40.1 C
Bhubaneswar
Thursday, April 25, 2024
Homeଓଡିଶାକୋରୋନା ସଂକ୍ରମିତ ବ୍ରହ୍ମବରଦା କଂଟେନମେଂଟ ଜୋନ ର ସମୟ ଅବଧିକୁ ୧୨ ତାରିଖ ପର୍ଯ୍ୟନ୍ତ...

କୋରୋନା ସଂକ୍ରମିତ ବ୍ରହ୍ମବରଦା କଂଟେନମେଂଟ ଜୋନ ର ସମୟ ଅବଧିକୁ ୧୨ ତାରିଖ ପର୍ଯ୍ୟନ୍ତ ବଢ଼ିଲା

ଯାଜପୁର(ଅଭିମନ୍ୟୁ ମିଶ୍ର ) : ଯାଜପୁର ଜିଲାର ପ୍ରଥମ କୋରୋନା ସଂକ୍ରମିତ ବ୍ରହ୍ମବରଦା କଂଟେନମେଂଟ ଜୋନ ର ସମୟ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି ଜିଲା ପ୍ରଶାସନ । ବ୍ରହ୍ମବରଦା ଅଂଚଳରେ ଜଣେ ନିଜାମୁଦ୍ଧିନ ପେଂରନ୍ତା କୋରୋନା ରେ ଆକ୍ରାନ୍ତ ହେବା ପରେ ସଂପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିଲା ଜିଲା ପ୍ରଶାସନ । ଆଜି ରାତିରେ ଏହି ଅବଧି ସରିବାର ଥିଲା । କିନ୍ତୁ ସେହି ଅଂଚଳକୁ ଆସନ୍ତା ୧୨ ତାରିଖ ରାତି ୮ ପର୍ଯ୍ୟନ୍ତ କଂଟେନମେଂଟ ଅଂଚଳ କରାଯିବାକୁ ଯାଜପୁର ଜିଲାପାଳ ଘୋଷଣା କରିଛନ୍ତି । ସେପଟେ ଯାଜପୁର ଜିଲାରେ ଲକ ଡାଉନ ଚାଲିଥିବା ବେଳେ ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

ଗତକାଲି ଗୋଟିଏ ଦିନରେ ୩୦୨ଟି ବାଇକ ଜବତ ହେବା ସହିତ ଆଇନ ଖିଲାପକାରୀଙ୍କ ବିରୋଧରେ ମୋକଦ୍ଧମା ରୁଜୁ ହୋଇଥିବା ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଜିଲାରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଟାଟା ମେଡିକାକୁ ପ୍ରସ୍ତୁତ କରାଯାଇଛି । ଖୁବ ଶିଘ୍ର ଏହାର ଲୋକାର୍ପଣ କରାଯିବ ଏବଂ ଏଥିପାଇଁ ଆବଶ୍ୟକ ଭିତିଭୂମି ଯୋଗାଇ ଦିଆଯାଇଛି ବୋଲି ଜିଲାପାଳ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking