ଯାଜପୁର ରୋଡ ରେଳ ଷ୍ଟେସନ କୁ ଓଡିଶା ର ପ୍ରମୁଖ ପ୍ରବାସୀ ଶ୍ରମିକ ଙ୍କ ରହଣି କେନ୍ଦ୍ର ନକରିବାକୁ ଦାବି  

ଯାଜପୁର(ଅଭିମନ୍ୟୁ ମିଶ୍ର) :  ଜିଲ୍ଲା ପ୍ରଶାସନ କରୋନା ର ପ୍ରତିକାର ନିମନ୍ତେ ଓ ବିଭିନ୍ନ ରାଜ୍ୟରୁ ଫେରୁ ଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଯାଜପୁର ରୋଡ଼ ରେଳ ଷ୍ଟେସନ ରେ ଓଲ୍ହାଇବା ତଥା ସେମାନଙ୍କୁ ସେଠାରେ ଥିବା ବିଭିନ୍ନ କ୍ୱାରେନଟାଇନ କେନ୍ଦ୍ର ରେ ରହିବାର ଵେବସ୍ଥା କରାଯାଇଛି | ବ୍ୟାସନଗର ପୌରାଞ୍ଚଳ ମଧ୍ୟରେ ସାତ ଗୋଟି କେନ୍ଦ୍ର ରେ ଥିବା ପ୍ରବାସୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ରଖାଯାଇଛି | ଜିଲ୍ଲା ପ୍ରଶାସନ କେଉଁ ଉଦେଶ୍ୟରେ 17 ଗୋଟି ଜିଲ୍ଲା ଯଥା କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି,ବଲାଙ୍ଗୀର, ନୂଆପଡା,ରାୟଗଡା, ବାଲେଶ୍ୱର, କେନ୍ଦୁଝର,କେନ୍ଦ୍ରାପଡ଼ା,  ଭଦ୍ରକ,ଓ ପଶ୍ଚିମ ବଙ୍ଗ ସମେତ ବିଭିନ୍ନ ଜିଲ୍ଲା ର ପ୍ରବାସୀ ମାନେ ଏହି ଷ୍ଟେସନରେ ଓହ୍ଲାଇବାର ବ୍ୟବସ୍ଥା କରାଯାଇଛି | ଫଳରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓହ୍ଲାଇବାର ବ୍ୟବସ୍ଥା ହୋଇଥିବାରୁ ଏହାଦ୍ୱାରା ସମଗ୍ର ଅଂଚଳରେ ବାରମ୍ବାର ସଟଡାଉନ ଓ 144 ଧାରା ଲାଗୁ କରାଯାଉଛି | ଫଳରେ ଏଥିଯୋଗୁ ସହରବାସି ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି |
ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବିଶିଷ୍ଟ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଜିଲ୍ଲା ପ୍ରଶାସନ ଙ୍କ ନିକଟରେ ଦାବି କରିଛନ୍ତି | ସେ କହିଛନ୍ତି କି ଏହି ଛୋଟିଆ ରେଳ ଷ୍ଟେସନ କୁ ଓଡ଼ିଶାର ପ୍ରମୁଖ ରେଳ ରହଣି କେନ୍ଦ୍ର କରାନଯାଉ | ଏହି ଦାବି  କରିବା ସହିତ ଆସୁଥିବା ପ୍ରବାସୀ ମାନଙ୍କୁ ନିଜ ନିଜର ପାଖ ଷ୍ଟେସନ ରେ ନଓଲ୍ହାଇ 400 କିଲୋମିଟର ଦୂରତ୍ୱ ରୁ ଅଧିକ ଦୂରରେ ସେମାନଙ୍କୁ ଓଲ୍ହାଇ ପରିବହନ ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ କରିବା ଦ୍ୱାରା ସରକାର ଙ୍କ ଅର୍ଥ ହାନି ହେଉଛି | ସମଗ୍ର ଯାଜପୁର ଜିଲ୍ଲା ବାସି ସମେତ କେନ୍ଦୁଝର, କାମାକ୍ଷା ନଗର ଓ କେନ୍ଦ୍ରାପଡ଼ା ର ଆଂଶିକ ଅଂଚଳ ବାସି ଏହି ଷ୍ଟେସନ ଉପରେ ନିର୍ଭର କରୁଛନ୍ତି | ଏଠାରୁ ଓଲ୍ହାଇ ସେମାନଙ୍କୁ ନିଜ ନିଜର କ୍ୱାରେନଟାଇନ ସେଣ୍ଟର କୁ ପଠାଇବାକୁ ଶ୍ରୀ ମହାନ୍ତି ଜିଲ୍ଲା ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି |

ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମିଳିତ ଭାବେ କରୋନା ସଚେତନତା

ଯାଜପୁର :  ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଅଳକୁଣ୍ଡ ଗ୍ରାମର କୁମ୍ଭାରସାହିଠାରେ ମାଆ ସରସ୍ୱତୀ ,ଲକ୍ଷ୍ମୀ ନାରାୟଣ ,ଜୟ ଜଗନ୍ନାଥ ଓ ବାବା ମୁକ୍ତେଶ୍ଵର ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ଆନୁକୂଲ୍ୟରେ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସଚେତନତା ସୃଷ୍ଟି ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆଦି କରାଯାଇଅଛି।ଏଥିରେ ଗୋଷ୍ଠିର  ସଦସ୍ୟା ସଂଘମିତ୍ରା ବେହେରା,ସୁମିତ୍ରା ବେହେରା, ସଂଗୀତା ରଣା,ମାଧବୀ ବେହେରା,ସଂଜୁଲତା ବେହେରା, ସନ୍ତୋସି ବେହେରା,ସୁଦେସ୍ନା ଦାସଙ୍କ ସମେତ ସ୍ଥାନୀୟ ସରପଞ୍ଚ ଗୀତାରାଣୀ ଜେନା,ନିରଞ୍ଜନ ଜେନା,ସୁଶାନ୍ତ ନାଥ,ପ୍ରତାପ ଦାସ, ପ୍ରମୋଦ ପାଢ଼ୀ,ଅଙ୍ଗନବାଡି କର୍ମୀ, ଆଶା ଦିଦି ଆଦି ଯୋଗଦାନ କରି ସାହି ସାହି ବୁଲି ସଚେତନତା ସୃଷ୍ଟି କରୁଥିବାର ଜଣାଯାଇଅଛି।