30.1 C
Bhubaneswar
Wednesday, April 24, 2024
Homeଓଡିଶାତାତିଲେ ମହିଳା, ଭାଂଗିଲେ ମଦ ବୋତଲ

ତାତିଲେ ମହିଳା, ଭାଂଗିଲେ ମଦ ବୋତଲ

ଯାଜପୁର : ମହିଳା ମାନେ ତାତି ଲେ ଓ ମଦ ବୋତଲ ଭାଂଗିଲେ ! ଜିଲ୍ଲା ର କୋରାଇ ଥାନା ଅନ୍ତର୍ଗତ ସଁ ଗାଁ ଗ୍ରାମ ର ମହିଳା ମାନେ ମଦ ବେପାର କୁ ବିରୋଧ କରି ଗ୍ରାମ ର ସମସ୍ତ ମହିଳା ଏକତ୍ରିତ ହୋଇ ! ଗ୍ରାମ ରେ ମଦ ବେପାର ବନ୍ଦ କରିବା ପାଇଁ ମଦ ବୋତଲ ଗୁଡ଼ିକୁ ସଙ୍ଗ ହୋଇ ଭାଂଗିଥିଲେ !ଗ୍ରାମ ରେ ପ୍ରବଳ ଉତେଜନା ଦେଖାଦଇଥିଲା | ଖବର ପାଇଁ କୋରାଇ ଥାନା ଅଧିକାରୀ ଶ୍ରୀ ରଂଜିତ ମହାନ୍ତି ଯଥା ଶୀଘ୍ର ପହଂଚି  ରୋକିଥିଲେ !
ସୂଚନା ଯୋଗ୍ୟ,ବେଆଇନ ଭାବେ ଜଣେ ଚୋରା ମଦ ବେପାରୀ ଚୋରା ମଦ ବେପାର କରୁ ଥିଲେ ! ତାଙ୍କ ଠାରୁ ମଦ କିଣିବା ପାଇଁ ଆସୁଥିବା କେତେକ ଲୋକ ମଦ ନେଇ ଥିବା ସମୟ ରେ ମଦ ବୋତଲ ଗୁଡିକ କୁ ଛଡାଇ ଗ୍ରାମ ମହିଳା ମାନେ ଭାଙ୍ଗି ଥିଲେ ! ଗତ ଶୁକ୍ର ବାର ଦିନ ସଁ ଗାଁ ଗ୍ରାମ ର ମହିଳା ଓ ଯୁବକ ମାନେ ଗ୍ରାମ ର ମଦ ଦୋକାନ କୁ ବନ୍ଦ କରିବା ପାଇଁ ଏକ ଦାବି ପତ୍ର ଥାନା ଅଧିକାରୀ କୁ ପ୍ରଦାନ କରିଥିଲେ ! ପୋଲିସ ଏକ ପେଟି ମଦ ବୋତଲ ବେପାରୀ ଅଂକ ଘରୁ ଜବଦ କରି ଥିଲା !ମଦ ବେପାରୀ ଫେରାର ହୋଇ ଯାଇଛନ୍ତି !ମଦ ବେପାରୀ କୁ ଗିରଫ କରିବା ପାଇଁ ମହିଳା ମାନେ ଅଡ଼ି ବସି ଥିଲେ ! ତୁରନ୍ତ ଆସାମୀ କୁ ଗିରଫ କରିବା ସଙ୍ଗେ ଗ୍ରାମରୁ ମଦ ବେପାର ସମ୍ପୂର୍ଣ ରୂପେ ବନ୍ଦ କରିବା ପାଇଁ ଥାନା ଅଧିକାରୀ ପ୍ରତିଶୃତି ଦେଇ ଥିଲେ ପରେ ମହିଳା ମାନେ ଶାନ୍ତ ହୋଇ ଘର କୁ ଫେରି ଥିଲେ !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking