40.1 C
Bhubaneswar
Thursday, April 25, 2024
Homeଓଡିଶାକ୍ଵାରେଣ୍ଟଇନ ଅବ୍ୟବସ୍ଥାକୁ ନେଇ ଜିଲ୍ଲା କଂଗ୍ରେସର ଜିଲ୍ଲାପାଳଙ୍କୁ ସାକ୍ଷାତ

କ୍ଵାରେଣ୍ଟଇନ ଅବ୍ୟବସ୍ଥାକୁ ନେଇ ଜିଲ୍ଲା କଂଗ୍ରେସର ଜିଲ୍ଲାପାଳଙ୍କୁ ସାକ୍ଷାତ

ଯାଜପୁର- ସାରା ପୃଥିବୀରେ କରୋନା ମହାମାରୀ ର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସଂକ୍ରମଣରୁ ଦୁରରେ ରହିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷୋପ ଗ୍ରହଣ କରିଛନ୍ତି. ବିଶେଷକରି ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ ପ୍ରଣୟନ କରାଯିବା ସହିତ ଓଡିଶାର ସମସ୍ତ ସରପଞ୍ଚମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ସେମାନେ ପଞ୍ଚାୟତ ମାନଙ୍କରେ ଥିବା ସ୍କୁଲ ଗୃହ ଗୁଡିକରେ ସଂଘରୋଧ କେନ୍ଦ୍ର ଖେଲିବା ପାଇଁ ଦାୟିତ୍ୱ ଦେଇଛନ୍ତି । ହେଲେ ଉକ୍ତ ସଂଘରୋଧ କେନ୍ଦ୍ର ଗୁଡିକର ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବାପରେ ଜିଲ୍ଲା କଂଗ୍ରେସର ଯାଜପୁର ବିଧାନସଭା ପାର୍ଥୀ ସନ୍ତୋଷ ନନ୍ଦଙ୍କ ଆବାହକତ୍ଵରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳକୁ ସାକ୍ଷ୍ୟାତ କରିଛନ୍ତି | ପ୍ରତ୍ୟେକ କ୍ଵାରେଣ୍ଟାଇନ ସେଣ୍ଟରର ଭିତ୍ତିଭୂମି ଓ ନିୟମାବଳି ଅନୁଯାୟୀ ସମସ୍ତ ଦିଗ ଉପରେ ଗୁରୁତ୍ୱ ଦିଆଯିବାକୁ କୁହାଯାଇଛି |
କ୍ଵାରେଣ୍ଟାଇନ କେନ୍ଦ୍ର ପ୍ରସ୍ତୁତ ହେବା ସହିତ ଉଚ୍ଚମାନର ଖାଦ୍ୟ ପ୍ରଦାନ ଓ ସ୍ଵଛତା ଉପରେ ପ୍ରାଧାନ୍ୟ ଦିଆଯାଉ |, ପ୍ରତ୍ୟକ ଅଣରେସନ କାର୍ଡଧାରିଙ୍କୁ ରେସନ ସାମଗ୍ରି ଯୋଗାଇଦେବା, ବିଭିନ୍ନ ସଂଘରୋଧ କେନ୍ଦ୍ରକୁ ଜାଞ୍ଚ କରାଯିବା ସଙ୍ଗେସଙ୍ଗେ ଦାୟିତ୍ୱରେ ଖିଲାପକାରୀ ମାନଙ୍କର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ | ଫତେପୁର ଗ୍ରାମ ପଞ୍ଚାୟତ ବରୁଣେଇ ଉଚ୍ଚବିଦ୍ୟାଳୟର ସଂଘରୋଧ କେନ୍ଦ୍ର ସଂପର୍କରେ ତଦନ୍ତ ସହିତ ପ୍ରତ୍ୟକ କଣ୍ଟେନମେଣ୍ଟ ଅଞ୍ଚଳକୁ ସାନିଟାଇଜ ଓ ଜନଗହଳି ସ୍ଥାନ,ମେଡିକାଲ ସ୍ଥାନକୁ ପ୍ରତ୍ୟକ ୨ଦିନ ଅନ୍ତରରେ ସାନିଟାଇଜ୍‌ କରିବାପାଇଁ ଦାବି ରଖିଥିଲେ । ଜିଲ୍ଲାପାଳ ସମସ୍ତ ପ୍ରକାରର ଅବବସ୍ଥାକୁ ଗୁରୁତ୍ଵର ସହିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ.|ଏହି ପ୍ରତିନିଧିମାନଙ୍କ  ମଧ୍ୟରୁ ଜିଲ୍ଲା କଂଗ୍ରେସର ସଭାପତି ମନୋଜ ରାଉତ ,ବରି ବିଧାନସଭା ପାର୍ଥୀ ଉମେଶ ଜେନା, ବିଂଝାରପୁର ବିଧାନସଭା ପାର୍ଥୀ ମନୋରଞ୍ଜନ ଦାସ, ଦଳିତ ସେଲ ସଭାପତି ଦୁଯୌଧନ ବେହେରା , ଜିଲ୍ଲା କାର୍ଯ୍ୟକାରୀଣି ସଭାପତି ବଳଭଦ୍ର ଦାସ, ପ୍ରମୁଖ ସାକ୍ଷାତ ଆଲୋଚନାରେ ଉପସ୍ଥିତ ଥିଲେ |
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking