39.1 C
Bhubaneswar
Wednesday, April 24, 2024
HomeUncategorizedଶ୍ରମିକଙ୍କୁ ନେଇ ଯାଉଥିବା ଅମ୍ବୁଲାନ୍ସ ୨ଟି ଆମ୍ବୁଲାନ୍ସକୁ ଜବତ କଲା ପୋଲିସ

ଶ୍ରମିକଙ୍କୁ ନେଇ ଯାଉଥିବା ଅମ୍ବୁଲାନ୍ସ ୨ଟି ଆମ୍ବୁଲାନ୍ସକୁ ଜବତ କଲା ପୋଲିସ

ଯାଜପୁର:ଏବେ ରୋଗୀ ସେବାରେ ଆମ୍ବୁଲାନ୍ସ ନୁହେଁ, ଶ୍ରମିକଙ୍କୁ ଭଡାରେ ନେଇ ଯାଉଛି ଆମ୍ବୁଲାନ୍ସ । ଏଭଳି ପୃଥକ ଘଟଣାରେ ୨ଟି ଆମ୍ବୁଲାନ୍ସକୁ ଜବତ କରିଛି ପୋଲିସ । କଟକରୁ ଏକ ଆମ୍ବୁଲାନ୍ସ ୧୬ଜଣ ଶ୍ରମିକଙ୍କୁ ନେଇ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଂଚଳକୁ ଯିବା ସମୟରେ ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରଥିଆ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଆହତମାନଙ୍କୁ ଆମ୍ବୁଲାନ୍ସ ଧର୍ମଶାଳା ମେଡିକାଲରେ ଭର୍ତି କରିବା ପରେ ଘଟଣା ସାମନାକୁ ଆସିଥିଲା । ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକ କଟକ ସ୍ଥାନାନ୍ତର ହୋଇଥିବା ବେଳେ ୧୨ଜଣ ଶ୍ରମିକଙ୍କୁ ଜାରକା ସ୍କୁଲରେ ଥିବା ଆଶ୍ରୟ କେନ୍ଦ୍ରରେ ରଖାଯାଇଛି ।

ଏହି ଶ୍ରମିକମାନଙ୍କୁ ୪୩ହଜାର ଟଙ୍କାରେ ଭଡା ସୂତ୍ରରେ ନେଇ ଛାଡିବାକୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଚୁକ୍ତି କରିଥିଲେ । ସେହିପରି ଅନ୍ୟଏକ ଘଟଣାରେ ଆଉ ଏକ ପୋଲିସ ଯାଂଚ ସମୟରେ ଧରାପଡିଛି । ଏହି ଆମ୍ବୁଲାନ୍ସ ୪ଜଣ ଲୋକଙ୍କୁ ନେଇ ଭଦ୍ରକରୁ ଫେରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲା । ଉଭୟ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରାଯିବା ସହ ଜାତୀୟ ରାଜପଥରେ କଡାକଡି ଯାଂଚ ଜାରି ରହିଥିବା କହିଛନ୍ତି ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ। ତେବେ ଲକ ଡାଉନ ସମୟରେ କିଛି ଆମ୍ବୁଲାନ୍ସ ଡ୍ରାଇଭର ଭଡା ଅଧିକା ପାଇବା ଆଶାରେ ଏଭଳି କାଣ୍ଡ ଭିଆଉଥିବା ସାମନାକୁ ଆସିଛି ।

ହିତାଧିକାରୀଙ୍କୁ ଆଗୁଆ ରେସନ ସାମଗ୍ରୀ ବଂଟନ

ଯାଜପୁର :କୋରୋନା ମୁକାବିଲା ପାଇଁ ରାଜ୍ୟସରକାର ହିତାଧିକାରୀ ମାନଙ୍କୁ ଆଗୁଆ ରେସନ ସାମଗ୍ରୀ ବଂଟନ କରିବାକୁ ଘୋଷଣା କରିଥିଲେ । ଏହି କ୍ରମରେ ଆଜି ଯାଜପୁର ପୌରପାଳିକାରେ ହିତାଧିକାରୀ ମାନଙ୍କୁ ୩ ମାସର ରାସନ ସାମଗ୍ରୀ ବଂଟନ କରାଯାଇଛି ।

ରିଟେଲ ମାନଙ୍କ ଜରିଆରେ ସାମାଜିକ ଦ୍ୱରତ୍ୱ ରକ୍ଷା କରି ଚାଉଳ ଓ ଗହମ ହିତାଧିକାରୀ ମାନଙ୍କୁ ବଂଟନ କରାଯାଇଥିଲା । ଏଭଳି ଏକ ବିପଦ ସମୟରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅଗ୍ରୀମ ରେସନ ସାମଗ୍ରୀ ପାଇ ହିତାଧିକାରୀ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ । ଅନ୍ୟପଟେ ରାଜ୍ୟସରକାର ପ୍ରତ୍ୟେକ ହିତାଧିକାରୀ ମାନଙ୍କ ପାଇଁ ଘୋଷଣା କରିଥିବା ପ୍ରୋତ୍ସାହନ ରାଶି ଖୁବ ଶିଘ୍ର ପ୍ରଦାନ କରାଯିବ ଏବଂ ପିଡିଏସ ସାମଗ୍ରୀ ପୁରା ଜିଲାରେ ବଂଟନ କରାଯିବ ବୋଲି ଯାଜପୁର ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।

ଏଟିଏମ ଭାଂଗି ଟଙ୍କା ଲୁଟ ପାଇଁ ଉଦ୍ୟମ

ଯାଜପୁର:ଚାରିଆଡେ କୋରୋନା ପାଇଁ ଲକ ଡାଉନ ଥିବା ବେଳେ ଏଟିଏମ ଭାଂଗି ଟଙ୍କା ଲୁଟ ପାଇଁ ଉଦ୍ୟମ କରିଛନ୍ତି ଲୁଟେରା । ଯାଜପୁର ଥାନା ମାର୍କଣ୍ଡପୁର ଠାରେ ଥିବା ଟାଟା ଇଣ୍ଡିକ୍ୟାସ ଏଟିଏମକୁ ଗତକାଲି କେତେକ ଦୁବୃତ ଭାଂଗି ଲୁଟିବାକୁ ଉଦ୍ୟମ କରିଥିଲେ ।

କିନ୍ତୁ  ଟଙ୍କା ନେବାରେ ବିପଂଳ ହୋଇଛନ୍ତି ଦୁବୃତ । ଆଜି ଖବର ପାଇ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏଟିଏମ କର୍ତୁପକ୍ଷ ଆସିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ଯାଜପୁର ଥାନା ଅଧିକାରୀ  ଆଶିଷ କୁମାର ସାହୁ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking