30.1 C
Bhubaneswar
Thursday, April 25, 2024
Homeଓଡିଶାଆରଏମସି ପରିବା ମାର୍କେଟ ଏବଂ ମୋଟରଂଗାପାଳ ର ଆମିଷ ମାର୍କେଟ ବାଳାଶ୍ରମ ପଡିଆକୁ ଉଠିଲା

ଆରଏମସି ପରିବା ମାର୍କେଟ ଏବଂ ମୋଟରଂଗାପାଳ ର ଆମିଷ ମାର୍କେଟ ବାଳାଶ୍ରମ ପଡିଆକୁ ଉଠିଲା

ଯାଜପୁର : କୋରୋନା ସଂକ୍ରମଣକୁ ରୋକିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଯାଜପୁର ଜିଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । କିଆନାଳି ଛକରେ ଥିବା ଆରଏମସି ପରିବା ମାର୍କେଟ ଏବଂ ମୋଟରଂଗାପାଳ ର ଆମିଷ ମାର୍କେଟକୁ ବାଳାଶ୍ରମ ପଡିଆକୁ ଉଠାଇ ଦିଆଯାଇଛି । ପଂଳରେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଦୂରତ୍ୱ ବଜାୟ ରହିବ । ଗ୍ରାହକ ମାନେ ଦୂରରେ ରହିବା ପାଇଁ ଚିହ୍ନ ଦିଆଯାଇଛି । ଜିଲାପାଳ ନିଜେ ବାଳାଶ୍ରମ ପଡିଆ ଯାଇ ସେଠାରେ ତଦାରଖ କରିଥିଲେ । ଏଠାରେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ବିରଜା ସାପ୍ତାହିକ ହାଟରେ ରହିଥିବା ଦୋକାନ ମଧ୍ୟରୁ ୫୦ଟି ଦୈନିକ ଖୋଲିବା ପାଇଁ ନିଷ୍ପତି ହୋଇଛି । ପ୍ରତ୍ୟେକ ଦିନ ଏହି ଦୋକାନ ଗୁଡିକ ଖୋଲା ରହିବ । ହାଟରେ ରହିଥିବା ସମସ୍ତ ଦୋକାନକୁ ନ ଖୋଲି ପର୍ଯ୍ୟାୟ କ୍ରମରେ ଖୋଲାଗଲେ ଭିଡକୁ ନିୟ୍‌ନ୍ତ୍ରଣ କରାଯାଇପାରିବ ବୋଲି ଜିଲାପାଳ କହିଛନ୍ତି । ଘରେ ରୁହନ୍ତୁ,ଯେତିକି ଜିନିଷ ଆବଶ୍ୟକ ସେତିକି ଜିନିଷ କିଣିବାକୁ ପରାମର୍ଶ ଦିଆଯାଇଛି । ଆଇନ ଉଲଙ୍ଘନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଜିଲାପାଳ ଚେତାବନି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking