27.8 C
Bhubaneswar
Thursday, April 18, 2024
Homeଓଡିଶାଅବହେଳା ଯାଜପୁର ରୋଡ଼ ମେଡ଼ିକାଲ ରେ ଦେଖା ଦେଇଛି

ଅବହେଳା ଯାଜପୁର ରୋଡ଼ ମେଡ଼ିକାଲ ରେ ଦେଖା ଦେଇଛି

ଯାଜପୁର(ଅଭିମନ୍ୟୁ ମିଶ୍ର ) କରୋନା ଭାଇରସ ଏବେ ସାରା ବିଶ୍ୱକୁ ଆକ୍ରାନ୍ତ କରିଥିବା ବେଳେ ସବୁ ଜନ ସାଧାରଣ ଏବେ ନିଜ ନିଜର ସୁରକ୍ଷା ନେବାରେ ବ୍ୟସ୍ତ | କିନ୍ତୁ ଏବେ ଗୋଟିଏ ଅବହେଳା ଯାଜପୁର ରୋଡ଼ ମେଡ଼ିକାଲ ରେ ଦେଖା ଦେଇଛି | କରୋନା ଆକ୍ରାନ୍ତ ଲୋକଙ୍କର ନାମ ପଞ୍ଜିକରଣ ପାଇଁ ବିଦେଶରୁ ହୋଉ କି ରାଜ୍ୟ ବାହାରୁ ହଉ ଅସୁଥୁବା ଲୋକ ମାନେ ମେଡ଼ିକାଲ ଆସୁଛନ୍ତି ଡାକ୍ତର ଙ୍କୁ ଦେଖାଇ ବାକୁ ଲାଇନ ରେ ଛିଡା ହୋଇଛନ୍ତି | ସେମାନେ ପ୍ରତି ଷ୍ଟାଫ ଙ୍କ ସଂସ୍ପର୍ଶରେ ଆସୁଛନ୍ତି | କିନ୍ତୁ କରୋନା ରୋଗୀଙ୍କ ଠାରୁ ଷ୍ଟାଫ ନିଜକୁ ସୁରକ୍ଷା ଦେବାର କୌଣସି ସାମଗ୍ରୀ ସେମାନଙ୍କ ପାଖରେ ନାହିଁ | ଏହାକୁ ଅନୁଭ କରି ଯୁବ ସମାଜ ସେବୀ ରାଜେଶ କୁମାର ରାଉତ ଓ ତାଙ୍କ ସାଥି ଟିକାୟତ ପାଲଙ୍କର ସହଯୋଗ ରେ ମେଡ଼ିକାଲ ଷ୍ଟାଫ ସିକୁରୁଟି ଗାଡ଼, ଆମ୍ବୁଲାନ୍ସ ଡ୍ରାଇଭର, ସୁଇପର,ହେଲତ ୱାର୍କର,ବ୍ଲଡ଼ବ୍ୟାଙ୍କ କର୍ମଚାରୀ ଓ ଘର ଘର ବୁଲି ପଞ୍ଜିକରଣ କରୁଥୁବା ଆଶା ଦିଦି,ଅଙ୍ଗନବାଡ଼ି ଦିଦି, ଏ,ଏନ,ଏମ ଦିଦି ଯେଉଁମାନେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଘର ପାଖକୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ନେବା ପରେ ପଞ୍ଜିକରଣ କରନ୍ତି |

ଏହି ଦିଦି ମାନଙ୍କ ମାଧ୍ୟମରେ କରୋନା ସଂକ୍ରମିତ ହେବାର ବହୁତ ଚାନ୍ସ ଅଛି | କିନ୍ତୁ ଦିଦି ମାନଙ୍କୁ ପଚାରି ବୁଝିବା ପରେ ସେମାନେ କହିବାରୁ ତାଙ୍କୁ କୌଣସି ସାନିଟାଇଜର, ହଣ୍ଡଉଆସ,ମାସ୍କ ଗ୍ଲୋପ୍ସ କିଛି ଦିଆଯାଇନି |ଏହାକୁ ହୃଦୟ ଙ୍ଗମ କରି ରାଜେଶ କୁମାର ରାଉତ, ସାଥି ଟୀକାୟତ ପାଲ ଙ୍କୁ କହିଥିଲେ ଏହାପରେ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ଜିନିଷ ,ଯଥା ଗ୍ଲୋପ୍ସ,ହଣ୍ଡୁଉଆସ,ସାନିଟାଇଜର,ମାସ୍କ ବଣ୍ଟନ କରାଯାଇଛି | ସେହିପରି 102 ଗାଡି ଚଳାଉଥିବା ଡ୍ରାଇଭର ଙ୍କୁ ମଧ୍ୟ ଆବଶ୍ୟକକୀୟ ସାମଗ୍ରୀ ଯୋଗାଇ ଦିଆଯାଇଛି | ଏହି ଘଡିସନ୍ଧି ସମୟରେ ଏହି ସେବା କାମ କୁ ସମସ୍ତ ଅଞ୍ଚଳ ବାସୀ ସ୍ୱାଗତ କରି ରାଜେଶ କୁମାର ରାଉତ ଓ ଟିକାୟତ ପାଲ ଙ୍କୁ ଧନ୍ୟବାଦ ଦେଇଛନ୍ତି !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking