34.1 C
Bhubaneswar
Friday, March 29, 2024
Homeଅପରାଧବାରୁଣୀଆ : ପାହାଡ଼ ଉପରୁ ମିଳିଲା ମୃତଦେହ

ବାରୁଣୀଆ : ପାହାଡ଼ ଉପରୁ ମିଳିଲା ମୃତଦେହ

ଯାଜପୁର (ଓଏନଏ): ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ବରୁଣିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଜଙ୍ଗଲରେ ଏହି ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏ ନେଇ ବଡ଼ଚଣା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି।

ଗୋକେନେଶ୍ୱର ବ୍ରିଜ ନିକଟରେ ଟ୍ରକ ଧକ୍କା ରେ 2ଜଣ ଙ୍କ ମୃତ୍ୟୁ

ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ର 16ନଂ ଜାତୀୟ ରାଜପଥ ରେ : ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କର ଜୀବନ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗୋକର୍ଣ୍ଣେଶ୍ବର ବ୍ରିଜ ନିକଟରେ। ସୂଚନା ମୁତାବକ ଟାଙ୍ଗୀ ଭଗତପୁର ଅଂଚଳର ଦୁଇଜଣ ଏକ ବାଇକ ଯୋଗେ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଜାରକା ଗୋକର୍ଣ୍ଣେଶ୍ବର ବ୍ରିଜ ନିକଟରେ ଏକ ଟ୍ରକ ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକମଧ୍ୟରୁ ଜଣେ ଟାଙ୍ଗୀ ଭଗତପୁର ଅଞ୍ଚଳର ହେମନ୍ତ ନାୟକ ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳିପାରିନାହିଁ। ଧର୍ମଶାଳା ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking