ଼ିଆ ଉପାୟ । ଆଜି ବ୍ୟାସନଗର ସହରରେ ଜଣେ ଯୁବକ ନୂଆ ସାଇକେଲ କିଣି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରି ଦୃଶ୍ୟ ଦେଖି ବୁଦ୍ଧିଜୀବୀ ଚିନ୍ତା କରିଥିଲେ ଭଲ ଉପାୟ ଏବଂ ଆଜିର ସମୟ ପାଇଁ ଉପଯୋଗୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking