37.1 C
Bhubaneswar
Thursday, March 28, 2024
Homeଓଲିଉଡକାମିନିର ଦୁଃଖ ବଖାଣୁଛି ସରକାରଙ୍କ ବିକାଶର କଥା

କାମିନିର ଦୁଃଖ ବଖାଣୁଛି ସରକାରଙ୍କ ବିକାଶର କଥା

ଜଗତସିଂହପୁର : ହଁ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ରାଜ୍ୟ ସରକାର ରାଜ୍ୟର ବିକାଶ ପାଇଁ ବ୍ୟାପକ ଯୋଜନା କରୁଥିବାର ଡିଣ୍ଡିମ ପିଟୁଛନ୍ତ କିନ୍ତୁ ଆଜି ଯେଉଁ ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇବୁ ସେହି ଦୃଶ୍ୟ ଆଜି ବଖାଣିବ ରାଜ୍ୟ ସରକାରଙ୍କ ବିକାଶର କଥା ।

 

କଥାଟି ହେଉଛି କାମିନୀ ମାଗୁଛି କାନି ପତେଇ ଭିକ ,,ଏ ଦୃଶ୍ୟଟି କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହଁ ଏ ଦୃଶ୍ୟଟି ହେଉଛି ରାଜ୍ୟର ଶିକ୍ଷା କ୍ଷେତ୍ରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ମୁଳୁଗାଁ ପଞ୍ଚାୟତର କରମଙ୍ଗା ଗ୍ରାମର ,,ଏହି କରମଙ୍ଗା ଗ୍ରାମରେ ବାସ କରନ୍ତି କାମିନୀ ଦାସ ଓ ତାଙ୍କ ମାନସିକ ଅନଗ୍ରସର ପୁଅ ସନାତନ ଦାସ । ଗରିବ ଲୋକଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଥିବାର ଡ଼ିଣ୍ଡିମ ପିଟୁଥିବାବେଳେ କିନ୍ତୁ ଏହି ଗରିବ କାମିନୀ ଦାସ ପରିବାର ପାଖରେ ପହଂଚି ପାରିନାହିଁ କୌଣସି ସରକାରୀ ସୁବିଧା ।

ଭଙ୍ଗା ଚାଳ ଘରେ ବିତୁଛି କାମିନୀ ଦାଶର ଜୀବନ । ବାରଦ୍ୱାର ବୁଲି ନିଜର ଓ ନିଜ ମାନସିକ ଅନଗ୍ରସର ପୁଅର ପୋଷୁଛନ୍ତି ପେଟ । ଏହି ଗରିବ ପରିବାରଟିକୁ ସରକାରୀ ସାହାର୍ଯ୍ୟ ସହଯୋଗ ଦେବା ପାଇଁ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେ ମଧ୍ୟ କିନ୍ତୁ ଏ ପର୍ଯ୍ୟନ୍ତ ସରକାରଙ୍କ ନିଦ ଭାଙ୍ଗୁନାହିଁ ।। କିନ୍ତୁ ସରକାର କହୁଛନ୍ତି ରାଜ୍ୟର ବିକାଶ ହୋଇଛି ।

 

ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟର ଏକ ଉନ୍ନତ ଶିକ୍ଷିତ ଜଗତସିଂହପୁର ଜିଲାରେ ଯଦି ଲୋକମାନେ ଏଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ବିକାଶ ହୋଇଛି ନା ବିକାଶର ପୋଥି ପଢି ଜନସାଧାରଣଙ୍କୁ ଭୁଆଁ ବୁଲାଯାଉଛି ? ତାହା ଏହି ଦୃଶ୍ୟରୁ ସ୍ପଷ୍ଟ ବାରିହେଇ ପଡୁଛି ।

 

ତେବେ କଥା ହେଉଛି ଏହି ଖବର ପ୍ରସାରଣ ପରେ କାମିନୀ ଦାଶର ପରିବାରକୁ ସରକାର କି ପ୍ରକାରର ସହଯୋଗ ର ହାତ ବଢ଼େଇଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

ଜଗତସିଂହପୁର ବାଲିକୁଦାରୁ ପ୍ରତାପ କୁମାର ସିଙ୍ଗଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking