34.1 C
Bhubaneswar
Thursday, April 25, 2024
Homeଅପରାଧପଥରରେ ଛେଚି ପ୍ରେମିକାକୁ ହତ୍ୟା କଲା ଜହ୍ଲାଦ ପ୍ରେମିକ

ପଥରରେ ଛେଚି ପ୍ରେମିକାକୁ ହତ୍ୟା କଲା ଜହ୍ଲାଦ ପ୍ରେମିକ

ମୟୁରଭଞ୍ଜ: ପ୍ରେମିକ ମନରେ ଭରିଗଲା ରାଗ, ଆଉ ଭୁଲିଗଲା ହୃଦୟ ଦେଇ ଭଲ ପାଉଥିବା ସେହି ଝିଅଟିକୁ । ପଥରରେ ଛେଚି ଛେଚି ପ୍ରେମିକାକୁ ବିଭତ୍ସ ଭାବରେ ହତ୍ୟା କରିଛି ଞ୍ଜମୁନୁ । ବୁଲିବାକୁ ଯାଇଥିଲେ ପ୍ରେମୀ ଯୁଗଳ । କିନ୍ତୁ ୟା ଭିତରେ ସାମାନ୍ୟ ଯୁକ୍ତିତର୍କ ବଢି ଉଗ୍ରରୂପ ନେଇଥିଲା । ଆଉ ପରେ ଘଟି ଯାଇଥିଲା ହତ୍ୟାର ଏକ ଭୟଙ୍କର ଘଟଣା ।

ଏଭଳି ଏକ ଘଟଣା ଘଟିଯାଇଛି ଖୁଣ୍ଟା ଥାନା ଅନ୍ତର୍ଗତ ରାଇଡିହି ଗ୍ରାମରେ । ବାସିପିଠା ଅଞ୍ଚଳର ମୁନୁ ଟୁଡୁ ଏବଂ ସପନଚୁଆ ଗାଁର ବୁଦ୍ଧୁନୀ ହେମ୍ବ୍ରମ ପରସ୍ପରକୁ ଭଲ ପାଉଥିଲେ । ଗତକାଲି ରାଇଡିହିରେ ଥିବା ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ ଉଭୟ ପ୍ରେମୀ ଯୁଗଳ । କିନ୍ତୁ ବୁଦ୍ଧୁନୀ ଗାଧୋଇବାକୁ ଯିବା ବେଳେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଏହି ବଚସା ଏତେ ଆଗକୁ ବଢି ଯାଇଥିଲା ଯେ, ଉଭୟ ପରସ୍ପରକୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ । ପରେ ଉତ୍ୟକ୍ତ ବୁଦ୍ଧୁନୀକୁ ଏକ ବଡ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି ।

ବୁଦ୍ଧୁନୀ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ମୁନୁ ମଧ୍ୟ ଗୁରୁତର ଆହତ ହୋଇଛି । ତେବେ ଖବର ପାଇ ଘଟରାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଖୁଣ୍ଟା ଥାନା ପୋଲିସ । ବୁଦ୍ଧୁନୀର ମୃତଦେହକୁ ପୋଲିସ ଜବତ କରିବା ସହିତ ମୁନୁକୁ ଚିକିତ୍ସା କରାଇ ଥାନାରେ ଅଟକ ରଖିଛି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥାଇ ସୁଦ୍ଧା ହତ୍ୟା ଭଳି ଘଟରା କିଛି ବୁଝା ପଡୁ ନଥିବାରୁ ପୋଲିସ ଏହାର ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking