27.1 C
Bhubaneswar
Thursday, April 25, 2024
Homeଓଡିଶାପରିବା ଓ   ରେସନ ପାଇଁ ହନ୍ତସନ୍ତ

ପରିବା ଓ   ରେସନ ପାଇଁ ହନ୍ତସନ୍ତ

ଯାଜପୁର : ବାଇକ ଛାଡ଼ି ସାଇକେଲ ରେ  ଗ୍ରାହକ ମାନେ ଆସୁଛନ୍ତି|  ଯାଜପୁର ରୋଡ  ସହର ରେ ଲକ ଡାଉନ କଡ଼ା କଡ଼ି ହୋଇଛି|ଯାନବାହାନ  ଛାଡ଼ି ଲୋକ ମାନେ ଅତ୍ୟାଵଶ୍ୟକ ଦ୍ରବ୍ୟ କିଣିବା ପାଇଁ ପ୍ରଶାସନ ପକ୍ଷ ରୁ ତାଗିତ କରାଯାଇଛି !ପୋଲିସ ପ୍ରଶାସନ ପକ୍ଷ ରୁ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ଗୁଡିକ ରେ ପୋଲିସ ପ୍ରହାର ଜୋରଦାର ହୋଇଛି |ସହର ସମେତ ଆଖପାଖ ଅଂଚଳରୁ ଲୋକମାନେ ଜିଣିଷ ପତ୍ର କିଣିବା ପାଇଁ ସାଇକେଲ ରେ ଆସୁଛନ୍ତି |ଗୋଶଳା ଛକ, ନହକା ଛକ କଳି ମେଲଣ ପଡିଆ ପ୍ରଭୁତି ରେ ପନି ପରିବା ମାଛ ମାଂସ ଦୋକାନ ବସୁଛି |ପ୍ରଶାସନ ତରଫରୁ  ସକାଳୁ ଛ ଟା ରୁ ଦିନ ଦଶ ଟା ପର୍ଯ୍ୟନ୍ତ ମଧ୍ୟ୍ୟ ରେ କିଣା କିଣି କରିବାକୁ ନିର୍ଦେଶ ଦିଆ ଯାଇଛି |କମ ସମୟ ରେ କିଣା କିଣି ପାଇଁ ଭିଡ ହେଉଛି ସାମାଜିକ ଦୂରତ୍ୱ ରଖିବା ଲୋକଙ୍କ ପକ୍ଷ ରେ କଷ୍ଟ କର ହେଉଛି|ଲୋକମାନେ କମ ସମୟ କିଣା କିଣି କରିବାକୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି|ଲୋକ ମାନଂକୁ  ମୁହଁ ରେ ମାସ୍କ ଦେବା  ପାଇଁ ପ୍ରଶାସନ ତରଫରୁ ନିର୍ଦେଶ ଦିଆଯାଇଛି ଓ ମାସ୍କ ଆବଶ୍ୟକ ମୁତାବକ ବଜାର ରେ ମିଳୁ ନାହିଁ |ରେସନ ଦୋକାନ ମାନଙ୍କ ରେ ଲମ୍ବା ଧାଡି ଲାଗିରହୁଛି |ପୋଲିସ ସେଠାରେ ଉପସ୍ଥିତ ରହି ଭିଡ କୁ ନିୟନ୍ତ୍ରଣ କରୁଛି |ମାର୍କେଟ ରେ ଫଳ ର ଅଭାବ ଦେଖା ଦେଇଛି, ଫଳ ରେ ଆକାଶ ଛୁଆଁ  ଦର  ବୃଦ୍ଧି ପାଇଛି !ପ୍ରବଳ ଖରା ଓ ଗରମ ରେ ଲୋକ ମାନେ ଲକ ଡାଉନ କୁ ମାନି ଘରେ ରହୁଛନ୍ତି|ଘନ ଘନ ବିଜୁଳି କାଟ ଯୋଗୁଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି |– ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking