27.1 C
Bhubaneswar
Thursday, April 25, 2024
Homeଓଡିଶାବୈତରଣୀ ନଦୀରେ ବନ୍ୟା, କୋରେଇ, ଯାଜପୁର ଓ ଦଶରଥ ପୁର ଅଞ୍ଚଳ ଜଳମଗ୍ନ

ବୈତରଣୀ ନଦୀରେ ବନ୍ୟା, କୋରେଇ, ଯାଜପୁର ଓ ଦଶରଥ ପୁର ଅଞ୍ଚଳ ଜଳମଗ୍ନ

ଯାଜପୁର – ବୈତରଣୀ ନଦୀର ଉପର ମୁଣ୍ଡ କେନ୍ଦୁଝର ଜିଲ୍ଲା ରେ ପ୍ରବଳ ବର୍ଷା ହେବା ଫଳରେ ନଦୀ ରେ ବନ୍ୟା ଜଳ ବୃଦ୍ଧି ପାଉଛି !ଯାଜପୁର ଜିଲ୍ଲାର କରାଇ ବ୍ଲକର ଅସନଝର, ରଣପୁର, ଗୌରପୁର, ମକୁନ୍ଦପୁର, ମୂଳାପାଳ, ଅମ୍ବରୁତିଆ ପ୍ରଭୃତି ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରୁଛି !ବିଲ ବାଡ଼ି ରେ ବନ୍ୟା ଜଳ ଲହରୀ ମାଡୁଛି,।  ପ୍ରାୟ 50 ଖଣ୍ଡି ଗ୍ରାମ ବନ୍ୟା ଜଳ କ୍ଷତି ହେବାର ସମ୍ଭାବନା ରହିଛି !ସେହିପରି ଯାଜପୁର ଓ ଦଶରଥ ପୁର ପ୍ରଭୃତି ବ୍ଲକ ରେ ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି !ଦଶରଥ ପୁର ବ୍ଲକ ତଳିଆ ଅଞ୍ଚଳ ହୋଇଥିବାରୁ ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଦେଖାଦେଇଛି !ଜିଲ୍ଲା ପ୍ରଶାସନ ପକ୍ଷରୁ ନଈ କୁଳିଆ ଅଞ୍ଚଳ ର ଲୋକ ମାନଙ୍କୁ ବିଭିନ୍ନ ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳିରେ ଥଇଥାନ କରାଯାଇଥିବା ଲକ୍ଷ କରାଯାଇଛି !ବୈତରଣୀ ନଦୀ ର ଆନନ୍ଦ ପୁର ଠାରେ ଜଳପତ୍ତନ ବିପଦ ସଂକେତ 38.36 ମି. ଥିବାବେଳେ ବର୍ତ୍ତମାନ 40.16ମି ବୃଦ୍ଧି ପାଇଛି, ସେହିପରି ଆଖୁଆପଦା ଆନିକଟ ର ବିପଦ ସଂକେତ 17.83ମି ଥିବା ବେଳେ ଏହା ବର୍ତମାନ 18.75ମି ଜଳପତ୍ତନ ବୃଦ୍ଧି ପାଇଛି, ଯାଜପୁର ବଲ୍ଲବୀ ଘାଟ ଠାରେ 13.74ମି ବିପଦ ସଂକେତ ଉପରେ ରହିଛି ଦଶରଥ ପୁର ଠାରେ ବିପଦ ସଂକେତ 9.52ମି ଥିବାବେଳେ ବର୍ତମାନ ଜଳସ୍ତର 11.00ମି ରହିଛି !ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି !ଅନେକ ଗ୍ରାମ ରାସ୍ତା ବନ୍ୟା ଜାଲରେ ବୁଡି ଗଲାଣି !ଜିଲ୍ଲାରେ କରୋନା ତାଣ୍ଡବଲୀଳା ଚଳାଇଥିବା ବେଳେ ବନ୍ୟା ବିଭୀଷିକା ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି !ଦୁଇଟି ବିପଦ କୁ ଲୋକମାନେ ସମ୍ମୁଖୀନ କରିବାପାଇଁ ମା ବିରଜା ଓ ଜଗନ୍ନାଥ ଙ୍କୁ ଡାକୁଛନ୍ତି !
ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking