27.1 C
Bhubaneswar
Friday, March 29, 2024
Homeଓଡିଶାସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଙ୍କ ଉପରେ ବୋମା ମାଡ

ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଙ୍କ ଉପରେ ବୋମା ମାଡ

ଯାଜପୁର( ଓଏନଏ):ବର୍ତମାନ ର ସବୁଠାରୁ ବଡ ଖବର ଆସି ପହଁଚିଛି ଯାଜପୁର ଜିଲ୍ଲା ବିଜେପି ର ବରିଷ୍ଠ ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଙ୍କ ଉପରେ ବୋମା ମାଡ ହୋଇଛି।
ଯାଜପୁର ଜିଲ୍ଲାର ବିଜେପି ର ବରିଷ୍ଠନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଙ୍କୁ ଏହି ବୋମା ମାଡ ଧର୍ମଶାଳା ଅଞ୍ଚଳ ରେ ହୋଇଥିବା ସୂଚନା ମିଳିଛି ଏବଂ ଦୁର୍ବୁତ୍ତ ମାନେ ବୋମା ମାଡ କରି ଘଟଣା ସ୍ଥଳ ରୁ ଫେରାର ହୋଇଯାଇଛନ୍ତି l କିଛି ସମୟ ତଳେ ସର୍ବେଶ୍ୱର ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଇ ଦୁଇ ସହଯୋଗୀ ସୁଶାନ୍ତ କୁମାର ବେହେରା ଓ ବଳରାମ ଦାସ ଙ୍କ ସହିତ ନିଜ କାର୍ ରେ ଫେରୁଥିବା ସମୟ ରେ ଏଭଳି ଆକ୍ରମଣ ହୋଇଥିବା ର ସୂଚନା ମିଳିଛି l ସର୍ବେଶ୍ୱର ବେହୁରା ଙ୍କ ସମେତ ଉପସ୍ଥିତି ଥିବା ଉଭୟ ସଯୋଗୀ ମଧ୍ୟ ଆହତ ଥିବାର ସୂଚନା l ପ୍ରଥମେ ତାଙ୍କୁ ଧର୍ମଶାଳା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ କୁ ସ୍ଥାନାନ୍ତର କରାଯାଇଛି l ତେବେ ଏ ଘଟଣା କିଏ ଓ କାହିଁକି ଘଟାଇଛି କାରଣ ଅସ୍ପଷ୍ଟ ଅଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking