28.1 C
Bhubaneswar
Friday, March 29, 2024
Homeଓଡିଶାପୁରାତନ ବିରଜା ହାଟ କୁ ଖୋଲିଛି ଜିଲା ପ୍ରଶାସନ

ପୁରାତନ ବିରଜା ହାଟ କୁ ଖୋଲିଛି ଜିଲା ପ୍ରଶାସନ

ଯାଜପୁର : କୋରୋନା ପାଇଁ ଲକ ଡାଉନ ହେବା ପରେ ଯାଜପୁର ର ସର୍ବବୃହତ ତଥା ସର୍ବ ପୁରାତନ ବିରଜା ହାଟ କୁ ଖୋଲିଛି ଜିଲା ପ୍ରଶାସନ । ଏହି ହାଟ ପ୍ରତ୍ୟେକ ରବିବାର ଓ ଗୁରୁବାର ହେଉଥିଲା । ଏଥିରେ ୮୦୦ରୁ ଉର୍ଦ୍ଧ ବ୍ୟବସାୟୀ ନିଜର ବ୍ୟବସାୟ କରୁଥିଲେ । କିନ୍ତୁ ଲକ ଡାଉନ ଯୋଗୁଁ ସଂପୁର୍ଣ୍ଣ ହାଟକୁ ବନ୍ଦ କରାଯାଇଥିଲା । ହାଟ ଖୋଲିବା ପାଇଁ ସ୍ଥାନୀୟ ବଣିକ ସଂଘ ପକ୍ଷରୁ ପ୍ରଶାସନକୁ ଅନୁରୋଧ କରିବା ପରେ ଜିଲାପାଳ ଏହାକୁ ସବୁଦିନ କରିବା ସହିତ ପ୍ରତିଦିନ ୬୦ଟି ଦୋକନ ଖୋଲିବାକୁ ଅନୁମତି ଦେଇଛନ୍ତି । ପଂଳରେ ହାଟରେ ଭିଡ ହେବ ନାହିଁ । ଏଥିସହିତ କୋରୋନା ସମୟରେ କେତେକ ଅସାଧୁ ବ୍ୟବସାୟୀ ଖାଉଟିଙ୍କ ଠାରୁ ଚଢ଼ା ଦରରେ ଅର୍ଥ ଆଦାୟ କରୁଥିବାରୁ ଯୋଗାଣ ବିଭାଗ ପକ୍ଷରୁ ଉଭୟ ଖୁଚୁରା ଓ ପାଇକାରି ଦର ନିର୍ଦ୍ଧାରିତ କରାଯାଇଛି । ଏହି ଦର ତାଲିକାକୁ ପ୍ରତ୍ୟେକ ବ୍ୟବସାୟୀ ନିଜ ଦୋକାନ ଆଗରେ ମାରିବେ । ଏହା ଠାରୁ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ଏହି ହାଟ ଖୋଲିବା ପରେ ବ୍ୟବସାୟୀ ମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking