ଲୋକମାନେ ନିୟମକୁ କଡାକଡିଭାବେ ପାଳନ କରୁନାହାନ୍ତି, ଆଜି ୬୦ ଜଣଙ୍କୁ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି

ଯାଜପୁର :-ଜିଲ୍ଲାରେ କାରୋନା ରୋଗକୁ ଦୂରେଇବା ପାଇଁ ଲୋକେ ସଚେତନ ହେଲେଣି ଏହି ଜିଲ୍ଲାର ୯୦ ଭାଗ ଲୋକ ଜିଲ୍ଲା ପ୍ରଶାସନର ମାର୍ଗଦର୍ଶିକାକୁ ଗ୍ରହଣ କରୁଛନ୍ତି । ମାକ୍ସ ଓ ସାମାଜିକ ଦୁରତ୍ଵ ଅବଲମ୍ବନ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉପଦେଶରେ କାଢା ସେବନ କରୁଛନ୍ତି । ରୋଗ ପ୍ରତିରୋଧକ ଶକ୍ତି ପାଇଁ ହେମୋପାତି ଓ ଆୟୁର୍ବେଦିକ ଚିକିସ୍ତ। କରୁଛନ୍ତି । ଜିଲ୍ଲା ପ୍ରଶାସନର ସଚେତନତା ପାଳନ କରାଯାଉଛି । ଜିଲ୍ଲା ପ୍ରଶାସନ ପୋଲିସର ଅମାନ୍ୟଙ୍କ ବିରୁଦ୍ଦରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରୁଥିବାରୁ ଆମାନ୍ୟା ମାନେ ସାବାଡ ହୋଇ ସଚେତନ ଗାଇଡ ଲାଇନ ମାନି ଚାଲୁଛନ୍ତି । ଆଜି ଏହି ଜିଲ୍ଲାରେ ୬୦ ଜଣଙ୍କୁ କୋରୋନା ପଜିଟିଭ ଚିହ୍ନଟ କରାଯାଇ COVID ହସପିଟାଲକୁ ଚିକିସ୍ତା ପଠାଯାଇଛି । ବଡଚଣା ବ୍ଲକରେ-୧୮, ରସୁଲପୁର ବ୍ଲକରେ -୧୮, ବରୀ-୧ , ଧର୍ମଶାଲା -୧ ଓ ଅନ୍ୟାନ୍ୟ ୨୨ ଜଣଙ୍କୁ କାରୋନା ପଜିଟିଭ ବାହାରିଛି । ବାଙ୍ଗାଲୋର , ହାଇଦ୍ରାବାଦ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଝାଡଖଣ୍ଡ ପ୍ରଭୁତିରୁ ଆସି ବିଭିନ୍ନ Quarantine କେନ୍ଦ୍ରରେ ଥିଲେ , କାରୋନା ଭୟରେ କୃଷି ଶ୍ରମିକମାନେ କାର୍ଯ୍ୟ କରୁନଥିବାରୁ ଚାଷ କାର୍ଯ୍ୟ ପଛେଇଛି । ଚାଷୀ ମାନେ ଟ୍ରାକ୍ଟର , ପାୱାରଟ୍ରଲର ମାଧ୍ୟମରେ ଚାଷ କାର୍ଯ୍ୟ କରୁଛନ୍ତି । ଚାଷ କାର୍ଯ୍ୟ ପାଇଁ ଟଙ୍କା ନଥିବାରୁ ଚାଷୀ ଚାଷ କାର୍ଯ୍ୟରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ କାଳିଆ ଯୋଜନା ଟଙ୍କା ଫେରେଇବା ପାଇଁ ନୋଟିସ ଆସିଥିବାରୁ ଚାଷିକୁଳ ହତାଶ ହୋଇପଡିଛି ।କାଳିଆ ଯୋଜନାରେ ଟଙ୍କା ପାଇ ନଥିଲେ ମଧ୍ୟ ତାଙ୍କ ନାମରେ ନୋଟିସ ଆସିଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । ଚାଷୀ ମାନେ ଏହାର ପ୍ରତିବାଦ କରିବା ପାଇଁ ମେଳି ବନ୍ଧୁଛନ୍ତି । ହୋମ Quarantine ରହୁଥିବା ପ୍ରଭାଷୀ ମାନେ ନୀତି ନିୟମ ନ ମାନି ପଦ।ରେ ବୁଲୁଛନ୍ତି ଫଳରେ ରୋଗ ସଂକ୍ରମଣ ହେବାରେ ଏଡାଇ ଦିଆଯାଇନପାରେ । ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । କୋରେଇ ବ୍ଲକର ଗୌରପୁର ପଞ୍ଚାୟତରେ ଜଣେ ମିଲିଟାରୀ ଚାକିରୀ କରୁଥିବା ବ୍ୟକ୍ତି ହୋମ Quarantineରେ ଥିଲେ । ସେ ସରକାରଙ୍କ ନିୟମକୁ ନ ମାନି ବାହାରେ ବୁଲୁଛନ୍ତି । ଏ ସମ୍ପର୍କରେ ଗୌରପୁର ସରପଞ୍ଚ ଓ ଗ୍ରାମବାସୀ ମାନେ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ବିଶେଷକରି ହୋମ Quarantine ରହୁଥିବା ଲୋକମାନେ ନିୟମକୁ ନ ମାନୁଥିବାରୁ ଜିଲ୍ଲା ପ୍ରତି ବିପଦ ଦେଖା ଦେଇଛି । ଏଥି ପ୍ରତି ଜିଲ୍ଲାପାଳଙ୍କୁ ଦ୍ରୁଷ୍ଟି ଦେବାକୁ ଦାବି ହେଉଛି ।