34.1 C
Bhubaneswar
Thursday, April 25, 2024
Homeଓଡିଶାନାଟକ ମାଧ୍ୟମରେ କରୋନା ସଚେତନତା ଓ  ହୀରକ ଦିବସ ପାଳନ 

ନାଟକ ମାଧ୍ୟମରେ କରୋନା ସଚେତନତା ଓ  ହୀରକ ଦିବସ ପାଳନ 

ଯାଜପୁର : ବିଶ୍ଵରୁ ମହାମାରୀ କରୋନାର ବିନାଶ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ,ଆଜକୁ ଦୀର୍ଘ ୭୫ଦିନ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ସାରା ରାଜ୍ୟରେ ରିଲିଫ ବଣ୍ଟନ ସହ ବିଭିନ୍ନ ସଚେତନତା ମୂଳକ ନାଟକ,ପାଲା,ଦାସ କାଠି,ନବରଙ୍ଗୀ,ଦୁଆରୀ,ଲାଉଧୁଡୁକି,ଖଞ୍ଜଣି ବାଦ୍ୟ ଭଳି ବହୁ ସଚେତନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଉଥିବାର ଦେଖିବାକୁ ମିଳିଛି।

ଆଜି ଅନୁଷ୍ଠାନର କର୍ମକର୍ତ୍ତା ମାନେ ମିଳିତଭାବେ ସାମାଜିକ ଦୂରତା ରକ୍ଷା ସହ ଏହି ଦୀର୍ଘ ୭୫ଦିନର  ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା କରିବାସହ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଷ୍ଟ୍ର ବନ୍ଦନା କରାଯାଇଥିଲା।ଏଥିରେ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମିହିର କୁମାର ମଲ୍ଲିକ,ଅଧ୍ୟାପକ ଭରତ ଚନ୍ଦ୍ର ବେହେରା,କଳାକାର ପ୍ରକାଶ ଚନ୍ଦ୍ର ବେହେରା, ଅଭିନେତା ଶଶୀକାନ୍ତ ପଣ୍ଡା,ମାନସ ସେଠ,ଗୋଲକ ଦାସ,ରୁଦ୍ର ପ୍ରକାଶ ଦାସ,ନାଟ୍ୟକାର ତଥା ନିର୍ଦ୍ଦେଶକ ସାଧୁ ନିଲୁ ବାବାଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗଦାନ  କରିଥିଲେ।ଏହି ଅବସରରେ ବିଭିନ୍ନ ସ୍ଥାନରେ  ସଚେତନଧର୍ମୀ ପଥପ୍ରାନ୍ତ ନାଟକ ପରିବେଷଣ କରାଯିବା ସହ ରିଲିଫ ବଣ୍ଟନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking