40.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ଯାଜପୁର ଜିଲ୍ଲା ବାସି ଓ ପ୍ରଶାସନ କୁ ଘାଇଲା କଲା

କରୋନା ଯାଜପୁର ଜିଲ୍ଲା ବାସି ଓ ପ୍ରଶାସନ କୁ ଘାଇଲା କଲା

ଯାଜପୁର : ପଶ୍ଚିମ ବଙ୍ଗ ଫେରନ୍ତା କରୋନା ଭାଇରସ ଆଣି ଜିଲ୍ଲା କୁ ଫେରୁ ଥିବାରୁ ସମଗ୍ର ଜିଲ୍ଲା ବାସି, ପ୍ରଶାସନ ଓ ରାଜ୍ୟ ସରକାର କୁ ଘାଇଲା କରିଛି ! ପଶ୍ଚିମ ବଙ୍ଗ ଫେରନ୍ତା ମାନେ ଅମାନିଆ ହୋଇ ସରକାରଙ୍କ ନିର୍ଦେଶକୁ ବେଖାତିର କରି ଲୁଚି ରହି ନିଜ ପରିବାର ଲୋକ ଓ ଗାଁ ଲୋକ ମାନଙ୍କ ସହିତ ମିଳା ମିଶା କରି ଥିବାରୁ ଜିଲ୍ଲା ରେ କରୋନା ପଜିଟିଭ ସଂଖ୍ୟା ୧୮ ରେ ପହଂଚିଲାଣି | ଆହୁରି ବୃଦ୍ଧି ପାଇ ବାର ଆଶଙ୍କା ପାଉଛି | ସଟଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ବୁଦ୍ଧିଜୀବି ମହଲ ରୁ ଦାବି ହେବା ସହ କଲିକତା ଫେରନ୍ତା ଙ୍କୁ ଠାବ କରି ମୋକଦାମ ରୁଜୁ କରିଵା ପାଇଁ ଦାବି କରାଯାଉଛି ! ଏପରି କି ସରପଞ୍ଚ ୱାର୍ଡ ମେମ୍ବର ଓ ଗ୍ରାମ ରକ୍ଷୀ ଙ୍କୁ ମଧ୍ୟ ଫେରନ୍ତା ମାନେ ଗାଳି ଗୁଲୁଜ କରୁଛନ୍ତି ! ଗାଁ ର ଲୋକମାନେ ତାଙ୍କ ସମ୍ପର୍କ ରେ ପ୍ରଶାସନ କୁ ଜଣାଇ ଥିଲେ ମଧ୍ୟ ଏଯାଏ ପ୍ରଶାସନ ପହଂଚି ପାରୁ ନାହିଁ ! ଅନେକ କ୍ୱାରେଣ୍ଟାଇନ ସେଣ୍ଟରରେ ବିଶେଷ ସୁବିଧା ଉପଲବ୍ଧ ନ ଥିବାରୁ କ୍ୱାରେଣ୍ଟାଇନ ସେଣ୍ଟର ରେ ରହୁଥିବା ଲୋକ ମାନେ ପଦା ରେ ଆସି ଲୋକ ମାନଂକୁ ସଂକ୍ରମିତ କରୁଛନ୍ତି ! ପଂଚାୟତ ସ୍ଥର ରେ ନ ରଖି ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ସେଣ୍ଟର ଖୋଲାଯାଇ ପୋଲିସ ମୁତୟନ ସହ ସି ସି କ୍ୟାମେରା ବ୍ୟବସ୍ଥା କରାଯିବା ଉଚିତ !
ବିଶେଷ ସୂତ୍ର ମିଳିଥିବା ଖବର ଅନୁଯାୟୀ କୋରାଇ ବ୍ଲକ, ଯାଜପୁରଓ ଯାଜପୁର ରୋଡ ମୁନିସିପାଲିଟି, ଯାଜପୁର ବ୍ଲକ, ଦଶରପୁର, କଳିଙ୍ଗ ନଗର ଶିଳ୍ପାଞ୍ଚଳ ଗୁଡିକ ରେ ମାର୍ଚ୍ଚ 24 ତାରିଖ ରୁ ଓଡିଶା ଆସିଥିବା ର ଖବର ମିଳିଛି !ସେମାନେ ପଞ୍ଜିକରଣ ନ କରି ଲୁଚି ଛପି ରହିଛନ୍ତି ! ବର୍ଷା ଆସା କର୍ମୀ, ଗ୍ରାମ ରକ୍ଷୀ, ପୋଲିସ, ସରପଞ୍ଚ, ୱାର୍ଡ ମେମ୍ବର କଲିକତା ଫେରନ୍ତା ଙ୍କୁ ଠାବ କରିବା ରେ ବାଧକ ସାଝିଛି ! ଗାଁ ଲୋକ ସଚେତନ ହୋଇ ସେମାନେ ଙ୍କୁ ଧରାଇବା ପାଇଁ ଗୋପନ ରେ ରହି ତଥ୍ୟ ଯୋଗାଉଛନ୍ତି !ବର୍ତମାନ ଯାଜପୁର ଜିଲ୍ଲା କଲିକତା ଫେରନ୍ତା ପାଇଁ ପ୍ରଶାସନ ର ମୁଣ୍ଡ ବ୍ୟଥା ର କାରଣ ସାଜିଛି !ରାତି ଦିନ ଏକ କରି ଜିଲ୍ଲା ପାଳ, ଏସ ପି, ବିଡ଼ିଓ ତହସିଲଦାର ଓ ଅନ୍ୟ ପ୍ରଶାସନ ନିକ ପଦାଧିକାରୀ ଏହି ରୋଗ କୁ ପ୍ରତିହତ କରିଵା ପାଇଁ ଜୋର ସୋର ରେ ଖୋଳ ତାଡ଼ ଚଳାଇଛନ୍ତି ! ରୋଗୀ ବଢ଼ୁ ଥିବାରୁ ଜିଲ୍ଲା ବାସିଙ୍କ ମନ ରେ କୋକୁହା ଭୟ ସୃଷ୍ଟି ହୋଇଛି ! ରିପୋର୍ଟ – ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking