33.1 C
Bhubaneswar
Thursday, April 25, 2024
HomeUncategorizedଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ସ୍ୱାବ ପରିକ୍ଷା

ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ସ୍ୱାବ ପରିକ୍ଷା

ଯାଜପୁର : ଜିଲାବାସୀଙ୍କ ପାଇଁ ଖୁସିର ଖବର । ଜରୁରୀ କରୋନା ସଂଦିଗ୍ଧଙ୍କ କୋଭିଡ ପରିକ୍ଷା ପାଇଁ ଜିଲା ବାହାରକୁ ଯିବ ନାହିଁ ସ୍ୱାବ ନମୂନା । ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଏହି ପରିକ୍ଷା । ଏ ନେଇ ଆଜି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି । ଜିଲାରେ ବର୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ପାର ହୋଇଥିବା ବେଳେ ଏବେବି ୧୪୫ ଜଣ ସକ୍ରିୟ କୋରୋନା ରୋଗୀ ରହିଛନ୍ତି । ସେଥିପାଇଁ ଜିଲାରୁ ଅଧିକ ନମୂନା ପରିକ୍ଷା ପାଇଁ ଗଲେ ରିପୋର୍ଟ ଆସିବା ବିଳମ୍ବ ହେଉଥିବାରୁ ଏଠାରେ ପରିକ୍ଷା ପାଇଁ ନିଷ୍ପତି ହୋଇଛି ।

 
ଆଜି ଏ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ପୂର୍ବାହ୍ନରେ ଏହାର ଶୁଭାରମ୍ଭ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ପୂର୍ବରୁ କୋରୋନା ସ୍ଥିତିର ସମୀକ୍ଷା କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ଯାଜପୁରରେ ଅନୁଧ୍ୟାନ କରିବା ପରେ ଏଠାରେ କୋଭିଡ ପରିକ୍ଷା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking