32.1 C
Bhubaneswar
Thursday, March 28, 2024
Homeଓଡିଶାଜଗତସିଂହପୁର ବନ୍ଦର ଗ୍ରାମରେ ଧରମ ଭାଇ ଓ ଭଉଣୀ ହାତରେ ମଲା ମା'

ଜଗତସିଂହପୁର ବନ୍ଦର ଗ୍ରାମରେ ଧରମ ଭାଇ ଓ ଭଉଣୀ ହାତରେ ମଲା ମା’

ଜଗତସିଂହପୁର_ଧରମଭାଇ ଭଉଣୀ ପ୍ରେମ ରେ ବଳି ପଡିଲା ମା ।ଚୋରା ପୀରତି ରେ ଚାଲିଗଲା ନିରୀହ ରୁମିଲା କାଣ୍ଡି ଙ୍କ ଜୀବନ । ବୟସ ମାତ୍ର ପଚାଶ, ଆମେ କେଉଁ ଫିଲ୍ମ କି ଯାତ୍ରା ର କାହାଣୀ କହୁନୁ, ଏକ ବାସ୍ତବ ଚିତ୍ର ।ଘଟଣା ଟି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ, ମେରାଇନ ଥାନା ଅଧିନସ୍ଥ ବନ୍ଦର ଗ୍ରାମରେ । ରୁମିଲା କାଣ୍ଡି ଙ୍କ ସ୍ୱାମୀ ଭଗବାନ କାଣ୍ଡି ଦୀର୍ଘ ଚାରି ବର୍ଷ ତଳେ ଦେହାନ୍ତ ହୋଇଯାଇଛି ଆଉ ରୁମିଲା କାଣ୍ଡି ନିଜ ଭଉଣୀ ର ପୁଅ ଶିବ କାଣ୍ଡି ବୟସ ପଚିଶି କୁ ପୋଷ୍ୟ ପୁତ୍ର କରି ଆଣି ନିଜ ପାଖରେ ରଖିଥିଲେ। ଆଉ ଏହାରି ଭିତରେ ରୁମିଲା ଙ୍କ ବିବାହିତ ଝିଅ ମାନି କାଣ୍ଡି ସ୍ୱାମୀ କୁମର କାଣ୍ଡି, ଘର କପୁର ବେଲାରୀ।ସ୍ୱାମୀଙ୍କ ସହିତ ପାଟିତୁଣ୍ଡ କରି ମାନି ବାପଘରେ ରହୁଥିଲେ।ଧରମ ଭାଇ ଶିବ ଓ ମାନି ଙ୍କ ମଧ୍ୟ ରେ ଚୋରା ପୀରତି ଆରମ୍ଭ ହୋଇଥିଲା । ମାନି କାଣ୍ଡି ର ଗୋଟେ ଝିଅ ଚାରି ବର୍ଷ ଓ ଗୋଟେ ପୁଅ ଦୁଇ ବର୍ଷ ର ଥାଇ ମଧ୍ୟ ନିଜ ମା ର ପାଳିତ ପୁତ୍ର ର ପ୍ରେମ ରେ ଉବୁଟୁବୁ ହୋଇ ନିଜ ମା କୁ ସୁ କଳ୍ପିତ ଭାବରେ ହତ୍ୟା କରିବା ଗୋଟେ ଚିନ୍ତା ଜନକ ବିଷୟ ପାଲଟି ଯାଇଛି। ଏହି ଭାଇ ଭଉଣୀ ଙ୍କ ଚୋରା ପୀରତି ରେ ନିରୀହ ରୁମିଲା ଆଜି ବଳି ପଡି ଯାଇଛି।ମା ରୁମିଳା ଭାଇ ଭଉଣୀଙ୍କ ଏଭଳି ଆଚରଣକୁ ସହଜେ ଗ୍ରହଣ କରିପାରିନଥିଲେ।ଦୁଇଜଣଙ୍କର ଏଭଳି ମିଳାମିଶାକୁ ମା ବିରୋଧ କରିଆସୁଥିଲେ।ଗତ କାଲି ଏହି ବିଷୟରେ ମା ଝିଅଙ୍କ ମଧ୍ୟରେ ବଚସା ହୋଇଥିଲା।କିଏ ଜାଣିଥିଲା ରୁମିଳା ଙ୍କର ଆଜି ଶେଷ ଦିନ ବୋଲି।ପରକ୍ରିୟା ପ୍ରୀତି ଯେ ଅଟେ ଭୟଙ୍କର ତାହା ଏଥିରୁ ସ୍ପଷ୍ଠ ଜଣାପଡୁଛି।ଶେଷରେ ନିଜ ଜନ୍ମ କଲା ମା ରୁମିଲା କୁ ଧରମ ଭାଇ ଶିବ ଓ ଝିଅ ମାନି ତଣ୍ଟି ଚିପି ହତ୍ୟା କରିମାରି ସାରିବା ପରେ ଘର ଠାରୁ ଶହେ ମିଟର ଦୂର ରେ ଗୋଟେ ଗାତ ଖୋଳି ଥିଲେ ଆଉ ରାତ୍ରି ର ଅନ୍ଦାରରେ ମୃତ ରୁମିଲା ଶବକୁ ଏହି ଗାତରେ ପୁରାଇ ଦେଇ ଥାନ୍ତେ ବୋଲି ଚିନ୍ତା ମଧ୍ୟ କରି ଥିଲେ ବୋଲି ଅନୁମାନ କରାଯାଉଛି।ତେଣୁ ଏହି ସଭ୍ୟ ସମାଜ ରେ ଶିବ ଆଉ ମାନି ପରି ଭାଇ ଭଉଣୀ ନିଜର ପ୍ରେମ ପାଇଁ ମା କୁ ମାରିବାକୁ ପଛାଉ ନାହାନ୍ତି।ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସବ ଜବତ କରିବା ସହିତ ଧରମ ଭାଇ ଶିବ ଓ ଝିଅ ମାନିକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କେଇଛି।

ଜଗତସିଂହପୁର ରୁ ପ୍ରତାପ କୁମାର ସିଂହ ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking