43 C
Bhubaneswar
Tuesday, April 16, 2024
Homeଓଡିଶାପାଣିକୋଇଲି ଠାରୁ ରଗଡି ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥ ଅସୁରକ୍ଷିତ

ପାଣିକୋଇଲି ଠାରୁ ରଗଡି ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥ ଅସୁରକ୍ଷିତ

ଯାଜପୁର (ଅଭିମନ୍ୟୁ ମିଶ୍ର) : ପାଣିକୋଇଲି ଠାରୁ ରାଜମୁଣ୍ଡା ୧୬ନଂ ଜାତୀୟ ରାଜପଥ ପାଣିକୋଇଲି ଠାରେ ୨୦ନଂ ଜାତୀୟ ରାଜପଥକୁ ସଂଯୋଗ କରୁଛି । ପାଣିକୋଇଲି ଠାରୁ ରଗଡି ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥ ଅସୁରକ୍ଷିତ ହୋଇପଡଛି । ବିଶେଷ କରି ପାଣିକୋଇଲି ଠାରୁ ରଗଡି ପର୍ଯ୍ୟନ୍ତ ୨୦ କି.ମି ରାଜପଥରେ ବଡ ବଡ ଗାଡମାନ ସୃଷ୍ଟି କରୁଛି । ଏହି ଜାତୀୟ ରାଜପଥର ବୀଣାପୁର ଓ ଫାୟାର ଷ୍ଟେସନ୍ ବାଇପାସ୍ ନିର୍ମାଣ ତ୍ରୁଟି ଯୋଗୁ ଦୈନିକ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ବୀଣାପୁର ଚୋର୍ଦ୍ଦା ଫାୟାର ଷ୍ଟେସନ ଓ ରଗଡି ପ୍ରଭୁତି ଅଂଚଳର ବାଇପାସ୍ ଗୁଡିକରେ ଦୁର୍ଘଟଣା ମାନ ଦିନକୁ ଦିନ ବୃ୍‌ଦ୍ଧି ପାଉଛି । ଦୁଇମାସ ମଧ୍ୟରେ ପାଣିକୋଇଲି ଠାରୁ ରଗଡି ପର୍ଯ୍ୟନ୍ତ ୧୫ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ବୀଣାପୁର ଫାୟାର ଷ୍ଟେସନ୍ ବାଇପାସ୍ ଛକ ବିପଦ ସଂକୁଳ ଅବସ୍ଥାରେ ରହିଛି । ଏହି ଛକ ନିକଟରେ ୫ଟି ରାସ୍ତା ସଂଯୋଗ କରୁଥିବାରୁ ଯାନ ବାହନ ଗୁଡିକୁ ଦୁର୍ଘଟଣା ଗ୍ରସ୍ତ ହୋଇ ପଥଚାରୀଙ୍କ ଜୀବନ ନେଉଛି । ଏହି ଦୁଇଟି ବାଇପାସ୍ ରାସ୍ତାର ପ୍ଲାନିଙ୍ଗ ତୃଟି ଓ ରାସ୍ତା ନିର୍ମାଣ ନିମ୍ନ ମାନର ହୋଇ ଥିବାରୁ ଦୁର୍ଘଟଣା ଘଟୁଛି ବୋଲି କୁହାଯାଉଛି । ଏହି ବାଇପାସକୁ ପୁର୍ଣ୍ଣ ନିର୍ମାଣ କରିବା ପାଇଁ ଜାତୀୟ ରାସ୍ତା ସୁରକ୍ଷା ମଂଚ ପକ୍ଷରୁ ବିଦ୍ୟାଧର ମହାନ୍ତି, ବାବୁଲାଲ୍ ଗୁରୁଙ୍କ ନେତୃତ୍ୱ ରେ ଆନ୍ଦୋଳନ ୨୦୧୭ ମସିହା ଅକ୍ଟୋବର ୨ ତାରିଖରେ ଧାରଣା ହୋଇଥିଲା । ଆନ୍ଦୋଳନ ତୀବ୍ରତର ହେବାରୁ ଜିଲା୍ଲ ଫ୍ରଶାସନ ଓ ଜାତୀୟ ରାଜପଥ କତୃପକ୍ଷ ଓ ଆନ୍ଦୋଳନ କାରୀଙ୍କ ସହ ଅଲୋଚନା ହୋଇ ୬ମାସ ମଧ୍ୟରେ ୨ଟି ବାଇପାସ୍ ରାସ୍ତାକୁ ପୁର୍ଣ୍ଣ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ରତିଶ୍ରୃତି ପାଣୀ ଗାର ସଦୃଶ ହୋଇଛି । ପୁର୍ଣ୍ଣ ମରାମତି ପାଇଁ ଜାତୀୟ ରାଜପଥ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏ ସମ୍ପର୍କରେ ଯାଜପୁର ରୋଡ ବହୁ ଗଣ ସଂଗଠନ ଜିଲ୍ଲା ପାଳଙ୍କ ଜନ ଶୁଣାଣିରେ ଅଭିଯୋଗ କରାଯାଉଛି, କିନ୍ତୁ ଏହାର ସୁଫଳ ମିଳୁନାହିଁ । ଏହି ଦୁଇ ଛକ ଠାରେ ୨-୩ ଜଣ ହୋମଗାର୍ଡଙ୍କୁ ମୃତୟନ କରାଯାଇଛି । ଭାରି ଯାନ ଗୁଡିକ ଭାରିଯାନିକ ବେଗ ଦୃତ ଗତିରେ ଆସିବାରୁ ଦୁର୍ଘଟଣା ମାନ ଘଟାଉଛନ୍ତି । ଫାୟାର ଷ୍ଟେସନ୍ ନିକଟରେ ଯାତ୍ରିଙ୍କ ବିଶ୍ରାମ ଗାର ଭାଙ୍ଗି ଗଲାଣି । ଯାତ୍ରୀମାନେ ଶୀତ କାକର ବର୍ଷାରେ ଠିଆ ହୋଇ ବସ୍ ଚଢୁଛନ୍ତି । ସେଇ ବାଇପାସ୍ ଛକରେ ସଂଯୋଗ ହେଇଥିବା ହାଇମାଷ୍ଟ ଲାଇଟ୍ ଗୁଡିକ ଅଧିକାଂଶ ସମୟ ଅଚଳ ହୋଇପଡୁଛି । ଫଳରେ ଉକ୍ତ ସ୍ଥାନରେ ଛୋଟ ବଡ ଚୋରି ଡକାୟତି ହେଉଛି । ଏ ସମ୍ପର୍କରେ ଜାତୀୟ ରାଜପଥ ସୁରକ୍ଷା କମିଟିର ଆବାହକ ବାବୁଲାଲ୍ ଗୁରୁ ଜାତୀୟ ରାଜ କର୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଅବଗତ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଆଗମୀ ଦିନରେ ଜାତୀୟ ରାଜପଥ ସୁରକ୍ଷା କମିଟି ପକ୍ଷରୁ ଆନ୍ଦୋଳନ କରାଯିବ । ଏଥିପାଇଁ ଜାତୀୟ ରାଜପଥ କର୍ତୁପକ୍ଷ ଦାୟୀ ରହିବେ ବୋଲି ଗଣ ମାଧ୍ୟମ ମାନଙ୍କୁ ସୁଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking