37.2 C
Bhubaneswar
Friday, April 19, 2024
Homeଓଡିଶାଯାଜପୁର ବାସୀ କରୋନା ଭୟରେ ଆତଙ୍କିତ , ଜିଲ୍ଲା ପ୍ରସାଶନର ମୁଣ୍ଡବ୍ୟଥାର କରଣ

ଯାଜପୁର ବାସୀ କରୋନା ଭୟରେ ଆତଙ୍କିତ , ଜିଲ୍ଲା ପ୍ରସାଶନର ମୁଣ୍ଡବ୍ୟଥାର କରଣ

ଯାଜପୁର : ଯାଜପୁର ଜିଲ୍ଲାରେ ଗତକାଲି ୫ଜଣ କରୋନା ପଜେଟିଭ ବାହାରିଲା ପରେ ସମଗ୍ର ଜିଲ୍ଲାରେ ଆତଙ୍କ ଖେଳିଯାଇଛି । ଯାଜପୁର ଜିଲ୍ଲା ପ୍ରଶାସନ କରୋନା ଯୁଦ୍ଧରେ ଅବତିର୍ଣ୍ଣ ହୋଇ ଦିନରାତିକୁ ଏକ ସମାନ କରିଛନ୍ତି । ଲକ ଡାଉନକୁ ପାଳନ କରିବା ସହିତ ଜନ ସଚେତନତା ସୃଷ୍ଟିକରିବା ସହିତ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ତାଙ୍କ ଟିମ ଧରି ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ କରି ଲକଡାଉନ କୁ ସଫଳ କରୁଥିବା ବେଳେ ପଶ୍ଚିମବଙ୍ଗରୁ ଆସୁଥିବା ଲୋକମାନେ ତାଙ୍କ ପରିଶ୍ରମରେ ବାଧକ ସାଜିଛନ୍ତି । ଏବେ ଜିଲ୍ଲା ପ୍ରଶାସନ କଠୋରହୋଇ କାର୍ଯ୍ୟ କରୁଅଛି । ବିଭିନ୍ନ ଅଂଚଳରୁ ଆସିଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ପଂଚାୟତରେ କ୍ୱାରେଣ୍ଟାଇନରେ ରଖାଯାଉଛି । କେତେକ ବ୍ୟକ୍ତି ବାହାରୁ ଆସି ନିଜ ନାମ ପଂଜିକରଣ ନକରି ଲୁଚି ରହିବା କାରଣରୁ ଜିଲ୍ଲାପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ଓ ଲୋକମାନଙ୍କ ନିମନ୍ତେ ସଂକ୍ରମଣ ସୃଷ୍ଟିର ସମ୍ଭାବନା ବଢାଇଛି । ୠତକାଲି ୫ଜଣ ପଜେଟିଭ ଆସିଲା ପରେ ଜିଲ୍ଲାପ୍ରଶାସନ ଦୁଇଗୁଣ ସକ୍ରିୟ ହୋଇ ସରକାରି ନିୟମକୁ ପାଳନ କରିବା ସହିତ ସାମାଜିକ ଦୁରତ୍ୱ ରେ ଘରେ ରହିବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି ।୫ଜଣ ପଜେଟିଭଙ୍କୁ ଚିକିତ୍ସାପାଇଁ ପଠାଯାଇଛି । କୋରାଇ ବ୍ଲକ ର ମକୁନ୍ଦପୁର ପଂଚାୟତର ରୁ ବାହାରିଥିବା ପଜେଟିଭ, କରଣରୁ ମକୁନ୍ଦପୁର ପଂଚାୟତର ମଥୁରାପୁର , ନିସଙ୍ଗପୁର ପ୍ରଭୁତି ଅଂଚଳକୁ ସଂକ୍ରମିତ ଅଂଚଳଭାବେ ଘୋଷଣାକରି ପ୍ରବେଷଦ୍ୱାର ବନ୍ଦକରି ପୋଲିସ ମୁତୟନ କରାଯାଇଛି । ଏହି ଜୋନ୍ ଦାହିତ୍ୱରେ ବ୍ୟାସନଗର ତହସିଲଦାର ଶରତ କୁମାର ମହାପାତ୍ର, କୋରାଇ ବିଡିଓ ଶ୍ୱେତା ସ୍ନିଗଧା କୋରାଇ ସି.ଏସ.ସି ର ମେଡିକାଲ ଅଫିସର ହିମାଂଶୁ କୁମାର ଙ୍କୁ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ଯାଜପୁର ଅଂଚଳର ପଣସା ପଂଚାୟତର କୁସି , କୋରକୋରା , ବାଲିପୋଖରି , ବାସୁଦେବପୁର ର ବାସୁଦେବପୁର, ଜାଲପୁର ସହିଦପୁର ପଂଚାୟତକୁ କଣ୍ଟେନମେଣ୍ଟ ଅଂଚଳଭାବେ ଘୋଷଣା କରାଯାଇ ଯାଜପୁର ତହସିଲଦାର , ସୁଶାନ୍ତ କୁମାରପତି, ବିଡିଓ ସୈାରଭ କୁମାର ଚକ୍ରବର୍ତି, ଡ.ଆଲୋକ ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଦସରଥପୁର ବ୍ଲକର ବିରଜାପୁର ପଂଚାୟତର ବିରଜାପୁର , ବଡ ଆଦମପୁର ଓ ତଳିଆ ପଂଚାୟତର ,ବିହାରି ପଂଚାୟତର ପାଲଦା ପ୍ରମୁଖ ଗ୍ରାମ ଗୁଡିକୁ ସଂକ୍ରମିତ ଅଂଚଳଭାବେ ଘୋଷଣା କରାଯାଇଛି । ଏହାର ଦାୟିତ୍ୱରେ ଦସରଥପୁର ତହସିଲଦାର ସୈଭାଗ୍ୟ ବେହେରା,ବିଡିଓ ନାରାୟଣ ଚନ୍ଦ୍ର ନାୟକ , ମଙ୍ଗଳପୁର ସିଏସ .ସିର ଡ. ଉମାକାନ୍ତ ମଲ୍ଲିକ , କୋରାଇ , ଯାଜପୁର, ମଙ୍ଗଳପୁର ପ୍ରଭୃତି ଥାନା ଅଧିକାରୀଙ୍କୁ ଲକ ଡାଉନ ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ଯେଉଁମାନେ ଏହାକୁ ନମାନିବେ ଜିଲ୍ଲା ପ୍ରସାଶନ କଠୋର ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି । କ଼ଂଳିଙ୍ଗନଗର ଶିଳ୍ପାଂଚଳରେ କରୋନା ସଂକ୍ରମଣକୁ ନେଇ କାରଖାନା କର୍ମଚାରୀ , ଶ୍ରମିକ ଓ କଂଳିଙ୍ଗନଗର ବାସୀ ଆତଙ୍କିତ ହୋଇପଡିଥିବା ବେଳେ ଲକ୍ ଡାଉନ ବ୍ୟବସ୍ଥାକକ୍ସୁଚାରୁ ଋପେ ପାଳନ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking