34.1 C
Bhubaneswar
Friday, March 29, 2024
Homeରାଜନୀତି*କୋରେଇରେ ଦୁର୍ନୀତି ବିରୋଧରେ ବିଜେପି ଯୁବମୋର୍ଚ୍ଚା ଲଢ଼େଇ କରିବ*

*କୋରେଇରେ ଦୁର୍ନୀତି ବିରୋଧରେ ବିଜେପି ଯୁବମୋର୍ଚ୍ଚା ଲଢ଼େଇ କରିବ*

ଯାଜପୁର:  ଜିଲ୍ଲାର କୋରେଇ ବ୍ଲକରେ ବିଭିନ୍ନ ବିଭାଗରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ପ୍ରତିଦିନ କୌଣସି ନ କୌଣସି ପଞ୍ଚାୟତରେ ଦୁର୍ନୀତିର ଖବର ସାମ୍ନାକୁ ଆସୁଛି । ଏହା ବିରୁଦ୍ଧରେ କୋରେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି ।

ଆଜି ଜହ୍ନାସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋରେଇ ବ୍ଲକ୍ ଯୁବମୋର୍ଚ୍ଚା ପଦାଧିକାରୀ ବୈଠକରେ ଅତିଥି ଭାବେ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକ ଯୋଗଦେଇ ବେରୋଜଗାର, ନିଯୁକ୍ତି, ଯୁବକମାନଙ୍କ ହକ ପାଇଁ ସମସ୍ତେ ଏକତ୍ରିତ ହୋଇ ଲଢ଼େଇ କରିବାକୁ ପରାମର୍ଶ ଦେଇଥିଲେ । ଏହି କରୋନା ମହାମାରୀ ସମୟରେ ଯୁବ ନେତୃତ୍ବ ଆଗକୁ ଆସି ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବାକୁ ପରାମର୍ଶ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଯୁବକମାନେ ନିଜ କାନ୍ଧରେ ଦଳୀୟ ସଂଗଠନ ସୁଦୃଢ ପାଇଁ ଦାୟିତ୍ଵ ନେବାକୁ ଆଲୋଚନା ହୋଇଥିଲା । ସମସ୍ତ ପଞ୍ଚାୟତର ଯୁବମୋର୍ଚ୍ଚା ସଭାପତିମାନେ ଉପସ୍ଥିତ ରହି ଯୁବମୋର୍ଚ୍ଚା ପୂର୍ଣ୍ଣାଙ୍ଗ କମିଟି ଓ ଶାସକ ଦଳ ନେତାଙ୍କ ଦ୍ଵାରା ବିଭିନ୍ନ ପଞ୍ଚାୟତରେ ହେଉଥିବା ଦୁର୍ନୀତିକୁ ଲୋକଲୋଚନକୁ ଆଣିବାକୁ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରମୋଦ ନାୟକ, ମଣ୍ଡଳ ସଭାପତି ପ୍ରମୋଦ ସାହୁ , ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୁଜିତ୍ ସ୍ୱାଇଁ, ମନୋରଞ୍ଜନ ନାୟକ, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତି ରହି ଦଳୀୟ ସଂଗଠନ ସରଞ୍ଚନାରେ ଯୁବମୋର୍ଚ୍ଚା ନେତାଙ୍କ ଭୂମିକା, କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଅମ୍ଳାନ ସାହୁ, ସ୍ମୃତିରଞ୍ଜନ ଘଡେ଼ଇ, ପଦ୍ମନାଭ ବିଶ୍ୱାଳ, ଦୁର୍ଗା ପ୍ରସାଦ ପରିଡ଼ା, ଦିଲ୍ଲୀପ ରାଉତ, ପଞ୍ଚାୟତ ଯୁବମୋର୍ଚ୍ଚା ସଭାପତି ଅମର ମଲ୍ଲିକ, ଆଲୋକ କର, ଆଶିଷ ଦାସ, ଆଲୋକ ମଲ୍ଲିକ, ଇନ୍ଦ୍ରମଣି ଦାସ, ଟୁଲୁ ସାହୁ, ହରେକୃଷ୍ଣ ସାହା, ଧନଞ୍ଜୟ ସାହୁ, ଜିତେନ୍ଦ୍ର ମୁଦୁଲି, ଫିରୋଜ ମଲ୍ଲିକ, ପ୍ରକାଶ ମଲ୍ଲିକ, ସୁରେଶ ସାହୁ ବାପି ପଣ୍ଡା, ବୁଲୁ ପଣ୍ଡା, ବିକାଶ ମଲ୍ଲିକ, ସୁବାସ ମଲ୍ଲିକ, ଧନଞ୍ଜୟ ବେହେରା, ଉମେଶ ସ୍ୱାଇଁ, କାଳିଆ ଦାସ, କୈବଲ୍ୟ ରାଉତ, ଅଜିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking