30.1 C
Bhubaneswar
Wednesday, April 24, 2024
Homeଅପରାଧଜେଲରେ ରହି ଏଥର ରଜ ପାଳନ କରିବ ମିଟୁ ଓରଫ୍ ବସନ୍ତରାଜ୍ ସାମଲ ?

ଜେଲରେ ରହି ଏଥର ରଜ ପାଳନ କରିବ ମିଟୁ ଓରଫ୍ ବସନ୍ତରାଜ୍ ସାମଲ ?

ଯାଜପୁର : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗୋଷ୍ଠୀ ସଂଘର୍ଷ ଏବଂ ଦୁଇଟି ପୋଲିସ୍ ଭ୍ୟାନ୍ ପୋଡ଼ି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ନିଲମ୍ବିତ ଶିକ୍ଷକ ମିଟୁ ଓରଫ୍ ବସନ୍ତରାଜ୍ ସାମଲଙ୍କ ଜାମିନ୍ ଆବେଦନକୁ ଆଜି ଖାରଜ କରି ଦେଇଛନ୍ତି ଚଣ୍ଡିଖୋଲ ସହକାରୀ ଦୋୖରା ଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର ! ଘଟଣା ଘଟାଇବା ପରେ ମିଟୁ ଅଢେଇ ମାସ ଧରି ପୋଲିସକୁ ଚକମା ଦେଖାଇ ଫେରାର ରହିବା ପରେ ଗତ ୨୦ ତାରିଖ ଦିନ ପୋଲିସ୍ ତାକୁ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିଥିଲା । ସେଦିନ ଜେଏମଏଫସି କୋର୍ଟ ତାର ଜାମିନ୍ ଆବେଦନକୁ ଖାରଜ କରିବା ପରେ ସେହି ଆଦେଶ ବିରୁଦ୍ଧରେ ମିଟୁ ପକ୍ଷରୁ ଚଣ୍ଡିଖୋଲ ସହକାରୀ ଦୋୖରା ଜଜ୍ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା ଏବଂ ସେହି ଜାମିନ୍ ଆବେଦନର ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା । ଶୁଣାଣି ସମୟରେ ମାମଲାର ଗମ୍ଭୀରତା ଓ ଜଣେ ଶିକ୍ଷକଙ୍କ ଦ୍ଵାରା ଏଭଳି ଅପରାଧିକ କାର୍ଯ୍ୟ ସଙ୍ଗଠିତ ହେବା ଘଟଣାରେ ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କରାଗଲେ ତାହାର ଦୁଷ୍ପ୍ରଭାବ ସମାଜ ଉପରେ ପଡ଼ିବାର ସମ୍ଭାବନା ରହିଥିବାରୁ ଏବଂ ଇତିମଧ୍ୟରେ ସେ ଜଣେ ସାକ୍ଷୀଙ୍କୁ ଧମକ ଦେବା ନେଇ ତାଙ୍କ ବିରୁଦ୍ଧରେ ଆଉ ଏକ ମାମଲା ରୁଜୁ ହୋଇଥିବାରୁ ସେ ଜାମିନରେ ଗଲେ ଅନ୍ୟ ସାକ୍ଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିବାର ସମ୍ଭାବନା ରହିଥିବାରୁ ତାର ଜାମିନ୍ ଆବେଦନକୁ ଖାରଜ ପାଇଁ ଜିଲ୍ଲା ଓ ଦୋୖରା ଜଜ୍ କୋର୍ଟରେ ନିଯୁକ୍ତ ପବ୍ଲିକ ପ୍ରସିକ୍ୟୁଟର ଗଦାଧର ସାହୁ ଆଜି କୋର୍ଟରେ ଦୃଢ଼ ଭାବେ ଯୁକ୍ତି ଉପସ୍ଥାପନ କରିବା ପରେ ତାହାକୁ ବିଚାରକୁ ନେଇ କୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି । ତେବେ ଚଣ୍ଡିଖୋଲ କୋର୍ଟ ପାଇଁ ସହକାରୀ ଓ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତ ରହିଥିଲେ ମଧ୍ୟ ଯାଜପୁର ଜିଲ୍ଲା ଓ ଦୋୖରା ଜଜ୍ କୋର୍ଟରେ ନିଯୁକ୍ତ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିବା ପାଇଁ ଯାଜପୁର ଏସପି କାହିଁକି ନିବେଦନ କରିଥିଲେ ଓ ସେ ମଧ୍ୟ ଚଣ୍ଡିଖୋଲ ଆସି ତଳ ଓ ଉପର କୋର୍ଟରେ ମିଟୁର ଜାମିନ୍ ଆବେଦନ ବିରୁଦ୍ଧରେ ସରକାରଙ୍କ ପକ୍ଷ ଉପସ୍ଥାପନ କରିବା ଘଟଣା ଏବେ ବିଭିନ୍ନ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାତ୍ର ଜଣେ ଶିକ୍ଷକ ନିଜର ବୃତ୍ତିଗତ ଧନ୍ଦା ଛାଡ଼ି ରାଜନୀତିରେ ମାତି ଏଭଳି ଜଘନ୍ୟ ଅପରାଧ ଘଟାଇବା ଘଟଣା ଏକ ସଭ୍ୟ ସମାଜ ପାଇଁ କେତେ ଯେ ନିନ୍ଦନୀୟ ଘଟଣା ଏବଂ ତାକୁ ସୁରକ୍ଷା ଦେବା ପାଇଁ ଯେଉଁମାନେ ଅଣ୍ଟା ଭିଡିଥିଲେ ସେମାନେ ଯେ କେଉଁ ସ୍ତରର ମଣିଷ ହୋଇଥାଇ ପାରନ୍ତି ତାହା ସମସ୍ତଙ୍କୁ ଆଜି ବିଚାର କରିବା ଆବଶ୍ୟକ ! ସେ ଯାହା ବି ହେଉ ମିଟୁ ପାଇଁ ଏବେ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଏକମାତ୍ର ବିକଳ୍ପ ଖୋଲା ରହିଥିଲେ ମଧ୍ୟ ପୋଲିସ୍ ଯେଭଳି ଭାବେ ତାର ଜାମିନ୍ ଆବେଦନକୁ ଖାରଜ କରିବା ପାଇଁ ଅଣ୍ଟା ଭିଡ଼ି ଲାଗି ପଡ଼ିଛି ହାଇକୋର୍ଟରେ ଯଦି ସେହି ଧାରା ଜାରି ରହେ ତେବେ ମିଟୁକୁ ଯେ ଏବେ ଜେଲରେ ରହି ରଜ ପାଳନ କରିବାକୁ ହିଁ ପଡ଼ିବ ସେଭଳି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking