40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦର କମାଣ୍ଡର ନିପାତ

ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦର କମାଣ୍ଡର ନିପାତ

ଶ୍ରୀନଗର : ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କମାଣ୍ଡର ସଜଦ ଦରକୁ ନିପାତ କରିଛନ୍ତି ସୁରକ୍ଷାବଳ। ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାର ସୋପୋର ଅଞ୍ଚଳରେ ମଙ୍ଗଳବାର ବିଳମ୍ୱିତ ରାତିରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୋପର ଜିଲ୍ଲାର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ରାତିରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ କଶ୍ମୀରର ଉତ୍ତରରେ ଥିବା ସୋପୋରର ଆରାମପୋରା ଅଞ୍ଚଳକୁ ଚାରିପଟୁ ଘେରି ଯାଇଥିଲେ ସୁରକ୍ଷାବଳ। ବୁଧବାର ସକାଳେ ଆତଙ୍କବାଦୀ ମାନେ ସୁରକ୍ଷାବଳ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ଯବାନମାନେ କଡ଼ା ଜବାବ ଦେଇଥିଲେ। ମୃତ ଆତଙ୍କବାଦୀ ପାଖରୁ ଏକ ରାଇଫଲ ବନ୍ଧୁକ, ୩ ଏକେ ମାଗାଜିନ ଏବଂ ୫୯ ରାଉଣ୍ଡ ଗୁଳି ଜବତ ହୋଇଥିବା ଉତ୍ତର କଶ୍ମୀର ରେଞ୍ଜର ଡିଆଇଜି ସୁଲେମାନ୍ ଚୌଧୁରୀ ସୂଚନା ଦେଇଛନ୍ତି।
https://onakhabar.com/2020/04/09/coronavirus-outbreak-in-us/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking