37.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟ ବାହାରେ ଲକଡାଉନ ଯୋଗୁଁ ପଂସି ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରତିଶୃତି ଦେଇଛି...

ରାଜ୍ୟ ବାହାରେ ଲକଡାଉନ ଯୋଗୁଁ ପଂସି ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରତିଶୃତି ଦେଇଛି ଜିଲା ପ୍ରଶାସନ

ଯାଜପୁର : ଯାଜପୁର ଜିଲାର ଅଧିବାସୀ ଯଦି ରାଜ୍ୟ କିମ୍ବା ରାଜ୍ୟ ବାହାରେ ଲକ ଡାଉନ ଯୋଗୁଁ ପଂସି ଯାଇଛନ୍ତି ତେବେ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରତିଶୃତି ଦେଇଛି ଜିଲା ପ୍ରଶାସନ । ଏ ନେଇ ପ୍ରଶାସନ ପକ୍ଷରୁ ୫ଟି ହେଲପ୍ ଲାଇନ ନମ୍ବର ଜାରି କରିଛି ପ୍ରଶାସନ । ସେହି ନମ୍ବର ଗୁଡିକ ହେଲା ୦୬୭୨୮୨୨୦୦୧, ୮୮୯୫୨୬୬୩୪୦, ୮୯୧୭୬୮୧୩୪୩, ୭୦୬୫୭୪୨୮୦୦, ୮୮୯୫୫୧୨୧୯୦ । ବର୍ତମାନ ସମୟରେ ସାରା ଦେଶରେ ଲକ ଡାଉନ ଜାରି ରହିଥିବାରୁ ରାଜ୍ୟ ବାହାରୁ ଅନେକ ଯାଜପୁର ବାସୀ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିବା ପରେ ପ୍ରଶାସନ ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ଅଭିଯୋଗ ମିିଳିବା ପରେ ସଂପୃକ୍ତ ଅଂଚଳର ଜିଲା ପ୍ରଶାସନ ସହିତ ଯୋଗାଯୋଗ କରି ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଅନ୍ୟପଟେ କୋରୋନାର ମୁକାବିଲା ପାଇଁ ଯାଜପୁର ଜିଲାର ବହୁ ବଦାନ୍ୟ ବ୍ୟକ୍ତି ଜିଲା ପ୍ରଶାସନକୁ ଆର୍ଥିକ ସହାୟତା ଯୋଗାଇ ଚାଲିଛନ୍ତି । ଆଜି ଯାଜପୁର ର ବିର୍‌ଜା କେବୁଲ ସଂସ୍ଥା ପକ୍ଷରୁ ୨୫ ହଜାର ,ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହେଲୀ ପକ୍ଷରୁ ୨୦ ହଜାର,ବ୍ୟବସାୟୀ କିରନ ବେହେରା ୫୦ ହଜାର ଟଙ୍କା ଏବଂ ଲିଙ୍ଗେଶ୍ୱର ଉନ୍ନୟନ କମିଟି ପକ୍ଷରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥରେ ଜିଲାରେ କୋରୋନା ମୁକାବିଲା ହୋଇପାରିବ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking